ମଶା ରୋକିବ ଡେଙ୍ଗୁ

ମଶା ରୋକିବ ଡେଙ୍ଗୁ
Ipsita Picture
By: Ipsita


ଡେଙ୍ଗୁ ଚିକୁନଗୁନିଆ ରୋକିବା ପାଇଁ ସମସ୍ତେ ପ୍ରଥମେ ମଶା ବଂଶକୁ ନିପାତ କରିବାକୁ କାର୍ଯ୍ୟ କରନ୍ତି । ହେଲେ ମଲେଶିଆ ସରକାର ଡେଙ୍ଗୁ ଓ ଚିକୁନଗୁନିଆ ରୋକିବାକୁ ମଶାଙ୍କୁ ହିଁ ବ୍ୟବହାର କରୁଛନ୍ତି । ଏଥିପାଇଁ ସହରରେ ପାଖାପାଖି ୬୫ ହଜାରରୁ ଅଧିକ ମଶାଙ୍କୁ ଛଡା ଯାଇଛି । ତେବେ ଏହି ମଶାଙ୍କୁ ଲାବରେ ପ୍ରସ୍ତୁତ କରାଯାଇଛି । ଏମାନେ ହେଲେ ସ୍ୱତନ୍ତ୍ରଧରଣର ଓ୍ୱଲବାକିୟା ମଶା । ଏମାନଙ୍କ ଶରୀରରେ ଓ୍ୱଲବାକିୟା ନାମକ ବ୍ୟାକ୍ଟେରିଆ ରହିଛି । ଯେତେବେଳେ ଏହି ମଶାମାନେ ମାଈ ମଶାଙ୍କ ସହିତ ମିଶିବେ ଏବଂ ସେମାନଙ୍କର ଛୁଆ ହେବା, ସେହି ଛୁଆରେ ମଧ୍ୟ ଓ୍ୱଲବାକିୟା ବ୍ୟକେଫରିଆ ରହିବ । ଏହି ବ୍ୟାକ୍ଟେରିଆ ମଶାଙ୍କ ଶରୀରରେ ଡେଙ୍ଗୁ, ଜିକା କିମ୍ବା ଚିକନଗୁନିଆ ଭଳି ଭାଇରସକୁ ନିପାତ କରିବାରେ ସାହାଯ୍ୟ କରିବ । ଏହି ପ୍ରୋଜେକଫ ୨୦୨୫ ନଭେମ୍ବର ମାସରୁ ଆରମ୍ଭ ହୋଇଛି, ଯାହା ଜାନୁଆରୀ ମାସ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ଧୀରେଧୀରେ ସହରରେ ଥିବା ସମସ୍ତ ମଶାଙ୍କୁ ସୁରକ୍ଷିତ ମଶାରେ ବଦଳାଇବା । ସୋସିଆଲ ମିଡିଆରେ ଅନେକ ଏହି ପଦକ୍ଷେପର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର ୧୦ ବର୍ଷ ପରେ ମିଳିଲା ପାର୍ସଲ

Tags: