୯ ବର୍ଷରେ ଖୋଲିଲେ ମ୍ୟୁଜିୟମ
ଆମେରିକାର ଇଲିନୋଇସ୍ରେ ରହୁଥିବା ଜଣେ ୯ ବର୍ଷର ବାଳକ ଏଣ୍ଡରସନ ଟେଲର ନିଜର ଏକ ଅଭିନବ ପ୍ରୟାସ ଦ୍ୱାରା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯେଉଁଠି ସେ ମାତ୍ର ୯ ବର୍ଷ ୩୪୦ ଦିନ ବୟସରେ ନିଜର ଏକ ‘ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ’ (ପ୍ରାକୃତିକ ଇତିହାସ ସଂଗ୍ରହାଳୟ) ଖୋଲି ଦୁନିଆର ସବୁଠାରୁ କମ୍ ବୟସର ମ୍ୟୁଜିୟମ କ୍ୟୁରେଟର ହେବାର ଗିନିଜ୍ ୱାର୍ଲ୍ଡ ରେକର୍ଡ ନିଜ ନାମରେ କରିଛନ୍ତି । ଡାଇନାସୋର ପ୍ରତି ଅହେତୁକ ଭଲପାଇବା ରଖିଥିବା ଏହି ବାଳକକୁ ସ୍କଟଲ୍ୟାଣ୍ଡର ଏକ ଡାଇନାସୋର ମ୍ୟୁଜିୟମ ଦେଖିବା ପରେ ନିଜର ସଂଗ୍ରହାଳୟ ଖୋଲିବାର ପ୍ରେରଣା ମିଳିଥିଲା । ଯାହା ପାଇଁ ସେ ଏକ ପୁରୁଣା କୋଠାକୁ ବାଛିବା ସହ ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ କରିଥିଲେ ଏବଂ ବର୍ତ୍ତମାନ ୧୧ ବର୍ଷ ବୟସରେ ପହଞ୍ଚିଥିବା ଏଣ୍ଡରସନ ଏହି ମ୍ୟୁଜିୟମ ପାଇଁ ପ୍ରାୟ ୧୭ ଲକ୍ଷ ଟଙ୍କା ମଧ୍ୟ ଯୋଗାଡ଼ କରିସାରିଛନ୍ତି । ଏହି କେମ୍ବ୍ରିଜ୍ ନେଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ଡାଇନାସୋରର ହାଡ଼, ବିଭିନ୍ନ ପ୍ରକାରର ପଥର, ପୁରୁଣା ସାମଗ୍ରୀ ଏବଂ ପ୍ରକୃତି ସହ ଜଡ଼ିତ ଅନେକ ଦୁର୍ଲଭ ଜିନିଷ ସ୍ଥାନ ପାଇଛି, ଯେଉଁଠି ଏଣ୍ଡରସନ ନିଜେ ଏହି ସଂଗ୍ରହାଳୟର ମାଲିକ ଓ ମୁଖ୍ୟ କ୍ୟୁରେଟର ଭାବେ ଦାୟିତ୍ୱ ତୁଲାଉଛନ୍ତି ।




