ମନସୁନ୍‌ ସତର୍କତା

ମନସୁନ ଆସିଲେ ଲୋକମାନେ ଗରମରୁ ମୁକ୍ତି ପାଆନ୍ତି ହେଲେ ଏହାସହ ଏହି ସମୟରେ ଅନେକ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଦିନେ ଆମକୁ ଆମ ଦେହର ଅଧିକ ଯନି ନେବାକୁ ହୋଇଥାଏ । ବିଶେଷ ଭାବେ ଏହି ଦିନେ ଖାଦ୍ୟପେୟର ଅଧିକ ଧ୍ୟାନ ଦେବାକୁ ପଡିଥାଏ । ବର୍ଷାଦିନେ ଆମର ପାଚନ ତନ୍ତ୍ରର କାର୍ଯ୍ୟକ୍ଷମତା ଏହିଦିନେ କମିଯାଏ । ମନସୁନ୍‌ ସମୟରେ ଖାଦ୍ୟ ହଜମ ହେବାକୁ ସମୟ ଲାଗିଥାଏ, ତେଣୁ ଏହିଦିନେ […]

Samaya Live Picture
Published On

ମନସୁନ ଆସିଲେ ଲୋକମାନେ ଗରମରୁ ମୁକ୍ତି ପାଆନ୍ତି ହେଲେ ଏହାସହ ଏହି ସମୟରେ ଅନେକ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଦିନେ ଆମକୁ ଆମ ଦେହର ଅଧିକ ଯନି ନେବାକୁ ହୋଇଥାଏ । ବିଶେଷ ଭାବେ ଏହି ଦିନେ ଖାଦ୍ୟପେୟର ଅଧିକ ଧ୍ୟାନ ଦେବାକୁ ପଡିଥାଏ । ବର୍ଷାଦିନେ ଆମର ପାଚନ ତନ୍ତ୍ରର କାର୍ଯ୍ୟକ୍ଷମତା ଏହିଦିନେ କମିଯାଏ । ମନସୁନ୍‌ ସମୟରେ ଖାଦ୍ୟ ହଜମ ହେବାକୁ ସମୟ ଲାଗିଥାଏ, ତେଣୁ ଏହିଦିନେ ସାଦାସିଧା ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି । ଏହି ଦିନେ କେତେକ ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହି ଖାଦ୍ୟ ଗରିଷ୍ଠ କିମ୍ବା ବିଭିନ୍ନ ବ୍ୟାକେଫରିଆ କାରଣରୁ ସଂକ୍ରମିତ ହୋଇଥାନ୍ତି, ଯାହା ଆମର ପେଟ ସମସ୍ୟା ବଢାଇବା ସହିତ ବିଭିନ୍ନ ରୋଗ କରାଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ବିଷୟରେ ।

ପତ୍ର ଜାତୀୟ ପରିବା

spinach

ଏହି ଦିନେ ପତ୍ରଜାତୀୟ ପରିବା ଠାରୁ ଦୂରରେ ରୁହନ୍ତୁ । ପତ୍ରଜାତୀୟ ପରିବା ଅର୍ଥାତ କୋବି, ଶାଗ, ପାଳଙ୍ଗ ଆଦି ଖାଇବାରୁ ନିବୃତ୍ତ ରୁହନ୍ତୁ । ଏଥିରେ ବର୍ଷାଦିନେ ବିଭିନ୍ନ ପ୍ରକାରର ବ୍ୟାକେଫରିଆ ଓ ପୋକ ରହିବାର ସମ୍ଭାବନା ଥାଏ । ତେଣୁ ଏଗୁଡିକୁ ଖାଇଲେ ପେଟ ଖରାପ ହେବାର ସମ୍ଭାବନା ବଢିଯାଏ । ସେହିଭଳି ଏଗୁଡିକ ହଜମ ହୋଇନଥାଏ ଏବଂ ବାନ୍ତି ହେବା ସହିତ ପେଟ ଖରାପ ହେବାର ସମ୍ଭାବନା ରହିଥାଏ । ତେଣୁ ଏଭଳି ଖାଦ୍ୟ ଠାରୁ ମନସୁନରେ ଦୂରରେ ରହିବା ପାଇଁ ଏକ୍ସପର୍ଟମାନେ ପରାମର୍ଶ ଦେଇଥାଆନ୍ତି ।

ମସଲା ଜାତୀୟ ଖାଦ୍ୟ

ମନସୁନ ଆସିଲେ ବର୍ଷା କାରଣରୁ ଚଟପଟା ଖାଇବା ପାଇଁ ଇଚ୍ଛା ହୋଇଥାଏ । ହେଲେ ଏହି ଦିନେ ଏହି ଚଟପଟା ଖାଦ୍ୟ ଆମ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଏହି ଦିନେ ମସଲା ଓ ତେଲରେ ଭଜା ଯାଇଥିବା ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ । ଏଭଳି ଭୋଜନ ଆମ ଶରୀରରେ ଫ୍ୟାଟ୍‌ର ମାତ୍ରାକୁ ବଢାଇଥାଏ । ଯାହା ଆମପାଇଁ କ୍ଷତିକାରକ ହୁଏ । ବର୍ଷାପାଗ ପାଇଁ ଏହି ଦିନେ ପକୋଡି, ବରା ଆଦି ଛଣାଛଣି ଖାଇବାକୁ ଇଚ୍ଛା ହୁଏ । ହେଲେ ଏଗୁଡିକ ଖାଇବା ଦ୍ୱାରା ଆମର ବିଭିନ୍ନ ପେଟ ରୋଗ ଯେପରି ଡାଇରିଆ, ଫୁଡ ପଏଜନ୍‌ ଆଦି ହେବାର ସମ୍ଭାବନା ରହିଛି । ତେଣୁ ଏହି ଦିନେ ଏଭଳି ତେଲ ମସଲା ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ ।

ଛତୁ

ବର୍ଷା ଦିନେ ଛତୁ ଖାଇବା କମାନ୍ତୁ । ଏହା ସିଧାସଳଖ ମାଟିର ସଂସ୍ପର୍ଶରେ ଆସୁଥିବାରୁ ଏଥିରେ ବ୍ୟାକେଫରିଆ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ତେଣୁ ଏହାକୁ ମନସୁନରେ ଖୁବ୍‌ କମ୍‌ ଖାଆନ୍ତୁ । ଯଦି ଏହାକୁ ଖାଉଛନ୍ତି ତେବେ ଭଲକରି ସଫା କରି ରାନ୍ଧି ଖାଆନ୍ତୁ ।

ଦହି

ଏହି ଦିନେ ଅଧିକ ଦହି ଖାଇବାରୁ ମଧ୍ୟ ଦୂରରେ ରୁହ;ୁ । ଏଥିରେ ଥିବା ବ୍ୟାକେଫରିଆ ଆପଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପକାଇପାରନ୍ତି । ତେଣୁ ମନସୁନ ସିଜିନରେ ଦହି ଖାଇବା କମାନ୍ତୁ । ଯଦି ବି ଦହି ଖାଉଛନ୍ତି ତେବେ ମାତ୍ରା କମ କରି ଖାଆ;ୁ । ଯେପରି ଏହା ଆପଣଙ୍କର କିଛି କ୍ଷତି ନକରିବ ।

ସି’ ଫୁଡ୍‌

ସି’ ଫୁଡ୍‌ କାହାକୁ ଭଲ ନଲାଗେ । ଏହା ଖାଇବାକୁ ବେଶ ସ୍ୱାଦିଷ୍ଟ ହୋଇଥାଏ । ହେଲେ ମନସୁନ ସମୟରେ ସି’ ଫୁଡ୍‌ ଯେପରି ବିଭିନ୍ନ ମାଛ, କଙ୍କଡା, ଚିଙ୍ଗୁଡି ଆଦି ଖାଇବାରୁ ନିବୃତ୍ତ ରୁହନ୍ତୁ । ଏହି ସମୟରେ ମାଛ ମାନଙ୍କର ପ୍ରଜନନର ସମୟ ହୋଇଥାଏ, ତେଣୁ ଏହି ସମୟରେ ସେମାନଙ୍କୁ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଏହି ସମୟରେ ସି’ ଫୁଡ୍‌ ଅଧିକ ମାତ୍ରା କିମ୍ବା ଅଧିକ ଥର ଖାଇଲେ ଫୁଡ୍‌ ପଏଜନିଂ ହେବାର ସମ୍ଭାବନା ବଢିଥାଏ । ତେଣୁ ଏହି ଦିନେ ସି’ ଫୁଡ୍‌ ଖାଇବାର ମାତ୍ରା କମାନ୍ତୁ ।

ଆମିଷ
ମନସୁନ୍‌ ସତର୍କତା

ବର୍ଷାଦିନେ ଆମର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ । ଏହାର କାର୍ଯ୍ୟକ୍ଷମତା କମିଥାଏ । ତେଣୁ ଆମେ ଖାଉଥିବା ଖାଦ୍ୟ ସହଜରେ ହଜମ ହୋଇନଥାଏ, ତେଣୁ ଏହିଦିନେ ଅଧିକ ଗରିଷ୍ଠ ଖାଦ୍ୟ ଖାଇବା ଦ୍ୱାରା ଏହା ହଜମ ହେବାକୁ କଷ୍ଟ ହୋଇଥାଏ । ଏହିଦିନେ ଆମିଷ ଖାଦ୍ୟଠାରୁ ଟିକେ ଦୂରରେ ରୁହନ୍ତୁ । ଯେତେ ସମ୍ଭବ ଘରର ସାଦାସିଧା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର ପାଚନ ତନ୍ତ୍ର ଠିକ୍‌ ରହିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ ।

Tags: