ଖୁସିରେ କାଟନ୍ତୁ

ଖୁସିରେ କାଟନ୍ତୁ
Ipsita Picture
By: Ipsita
Published On

 

ଆମ ଜୀବନରେ କିଛି ବି ଖୁସି ଆସିଲେ ସର୍ବଦା ମା'ମାନେ ପ୍ରଥମେ ଖୁସି ହୋଇଥାଆନ୍ତି । ଏହି ଖୁସିକୁ ସେ ବିଭିନ୍ନ ଉପାୟରେ ପାଳନ କରିଥାଆନ୍ତି । ତେବେ ସବୁଦିନ ଆମେ ମା'ଙ୍କ ପାଇଁ ଉତ୍ସବ ପାଳିପାରିବା କିନ୍ତୁ ମଦର୍ସ ଡେ'ରେ କିଛି ନିଆରା କରି ତାଙ୍କୁ ଖୁସି ମଧ୍ୟ କରିପାରିବା । ମା'ଙ୍କ ପାଇଁ କିଛି ଛୋଟଛୋଟ କାମ କରି ଏହି ଦିନଟିକୁ ତାଙ୍କପାଇଁ ସ୍ମରଣୀୟ କରିପାରିବା ।

ବଗିଚା କାମ - କିଚେନ୍ଗାର୍ଡେନରେ ଏହିଦିନ କିଛି କାମ କରନ୍ତୁ, ଏହା ତାଙ୍କୁ ଖୁସି ପ୍ରଦାନ କରିବ । ଛୋଟଛୋଟ ଗଛ ଉପହାର ଭାବେ ଦେବା ସହିତ ଏହାକୁ ଗାର୍ଡେନରେ ଲଗାଇପାରିବେ । ଆଗରୁ ଲାଗିଥିବା ଗଛର ଯତ୍ନ ମଧ୍ୟ ନେଇପାରିବେ । ମା'ଙ୍କ ସହିତ ବଗିଚାରେ କିଛି ଫଟୋ ଉଠାଇ ସମସ୍ତଙ୍କ ସହିତ ସେୟାର ମଧ୍ୟ କରିପାରିବେ ।

ଘର କାମରେ ସାହାଯ୍ୟ - ସାଧାରଣତଃ ମା' ମାନେ ଘର କାମ ନେଇ ପିଲାଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତି । ତେଣୁ ମା'ଙ୍କ ପାଇଁ କିଛି ସ୍ପେସାଲ କରିବାକୁ ଚାହୁଛନ୍ତି, ତେବେ ତାଙ୍କୁ ଘର କାମରେ ସାହାଯ୍ୟ କରନ୍ତୁ । ଘରେ ଥିବା ଛୋଟଛୋଟ କାମ ଯେପରି ଫ୍ରିଜ୍ରେ ପାଣି ରଖିବା, ଘର ସଫା କରିବା, ନିଜ ରୁମ ନିଜେ ସଫା କରିବା, ମାଙ୍କର ଆଲମିରା ସଜାଡି ଦେବା, ଅନ୍ୟାନ କୌଣସି ବି କାମ କରି ମା'ଙ୍କୁ ଟିକେ ରିଲାକ୍ସ କରିପାରିବେ ।

ପ୍ରସ୍ତୁତ କରନ୍ତୁ ଲଞ୍ଚ - ମା'ଙ୍କ ହାତରନ୍ଧା ସମସ୍ତଙ୍କୁ ପସନ୍ଦ । ତେବେ ସବୁଦିନ ସେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଆମକୁ ପରଷନ୍ତି । ଏହି ଗୋଟିଏ ଦିନ ତାଙ୍କ ପାଇଁ ନିଜ ହାତରେ କିଛି ଖାଦ୍ୟ ରୋଷେଇ କରନ୍ତୁ । ତାଙ୍କୁ ଘରେ ମଧ୍ୟ ରେସ୍ତୋରାଁ ଭଳି ଖାଦ୍ୟ ରାନ୍ଧି ସରପ୍ରାଇଜ୍ଦେଇପାରିବେ ।

ଅଧିକ ସମୟ ବିତାନ୍ତୁ - ପ୍ରାୟ କାହା ପାଖେ ମା'ଙ୍କ ସହିତ ସମୟ ବିତାଇବାକୁ ସମୟ ହିଁ ନଥାଏ । ତେବେ ଏହା କାର୍ଯ୍ୟବ୍ୟସ୍ତତା କାରଣରୁ ଘଟିଥାଏ । ତେଣୁ ଏହି ଦିନ ସମସ୍ତ କାମକୁ ବନ୍ଦ କରି ମା'ଙ୍କ ସହ ବିତାନ୍ତୁ । ତାଙ୍କ ସହ ନିଜ ମନକଥା ବାଣ୍ଟିବା ସହିତ ତାଙ୍କ କଥା ପଚାରି ବୁଝନ୍ତୁ । ସେହିଭଳି ଯଦି ଆପଣ ବାହାରେ ରହୁଛନ୍ତି, ତେବେ ଫୋନ କିମ୍ବା ଭିଡିଓ କଲରେ ତାଙ୍କ ସହ କଥା ହଅନ୍ତୁ । ତାଙ୍କୁ ଟିକେ ସମୟ ଦିଅନ୍ତୁ, ଏହା ତାଙ୍କୁ ବିଶେଷ ଖୁସି ଦେବ ।

Tags: