ସକାଳର ପାନୀୟ

ସକାଳର ପାନୀୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିବାହ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ

ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ନିଜ ପ୍ରତି ଧ୍ୟାନ ଦେବା ବେଶ୍କଠିନ ହୋଇପଡିଛି । ଯାହା ବେଳେବେଳେ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଉଛି । ତେବେ ଏଭଳି କିଛି ଖାଦ୍ୟ ଅଛି ଯାହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଖୁବ୍ସହଜରେ ଆପଣ ଫିଟ୍ରହିପାରିବେ । ତେବେ ବର୍ତ୍ତମାନ ବେଲି ଫ୍ୟାଟ୍ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଥିପାଇଁ ମଧ୍ୟ ସମାଧାନ ରହିଛି । ସକାଳୁ ଏଭଳି କିଛି ପାନୀୟ ଅଛି ଯାହାକୁ ପିଇବା ଦ୍ୱାରା ବେଲି ଫ୍ୟାଟ୍କମ କରିପାରିବେ ।

ସମ୍ବନ୍ଧିତ ଖବର ଉତ୍ସବକୁ ଯିବେନି ନୂଆବୋହୂ

ହନି ଲେମନ୍ଓ୍ୱାଟର

ସମ୍ବନ୍ଧିତ ଖବର କୁକୁର ପାଲଟିଲା ଶାନ୍ତିଦୂତ

ପେଟର ଚର୍ବି କମାଇବା ପାଇଁ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଇବା ଏକ ବହୁତ ପୁରୁଣା ପ୍ରକ୍ରିୟା । ଏହି ଉପାୟ କରିବା ପାଇଁ ବହୁତ କମ ସମୟ ସହ କମ ପରିଶ୍ରମ ଲାଗିଥାଏ । ଅଳ୍ପ ଉଷୁମ ପାଣିରେ କେଇ ଠୋପା ଲେମ୍ବୁ ରସ, ଏକ ଚାମଚ ମହୁ ମିଶାଇ ସକାଳୁ ପିଅନ୍ତୁ । ଏହା ପୂରା ଦିନ ଆପଣଙ୍କୁ ଫ୍ରେସ୍ରଖିବା ସହିତ ପେଟର ଚର୍ବି କମାଇବାରେ ସହାୟକ ହେବ ।

ଆପଲ୍ସାଇଡ୍ଭିନେଗାର-

ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ଆପଲ ସାଇଡ୍ଭିନେଗାର ମିଶାନ୍ତୁ । ଏହାକୁ ସକାଳୁ ପିଅନ୍ତୁ, ତେବେ ଏହାକୁ ପିଇବାର ୩୦ ମିନିଟ୍ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ପେଟ ଚର୍ବି କମିବା ସହିତ ଓଜନ ନିୟନ୍ତ୍ରଣରେ ରହିଥାଏ ।

ଜିରା ପାଣି

ସମସ୍ତଙ୍କ ରୋଷେଇଘରେ ଜିରା ସର୍ବଦା ମିଳିଥାଏ । ଏହାର ଅନେକ ଔଷଧୀୟଗୁଣ ମଧ୍ୟ ରହିଛି । ତେବେ ଏକ ଚାମଚ ଜିରାକୁ ରାତିରେ ପାଣିରେ ବତୁରାଇ ଦିଅନ୍ତୁ । ସକାଳୁ ଏହାକୁ ଛାଣି ଖାଲି ପେଟରେ ପିଅନ୍ତୁ । ଏହା ବେଶ୍ସ୍ୱାସ୍ଥ୍ୟପୋଯୋଗୀ ହୋଇଥାଏ ।

Tags: