ପୋକମାନଙ୍କ ପାଇଁ ଶୋକସଭା

ପୋକମାନଙ୍କ ପାଇଁ ଶୋକସଭା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲୁଇ ବ୍ରେଲ୍

ଜାପାନରେ ଏକ କମ୍ପାନୀ ନିକଟରେ ପୋକମାନଙ୍କ ପାଇଁ ଶୋକସଭାର ଆୟୋଜନ କରିଛି । ଲାବଟେଷ୍ଟିଂ ସମୟରେ ମରୁଥିବା ପୋକମାନଙ୍କ ପାଇଁ ଏହି ଶୋକସଭାର ଆୟୋଜନ କରାଯାଇଛି । କମ୍ପାନୀର ନାଁ ହେଉଛି ଅର୍ଥ କର୍ପୋରେସନ ଯିଏ ଜାପାନରେ କୀଟନାଶକ ଔଷଧ ପ୍ରସ୍ତୁତ କରିବା ପାଇଁ ପରିଚିତ । ଏହି ଶୋକସଭାର ଆୟୋଜନ ଦକ୍ଷିଣ ଜାପାନର ଏକ ମନ୍ଦିରରେ କରାଯାଇଥିଲା । ପାଖାପାଖି ୧୦୦ରୁ ଅଧିକ କର୍ମଚାରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଜଣେ ବୌଦ୍ଧ ଭିକ୍ଷୁ ପାଖାପାଖି ଏକ ଘଣ୍ଟା ଧରି ମନ୍ତ୍ର ପଢିବା ସହିତ ପୋକମାନଙ୍କର ଆତ୍ମାର ଶାନ୍ତି ପାଇଁ ପ୍ରାଥର୍ନା କରିଥିଲେ । ଏପରିକି ଏକ ମେମୋରିଆଲ ତିଆରି କରାଯାଇ ପୋକମାନଙ୍କର ଫଟୋ ମଧ୍ୟ ରଖାଯାଇଥିଲା । ଯେଉଁଥିରେ ସମସ୍ତ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ପୋକମାନଙ୍କର ତ୍ୟାଗକୁ ସମ୍ମାନ ଦେବାପାଇଁ କମ୍ପାନୀ ପକ୍ଷରୁ ଏହି ସଭାର ଆୟୋଜନ କରାଯାଇଛି ।

ସମ୍ବନ୍ଧିତ ଖବର ଉଦ୍ଭାବନର ସମ୍ଭାବନା

Tags:

Related Posts

ଘଟଣା ବହୁଳ '୨୫'

ଘଟଣା ବହୁଳ '୨୫'

ସକାଳର ପାନୀୟ

ସକାଳର ପାନୀୟ

ରୋବଟକୁ ହେବ କଷ୍ଟ

ରୋବଟକୁ ହେବ କଷ୍ଟ