ଆସନ୍ତା କାଲି ଠାରୁ ପବିତ୍ର ରମଜାନ ମାସ,’ରୋଜା’ପାଳିବେ ମୁସଲିମ ଭାଇ ଓ ଭଉଣୀ ମାନେ

ଭୁବନେଶ୍ୱର : ଇସଲାମିକ କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ମାସ ୧୨ ତାରିଖରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ I ଏହି ପବିତ୍ର ମାସ ଏପ୍ରିଲ ୯ ତାରିଖରେ ସରିବ I ରମଜାନ ମାସରେ ଯେଉଁ ମୁସଲିମ ଭାଇ ଓ ଭଉଣୀ ମାନେ ଦିନସାରା ଉପବାସ ରହି ବ୍ରତ ପାଳନ କରନ୍ତି ଏହାକୁ’ରୋଜା’କୁହାଯାଏ I ଏହି ବ୍ରତ ପାଳନ କରିବା ପାଇଁ ବିଭିନ୍ନ ସହରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି I ୧୧ ତାରିଖ (ସୋମବାର)ସନ୍ଧ୍ୟାରେ ଚନ୍ଦ୍ର […]

Samaya Live Picture
Published On

ଭୁବନେଶ୍ୱର : ଇସଲାମିକ କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ମାସ ୧୨ ତାରିଖରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ I ଏହି ପବିତ୍ର ମାସ ଏପ୍ରିଲ ୯ ତାରିଖରେ ସରିବ I ରମଜାନ ମାସରେ ଯେଉଁ ମୁସଲିମ ଭାଇ ଓ ଭଉଣୀ ମାନେ ଦିନସାରା ଉପବାସ ରହି ବ୍ରତ ପାଳନ କରନ୍ତି ଏହାକୁ’ରୋଜା’କୁହାଯାଏ I ଏହି ବ୍ରତ ପାଳନ କରିବା ପାଇଁ ବିଭିନ୍ନ ସହରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି I ୧୧ ତାରିଖ (ସୋମବାର)ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ପରେ ପ୍ରଥମ’ତାରାୱିହ’ନମାଜ ପାଠ ଆରମ୍ଭ ହେବ I ତାପର ଦିନ ଅର୍ଥାତ ମଙ୍ଗଳବାର ଦିନ ପ୍ରଥମ’ରୋଜା’ ରଖି ନମାଜ ପାଠ କରିବେ ମୁସଲିମ ଭାଇ ଭଉଣୀମାନେ I ଉପବାସ କରୁଥିବା ଲୋକମାନେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦିନ ସାରା ଏକ ମାସ ଯାଏଁ ଉପବାସ ପାଳନ କରନ୍ତି I ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିଥାନ୍ତି I ବ୍ରତ ଶେଷରେ ସନ୍ଧ୍ୟାବେଳେ ଇଫତାର ପାଳନ କରାଯାଏ I ଉପବାସ କରୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇ ପରିବେଷଣ କରାଯାଏ I ଏହି ମାସଟି ଭଲ କାର୍ଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ବୋଲି କୁହାଯାଏ I

ରମଜାନ ମାସରେ ଏକ ମାସ ପର୍ଯ୍ୟନ୍ତ ସାରାଦିନ ଉପବାସ ରହି ଦିନକୁ ୩ ଥର ନମାଜ ପାଠ କରିବା ସହିତ ନିଜ ପରିବାର ତଥା ଜଗତର ମଙ୍ଗଳ କାମନା କରିଥାନ୍ତି ମୁସଲମାନ ସମ୍ପ୍ରଦାୟ I ରମଜାନ ମାସ ଏପ୍ରିଲ ୯ ତାରିଖରେ ସରିବାକୁ ଥିବାବେଳେ ୧୦ ତାରିଖ ଦିନ ପାଳନ କରାଯିବ ‘ଇଦ-ଉଲ-ଫିତର’ I

ଇସଲାମୀୟ ମତାନୁଯାୟୀ ମୁସଲମାନ ଧର୍ମଗୁରୁ ପୈଗେମ୍ବର ମହମ୍ମଦ ସାଲ ୬୧୦ରେ ପବିତ୍ର ପୁସ୍ତକ ‘କୁରାନ’ଉପରେ ଜ୍ଞାନ ପ୍ରାପ୍ତ କରିଥିଲେ I ରମଜାନ ମାସର ୨୭ ତମ ରାତିରେ ଶାବ-ଇ-କଦର କୁରାନ ପ୍ରକାଶ ପାଇଥିଲା। ସେଥିପାଇଁ ଏହି ମାସରେ ‘ତାରାୱିହ’ପ୍ରାର୍ଥନାରେ ମାସସାରା କୁରାନ ପାଠ କରାଯାଏ I ଯେଉଁମାନେ କୁରାନ ପଢି ପାରନ୍ତି ନାହିଁ,ସେମାନେ’କୁରାନ’ଶୁଣି ବ୍ରତ ପାଳନ କରିଥାନ୍ତି I କୁହାଯାଏ ଯଦି ରମଜାନ ମାସରେ ପବିତ୍ର ହୃଦୟରେ ଆଲ୍ଲାଙ୍କୁ ପ୍ରାର୍ଥନା କରାଯାଏ,ତେବେ ଆଲ୍ଲା ସମସ୍ତ ପ୍ରାର୍ଥନା ପୂରଣ କରନ୍ତି I ଏବଂ ସମସ୍ତ ପାପ ମଧ୍ୟ କ୍ଷମା କରିଦେଇ ଥାନ୍ତି I

ଭାରତ ସମେତ ଓଡ଼ିଶାରେ ମଧ୍ୟ ବିଭିନ୍ନ ମସଜିଦ ଗୁଡିକରେ ପବିତ୍ର ରମଜାନ ମାସର ଆୟୋଜନ କରାଯାଇଛି I ଏହାବାଦ ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ ଇଫତାର ର ମଧ୍ୟ ଆୟୋଜନ କରାଯାଇଛି I ଏଠାରେ ସମସ୍ତେ ଏକାଠି ହୋଇ ‘ରୋଜା’ଭାଙ୍ଗିବେ I ଏହି କ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାବା ବୁଖାରି ପୀଠ (କିଲ୍ଲା) ଠାରେ ରମଜାନ ମାସ ପାଇଁ ରାତ୍ରି ୯ ଘଣ୍ଟା ସମୟରେ’ତାରାୱିହ’ପାଠ କରାଯିବ ବୋଲି ବୁଖାରି ପୀଠ ପରିଚାଳନା କମିଟି ତରଫରୁ ସ୍ଥିର କରାଯାଇଛି I

Tags: