ମା'
ସବୁଠାରୁ ସରଳ ଓ ନିଆରା ଶବ୍ଦ ହେଲା ମା', ଯିଏ ଆମ ଜୀବନରେ ଭରିଥାଏ ଅନାବିଳ ଖୁସି । ଯାହାର କୋମଳ ସ୍ପର୍ଶ ଭୁଲାଇଦେଇଥାଏ ଜୀବନର ଝଡଝଞ୍ଜା । ଯାହାର ପରାମର୍ଶକୁ ପାଥେୟ କରି ମିଳିଥାଏ ବିଭିନ୍ନ ସମସ୍ୟାର ସମାଧାନ । ସେହି ମା'ର ସମ୍ମାନରେ ଜୀବନର ସବୁଦିନ ଉତ୍ସର୍ଗୀକୃତ ।
ପ୍ରଥମ ମାତୃତ୍ୱ ଦିବସ ୧୯୦୭ରେ ପାଳନ ହେବା ଆରମ୍ଭ ହୋଇଥିଲା । ଏହି ଦିବସକୁ ୟୁନାଇଟେଡ୍ ଷ୍ଟେଟସ୍ରେ ଜୁଲିଆ ଓ୍ୱାର୍ଡ ହେ୍ୱ ଓ ଆନ୍ନା ଜାର୍ଭେସ ପାଳନ କରିବା ଆରମ୍ଭ କରିଥିଲେ । ମଇ ମାସର ଦ୍ୱିତୀୟ ରବିବାରକୁ ମାତୃତ୍ୱ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ । ଏହି ଦିନଟିକୁ ପ୍ରାୟ ୫୦ ଦେଶ ପାଳିଥାଆନ୍ତି, କେତେକ ଦେଶରେ ଭିନ୍ନଭିନ୍ନ ଦିନରେ ଏହାକୁ ପଳାଯାଇଥାଏ । ମା'ଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଏ । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଦିନଟିକୁ ପାଳନ କରାଯାଇଥାଏ । ଅନେକ ଅନୁଷ୍ଠାନ ସାମାଜିକ ସ୍ତରରେ ବିଭିନ୍ନ କାମରେ କ୍ଷାତି ଅର୍ଜନ କରିଥିବା ମା'ଙ୍କୁ ସମ୍ମାନୀତ କରିଥାଆନ୍ତି । ଏହି ଦିନଟିକୁ ପ୍ରାୟ ସମସ୍ତେ ଛୋଟଛୋଟ କାର୍ଯ୍ୟକ୍ରମ ଜରିଆରେ ନିଜ ମା'ଙ୍କ ସହିତ ବିତାଇଥାଆନ୍ତି ।



