ମଶା ପିଅନ୍ତି ସାପ ରକ୍ତ

ମଶା ପିଅନ୍ତି ସାପ ରକ୍ତ
Ipsita Picture
By: Ipsita
Published On

 

ସାଧାରଣତଃ ସମସ୍ତେ ଭାବନ୍ତି ମଶାମାନେ କେବଳ ମଣିଷଙ୍କୁ କାମୁଡନ୍ତି ଏବଂ ମଣିଷ ରକ୍ତ ପିଅନ୍ତି । ହେଲେ ନିକଟରେ ବୈଜ୍ଞାନିକମାନଙ୍କ ମତରେ, ମଶାମାନେ କେବଳ ମଣିଷ କିମ୍ବା ପକ୍ଷୀ ନୁହେଁ, ବରଂ ସାପ, ଏଣ୍ଡୁଅ ଓ କଇଞ୍ଚ ଭଳି ସରୀସୃପମାନଙ୍କ ରକ୍ତ ମଧ୍ୟ ଶୋଷଣ କରିଥାନ୍ତି । ସାପର ଚମଡ଼ାରେ ଥିବା ଅତି ସୂକ୍ଷ୍ମ ସ୍ଥାନ ଦେଇ ମଶାମାନେ ନିଜ ଶୁଣ୍ଢ ସାହାଯ୍ୟରେ ରକ୍ତ ପିଇଥାନ୍ତି । ଯାହା ସେମାନଙ୍କ ପାଇଁ ବେଶ୍ ପୁଷ୍ଟିକର ହୋଇଥାଏବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି । ସାଧାରଣତଃ ଏହାଦ୍ୱାରା ସାପମାନଙ୍କର କୌଣସି ପ୍ରତ୍ୟକ୍ଷ କ୍ଷତି ହୋଇନଥାଏ, କିନ୍ତୁ ମଶାମାନେ ବିଭିନ୍ନ ଭୂତାଣୁ ବାହକ ହୋଇଥିବାରୁ କେତେକ କ୍ଷେତ୍ରରେ ସାପମାନେ ମଧ୍ୟ ରୋଗର ଶିକାର ହେବାର ସମ୍ଭାବନା ଥାଏ । ତେବେ ଏହି ଆବିଷ୍କାର ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ସଫଳତା ପାଲଟିଛି । ସେମାନେ ମଶାମାନଙ୍କ ମାଧ୍ୟମରେ ବର୍ତ୍ତମାନ ଜଙ୍ଗଲ ଭିତରେ ସାପମାନଙ୍କର ଗତିବିଧି ଓ ସ୍ଥାନ ନିରୂପଣ କରିବାରେ ବ୍ୟବହାର କରିପାରିବେ ।

Tags: