ମଶା କରିବ ଗୁପ୍ତଚର କାମ

ମଶା କରିବ ଗୁପ୍ତଚର କାମ
Ipsita Picture
By: Ipsita
Published On

 

ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନ ଏକ ଅଭିନବ ମାଇକ୍ରୋ ଡ୍ରୋନ୍ ପ୍ରସ୍ତୁତ କରିଛି, ଯାହାର ଆକାର ଏକ ସାଧାରଣ ମଶା ସଦୃଶ । ଏହାକୁ ବିଶେଷକରି ଗୁପ୍ତଚର ବୃତ୍ତି କାର୍ଯ୍ୟରେ ବ୍ୟବହାର କରାଯାଇପାରିବବୋଲି ଜଣାପଡିଛି । ଚୀନର ନ୍ୟାସନାଲ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜି  ଦ୍ୱାରା ନିର୍ମିତ ଏହି ଡ୍ରୋନ୍‌ର ଓଜନ ମାତ୍ର ୦.୩ ଗ୍ରାମ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ଏକ କୀଟ ଶୈଳୀରେ ଡିଜାଇନ୍ କରାଯାଇଛି।  ଦର୍ଶାଯାଇଥିବା ଏହି କ୍ଷୁଦ୍ରାକୃତି ଡ୍ରୋନ୍‌ରେ ଛୋଟ କ୍ୟାମେରା ଓ ସେନ୍ସର ଖଞ୍ଜାଯାଇଛି, ଯାହା ଅତି ସହଜରେ ଫଟୋ ଉଠାଇବା, ସ୍ୱର ରେକର୍ଡ କରିବା ଏବଂ ଗୁପ୍ତ ତଥ୍ୟ  ସଂଗ୍ରହ କରିବାରେ ସକ୍ଷମ । ଅତି କ୍ଷୁଦ୍ର ଆକାର ଯୋଗୁଁ ଏହାକୁ ସହଜରେ ଚିହ୍ନଟ କରିବା ମଧ୍ୟ କଷ୍ଟକର । ଏହି ସମସ୍ତ ବୈଶିଷ୍ଟ୍ୟ ସତ୍ତ୍ୱେ ଏହି ମଶା ଡ୍ରୋନ୍‌ରେ କିଛି ତ୍ରୁଟି ମଧ୍ୟ ରହିଛି; ଯେପରିକି ଏହାର ଆକାର ଛୋଟ ହୋଇଥିବାରୁ ଏଥିରେ ବଡ଼ ବ୍ୟାଟେରୀ ଲଗାଯାଇ ପାରିବ ନାହିଁ । ଯେଉଁଥିପାଇଁ ଏହା ଅଧିକ ସମୟ ପର୍ଯ୍ୟନ୍ତ ଉଡ଼ିପାରିବ ନାହିଁ । ଏହାଛଡ଼ା ଓଜନ ଅତ୍ୟନ୍ତ କମ୍ ହେବା ହେତୁ ପ୍ରବଳ ପବନରେ ଏହା ନିଜର ଗତିପଥରୁ ବିଚ୍ୟୁତ ହେବାର ଆଶଙ୍କା ରହିବା ସହ ଏହାର ଓଜନ ବହନ କ୍ଷମତା ମଧ୍ୟ ସୀମିତ ଅଟେ । ଏହି ସମସ୍ତ କାରଣ ଯୋଗୁଁ ବର୍ତ୍ତମାନ ଏହାର ବ୍ୟବହାର କ୍ଷେତ୍ରରେ ଅନେକ ସାଇଣ୍ଟିଫିକ୍ ଚ୍ୟାଲେଞ୍ଜ ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Tags: