ବିଂଶ ଶତାବ୍ଦୀର ସବୁଠୁ ମହଙ୍ଗା ପୁସ୍ତକ

ସାଧାରଣତ ବହିଗୁଡ଼ିକର ମୂଲ୍ୟ ୧୦୦-୨୦୦ ରୁ କିଛି ହଜାର ପର୍ଯ୍ୟନ୍ତ ହୋଇଥାଏ, କି;ୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକାରେ ଏକ ପୁସ୍ତକ ପ୍ରାୟ ୩.୫ କୋଟିରେ ବିକ୍ରି ହୋଇଛି । ଏହା ପ୍ରସିଦ୍ଧ ଉପନ୍ୟାସ ହ୍ୟାରି ପୋଟର୍‌ର ପୁସ୍ତକ । ହ୍ୟାରି ପୋଟର୍‌ ବ୍ରିଟିଶ୍‌ ଲେଖିକା ଜେକେ ରୋଲିଙ୍ଗଙ୍କ ଦ୍ୱାରା ଲିଖିତ କାଳ୍ପନିକ ଉପନ୍ୟାସ, ଯାହା ଉପରେ ଫିଲ୍ମ ମଧ୍ୟ ନିର୍ମିତ ହୋଇଛି । ହ୍ୟାରି ପୋଟର୍‌ ସିରିଜର ଫିଲ୍ମକୁ ପିଲାମାନଙ୍କ ଠାରୁ ଆରମ୍ଭ […]

Samaya Live Picture
Published On

ସାଧାରଣତ ବହିଗୁଡ଼ିକର ମୂଲ୍ୟ ୧୦୦-୨୦୦ ରୁ କିଛି ହଜାର ପର୍ଯ୍ୟନ୍ତ ହୋଇଥାଏ, କି;ୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକାରେ ଏକ ପୁସ୍ତକ ପ୍ରାୟ ୩.୫ କୋଟିରେ ବିକ୍ରି ହୋଇଛି । ଏହା ପ୍ରସିଦ୍ଧ ଉପନ୍ୟାସ ହ୍ୟାରି ପୋଟର୍‌ର ପୁସ୍ତକ । ହ୍ୟାରି ପୋଟର୍‌ ବ୍ରିଟିଶ୍‌ ଲେଖିକା ଜେକେ ରୋଲିଙ୍ଗଙ୍କ ଦ୍ୱାରା ଲିଖିତ କାଳ୍ପନିକ ଉପନ୍ୟାସ, ଯାହା ଉପରେ ଫିଲ୍ମ ମଧ୍ୟ ନିର୍ମିତ ହୋଇଛି । ହ୍ୟାରି ପୋଟର୍‌ ସିରିଜର ଫିଲ୍ମକୁ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଅଧିକ ପସନ୍ଦ କରିଥାନ୍ତି ।

ଲେଖିକା ଜେକେ ରୋଲିଙ୍ଗ

ଏହି ହ୍ୟାରି ପୋଟର୍‌ର କାହାଣୀ ବର୍ଣ୍ଣନା କରୁଥିବା ପୁସ୍ତକର ଏକ ସଂସ୍କରଣ ୪୭୧,୦୦୦ ଡଲାରରୁ ଅଧିକ ଅର୍ଥାତ୍‌ ପ୍ରାୟ ୩ କୋଟି ୫୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ସୂଚନା ଅନୁଯାୟୀ ହ୍ୟାରି ପୋଟର୍‌ର ପ୍ରଥମ ସଂସ୍କରଣର ଆମେରିକାରେ ନିଲାମ ପାଇଁ ରଖାଯାଇଥିଲା, ଯେଉଁଥିରେ ପୁସ୍ତକର ବିଡ୍‌ ୩.୫ କୋଟିରୁ ଅଧିକ ହୋଇଯାଇଥିଲା । ତେବେ ଏହି ପୁସ୍ତକଟି ବିଂଶ ଶତାବ୍ଦୀର ସବୁଠାରୁ ମହଙ୍ଗା ବିକ୍ରୟ ପୁସ୍ତକ ହୋଇ ରେକର୍ଡ କରିଛି ।

ଲେଖିକା ଜେକେ ରୋଲିଙ୍ଗ
ହ୍ୟାରି ପୋଟରର ପ୍ରଥମ ସଂସ୍କରଣ ୧୯୯୭ ମସିହାରେ ପ୍ରକାଶିତ ହୋଇଥିଲା, ଯାହାର ନାମ ହ୍ୟାରି ପୋଟର୍‌ ଆଣ୍ଡ୍‌ ଦ ଫିଲୋସ୍ପର୍ସ ଷ୍ଟୋନ୍‌ । ଆମେରିକାରେ ଏହି ପୁସ୍ତକ ହ୍ୟାରି ପୋଟର୍‌ ଆଣ୍ଡ୍‌ ଦ ସୋର୍କରର୍ସ ଷ୍ଟୋନ୍‌ ନାମରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକକୁ ୮୦ଟି ଭାଷାରେ ଅନୁବାଦ କରାଯାଇଛି । ଏହା ଉପରେ ନିର୍ମିତ ଫିଲ୍ମଗୁଡ଼ିକ ବିଶ୍ୱବ୍ୟାପୀ ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରିଛି ।