ଏକାଥରେ ପାଞ୍ଚ ସନ୍ତାନର ମାଆ
ଇଥୋପିଆର ଜଣେ ମହିଳା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁସାରେ ଏଠାରେ ୩୫ ବର୍ଷୀୟା ବେଦରିଆ ଅଦେମ ନାମକ ଜଣେ ମହିଳା ଏକସଙ୍ଗେ ପାଞ୍ଚଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଘଟଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ବେଦରିଆ କୌଣସି ଆଇଭିଏଫ୍ କିମ୍ବା ଔଷଧର ସାହାଯ୍ୟ ନନେଇ ପ୍ରାକୃତିକ ଭାବରେ ଗର୍ଭଧାରଣ କରିଥିଲେ, ଯାହାକି ଡାକ୍ତରଙ୍କ ମତରେ ପ୍ରାୟ ୫.୫ କୋଟି ମାମଲାରେ ଥରେ ଘଟିଥାଏ । ଦୀର୍ଘ ୧୨ ବର୍ଷ ଧରି ମା’ ହୋଇପାରୁ ନଥିବାରୁ ସେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ । ହେଲେ ପରେ ସେ ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିଥିଲେ । ଯାହାପରେ ଡାକ୍ତରମାନେ ପାଞ୍ଚଟି ସନ୍ତାନ (୪ ପୁଅ ଓ ୧ ଝିଅ) ଥିବା ଜାଣିବାକୁ ପାଇଥିଲେ। ବର୍ତ୍ତମାନ ନାଇଫ୍, ଅମ୍ମାର, ମୁଞ୍ଜିର, ନଜୀରା ଏବଂ ଅନସାର ନାମକ ଏହି ପାଞ୍ଚ ଶିଶୁଙ୍କ ଆଗମନ ମହିଳାଙ୍କ ଜୀବନରେ ଖୁସି ଆଣିଛି ।
Tags:




