ନାନା ଦେଶରେ ମୌସୁମୀ
ମୈସୁମୀ ବିଷୟରେ ଜାଣିବାକୁ ହେଲେ ଉଷ୍ମ ମଣ୍ଡଳ ଅଞ୍ଚଳ ବିଷୟରେ ଜାଣିବାକୁ ହେବ । ନିରକ୍ଷ ବୃତ୍ତ ଚାରିପାଖରେ ମକରକ୍ରାନ୍ତି ଓ କର୍କଟକ୍ରାନ୍ତି ମଧ୍ୟରେ ଥିବା ଏହି ଅଞ୍ଚଳରେ ହିଁ ଉଷ୍ମ ଓ ଆର୍ଦ୍ର ବାୟୁ ଉର୍ଦ୍ଧ୍ୱଭିମୁଖୀ ହୋଇ ମେଘ ସୃଷ୍ଟି ହୁଏ । ଋତୁକାଳୀନ ଚକ୍ର ଅନୁଗାମୀ ଏହା ଉତ୍ତର ବା ଦକ୍ଷିଣକୁ ଘୁଞ୍ଚେ । ଏହାକୁ ମୌସୁମୀ କ୍ଷେତ୍ର ବା ମନ୍ସୁନ୍ ଜୋନ୍ କୁହାଯାଏ । ସମୁଦ୍ର ଉପରେ ଥିବା ମନସୁନ ଜୋନ୍କୁ ନିରକ୍ଷ […]
ମୈସୁମୀ ବିଷୟରେ ଜାଣିବାକୁ ହେଲେ ଉଷ୍ମ ମଣ୍ଡଳ ଅଞ୍ଚଳ ବିଷୟରେ ଜାଣିବାକୁ ହେବ । ନିରକ୍ଷ ବୃତ୍ତ ଚାରିପାଖରେ ମକରକ୍ରାନ୍ତି ଓ କର୍କଟକ୍ରାନ୍ତି ମଧ୍ୟରେ ଥିବା ଏହି ଅଞ୍ଚଳରେ ହିଁ ଉଷ୍ମ ଓ ଆର୍ଦ୍ର ବାୟୁ ଉର୍ଦ୍ଧ୍ୱଭିମୁଖୀ ହୋଇ ମେଘ ସୃଷ୍ଟି ହୁଏ । ଋତୁକାଳୀନ ଚକ୍ର ଅନୁଗାମୀ ଏହା ଉତ୍ତର ବା ଦକ୍ଷିଣକୁ ଘୁଞ୍ଚେ । ଏହାକୁ ମୌସୁମୀ କ୍ଷେତ୍ର ବା ମନ୍ସୁନ୍ ଜୋନ୍ କୁହାଯାଏ । ସମୁଦ୍ର ଉପରେ ଥିବା ମନସୁନ ଜୋନ୍କୁ ନିରକ୍ଷ ପ୍ରଶାନ୍ତ କ୍ଷେତ୍ର ବୋଲି କୁହାଯାଇଥାଏ । ମନସୁନ୍ କ୍ଷେତ୍ରର ପରିବର୍ତ୍ତନ ଅନୁଯାୟୀ ଶୁଷ୍କ ଓ ଆର୍ଦର୍୍ରଋତୁ ସୃଷ୍ଟି ହୁଏ। ତେବେ ସମୁଦାୟ ଉଷ୍ମ ମଣ୍ଡଳରେ ମୌସୁମୀର ଚରିତ୍ର ଏକା ପ୍ରକାର ନୁହେଁ । ମହାଦେଶର ଅବସ୍ଥିତି, ମହାସାଗର ଆଞ୍ଚଳିକ ବର୍ଷା ଓ ପବନକୁ ପ୍ରଭାବିତ କରନ୍ତି । ତେବେ ଯେଉଁଠାରେ ଭାରତ ମହାସାଗର ପ୍ରଶାନ୍ତ ମହାସାଗରକୁ ଭେଟିଛି, ସେହି ଅଞ୍ଚଳରେ ମୌସୁମୀ ଖୁବ୍ ଦୃଢ଼ ।
ଏହି ଅଞ୍ଚଳ ମଧ୍ୟରେ ରହିଛି ନିରକ୍ଷବୃତ୍ତର ଉତ୍ତରରେ ଭାରତ ଓ ଦକ୍ଷିଣ ଏସିଆ ଏବଂ ଦକ୍ଷିଣରେ ଅଷ୍ଟ୍ରେଲିଆ । ଏହିସବୁ ଅଞ୍ଚଳରେ ଆର୍ଦର୍୍ର ଗ୍ରୀଷ୍ମ ଓ ଶୁଷ୍କ ଶୀତ ଜଳବାୟୁ ଅନୁଭବ କରିହୁଏ । ଭାରତୀୟ ମୌସୁମୀ ସମେତ ଦକ୍ଷିଣ ଏସୀୟ ମୌସୁମୀ ଖୁବ୍ ଦୃଢ଼ କାରଣ ହିମାଳୟ ଓ ଅନ୍ୟ ପର୍ବତଗୁଡ଼ିକ ଉତ୍ତରର ଦିଗରୁ ଆସୁଥିବା ଶୁଷ୍କ ଥଣ୍ଡା ବାୟୁକୁ ଆର୍ଦ୍ର ମୌସୁମୀ କ୍ଷେତ୍ରରେ ପ୍ରବେଶ କରିବାକୁ ଅଟକାନ୍ତି । ଋତୁକାଳୀନ ଆର୍ଦ୍ର ଓ ଶୁଷ୍କ ଅଞ୍ଚଳ ମଧ୍ୟ ରହିଛି ପଶ୍ଚିମ ଆଫ୍ରିକାର ସାହାରା ମରୁଭୂମି ଓ ସାହେଲରେ । ଆମେରିକାକୁ ମଧ୍ୟ ମୌସୁମୀ ଆସେ କିନ୍ତୁ ଏହା ଏଠି ଖୁବ୍ ଦୁର୍ବଳ ।
ପୃଥିବୀର ସବୁଠାରୁ ଦୃଢ଼ ମୌସୁମୀ କ୍ଷେତ୍ର ଦକ୍ଷିଣ ଚୀନସାଗର ଠାରୁ ଭାରତ ମହାସାଗର ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହି ଅଞ୍ଚଳ ମଧ୍ୟରେ ଏସିଆ ମହାଦେଶ ଓ ଅଷ୍ଟ୍ରେଲିଆର ଉତ୍ତର ଭାଗ ରହିଛି । ପ୍ରତିବର୍ଷ ଜୁନ୍ ଠାରୁ ସେପେଫମ୍ବର ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଗ୍ରୀଷ୍ମକାଳୀନ ମୌସୁମୀ ଅନୁଭୂତ ହୁଏ । ଭିଏତ୍ନାମ, ଥାଇଲାଣ୍ଡ, କାମ୍ବୋଡ଼ିଆ, ବାଙ୍ଗଲାଦେଶ, ଭାରତ, ପାକିସ୍ତାନ, ଲାଓସ୍, ଶ୍ରୀଲଙ୍କା, ମିଆଁମାର ଆଦିରେ ମୌସୁମୀ ବର୍ଷା ହୁଏ । ଏହି ଗ୍ରୀଷ୍ମକାଳୀନ ମୌସୁମୀ ଆର୍ଦ୍ର ଜଳବାୟୁ ସହ ଭୀଷଣ ବର୍ଷା ଆଣେ । ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ ଗ୍ରୀଷ୍ମକାଳୀନ ମୌସୁମୀ ଉପରେ ନିର୍ଭର କରନ୍ତି ।
ଏସବୁ ଦେଶରେ କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରେ । ମୌସୁମୀ ବର୍ଷାରେ ନଦୀ, ନାଳ, ହ ୍ରଦ, ପୋଖରୀରେ ପାଣି ଭରିଯାଏ, ଭୂତଳ ଜଳସ୍ତର ବଢ଼େ । ଗଛଲତା, ଘାସ ଆଦି ବଢ଼ିଥାଏ । ତେଣୁ କୃଷି ସହ ପଶୁପାଳନକୁ ମଧ୍ୟ ସାହାଯ୍ୟ କରିଥାଏ ମୌସୁମୀ । ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର ଉଦ୍ୟୋଗଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ମୌସୁମୀ ଉପରେ ନିର୍ଭରଶୀଳ । କାରଣ ଏସବୁ ଅଞ୍ଚଳର ବିଦୁ୍ୟତ୍ ଶକ୍ତି ମୁଖ୍ୟତଃ ଜଳନ ବିଦୁ୍ୟତ୍ ଉପିାଦନ ଉପରେ ଆରମ୍ଭ କରେ । ତେଣୁ ଯେଉଁ ବର୍ଷା ମୌସୁମୀ ବିଳମ୍ବରେ ଆସେ କିମ୍ବା ଦୁର୍ବଳ ହୁଏ ସେ ବର୍ଷ ଏ ସବୁ ଅଞ୍ଚଳର ଅର୍ଥନୀତି ଅସ୍ଥିର ହୋଇଯାଏ । ଖାଦ୍ୟଶସ୍ୟ ଉପିାଦନ ହ ୍ରାସ ପାଇବା ଯୋଗୁଁ ଖାଦ୍ୟ ଆମଦାନୀ କରିବାକୁ ପଡ଼େ, ବିଦୁ୍ୟତ୍ ନିଅଣ୍ଟ ହୁଏ । ପୁନଶ୍ଚ ଗ୍ରୀଷ୍ମକାଳୀନ ମୌସୁମୀ ଅଧିକ ସକ୍ରିୟ ହେବା ଦ୍ୱାରା ବନ୍ୟା ସୃଷ୍ଟି ହୁଏ । ଏହା ଫସଲ ଧୋଇନେବା ସହ ଧନଜୀବନ ନଷ୍ଟର କାରଣ ହୁଏ ।
ପୂର୍ବ ଏସୀୟ ମୌସୁମୀ ଦ୍ୱାରା ଚୀନ, ଜାପାନ ଓ କୋରିଆରେ ଗ୍ରୀଷ୍ମଋତୁ ଶେଷରେ ବର୍ଷା ହୁଏ । ଭାରତ ମହାସାଗରୀୟ ଶୀତ ମୌସୁମୀ ଅକେଫାବରରୁ ଏପ୍ରିଲ ପର୍ଯ୍ୟନ୍ତ ରୁହେ, ମାତ୍ର ଏହା ଗ୍ରୀଷ୍ମକାଳୀନ ମୌସୁମୀ ତୁଳନାରେ ଖୁବ୍ ଦୁର୍ବଳ । ପାଣିପାଗ ମୁଖ୍ୟତଃ ଶୁଖିଲା ରହେ । ଏହା ମଙ୍ଗୋଲିଆ ଓ ଦକ୍ଷିଣ ପଶ୍ଚିମ ଚୀନ ଉପରେ ସୃଷ୍ଟି ହୁଏ । ଦକ୍ଷିଣ ପୂର୍ବ ଏସିଆରେ ପୂର୍ବ ପ୍ରଶାନ୍ତ ଉପକୂଳରେ ଶୀତଦିନିଆ ମୌସୁମୀ ବର୍ଷା ହୁଏ । ଶୀତଦିନିଆ ମୌସୁମୀ ଇଣ୍ଡୋନେସିଆ ଓ ମାଲେସିଆକୁ ଦକ୍ଷିଣ ଚୀନ ସାଗରରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ନେଇ ଆସେ । ଭାରତ ମହାସାଗର, ଉତ୍ତର ଅଷ୍ଟ୍ରେଲିଆ ଠାରୁ ଋୁଷୀୟ ପ୍ରଶାନ୍ତ ଉପକୂଳ ପର୍ଯ୍ୟନ୍ତ ଏସୀୟ ଅଷ୍ଟ୍ରେଲିୟ ମୌସୁମୀ ଅନୁଭୂତ ହୁଏ । ଶେଷରେ ଏହା ଆଫ୍ରିକା ମହାଦେଶର ଉପକୂଳରେ ପହଞ୍ଚେ ।
ଉତ୍ତର ଆମେରିକା, କେନ୍ଦ୍ର ଆମେରିକା ଓ ଦକ୍ଷିଣ ଆମେରିକାର ଉଷ୍ମମଣ୍ଡଳୀୟ ଅଞ୍ଚଳରେ ମୌସୁମୀ ବାୟୁ ଯୋଗୁଁ ବର୍ଷା ହୁଏ । ଉତ୍ତର ଗୋଲାର୍ଦ୍ଧରେ ଜୁନ୍ ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଖରା ଋତୁ । ଏହି ସମୟରେ ବିଷୁବ ବୃତ୍ତର ଉତ୍ତରରେ କୋଷ୍ଟାରିକା, ନିକାରାଗୁଆ, ପାନାମା ଓ ପଶ୍ଚିମ ମେକ୍ସିକୋରେ ମୌସୁମୀ ବର୍ଷା ହୁଏ । ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବ୍ରାଜିଲରେ ଅଧିକ ବର୍ଷା ହୁଏ । ଉତ୍ତର ଆମେରିକୀୟ ମୌସୁମୀ ପ୍ରଶାନ୍ତ ମହାସାଗରରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଆଣି ମେକ୍ସିକୋ ଏବଂ ଆମେରିକାର ଆରିଜୋନାରେ ବର୍ଷା କରାଏ । ବର୍ଷା ଅଧିକ ନହେଲେ ମଧ୍ୟ ବନାଗ୍ନିକୁ ଲିଭାଇବାକୁ ଯଥେଷ୍ଟ ସହାୟକ ହୋଇଥାଏ ।
ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଚାଲିଥିବା ବେଳେ ବିଷୁବରେଖାର ଉତ୍ତରକୁ ଆଫ୍ରିକା ଉପରକୁ ମୌସୁମୀ କ୍ଷେତ୍ର ଘୁଞ୍ଚିଯାଇଥାଏ । ଆଟଲାଣ୍ଟିକ ମହାସାଗରର ମୌସୁମୀ ବାୟୁ ପଶ୍ଚିମ ଆଫ୍ରିକୀୟ ଦେଶ ଯଥା ମାଲି, ନାଇଜର, ଘାନା, ଆଇଭରିକୋଷ୍ଟ ଆଦିରେ ବର୍ଷା କରାଏ । ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥିବାବେଳେ ଜିମ୍ବାେୱ, ତାଞ୍ଜାନିଆ, ଜାମ୍ବିଆ, ମାଲୱି, ମୋଜାମ୍ବିକ ଓ ଉଗାଣ୍ଡା ଆଦିରେ ବର୍ଷା କରାଏ । ଏ ମଧ୍ୟରେ ସାହାରା ଅଞ୍ଚଳ ଖୁବ୍ ଉତ୍ତପ୍ତ ଓ ଶୁଷ୍କ ହୋଇଯାଏ ।




