ମାଙ୍କଡଙ୍କୁ ଦିଆଯିବ ମାନସିକ ଶାନ୍ତି

ମାଙ୍କଡଙ୍କୁ ଦିଆଯିବ ମାନସିକ ଶାନ୍ତି
Ipsita Picture
By: Ipsita
Published On

 

ଜାପାନର ଇଚିକାୱା ସିଟି ଚିଡ଼ିଆଖାନା ଏବଂ ବୋଟାନିକାଲ୍ ଗାର୍ଡେନ୍ର  "ମଙ୍କି ପଞ୍ଚ" ଭିଡିଓ ଭାଇରାଲ୍ ହେବା ପରେ, କର୍ତ୍ତୃପକ୍ଷ ମାଙ୍କଡ଼ମାନଙ୍କ ମାନସିକ ଚାପ ହ୍ରାସ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆରେ ଏନେଇ ଚିଡିଆଖାନା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚିଡିଆଖାନାରେ ଥିବା ମାଙ୍କଡ଼ ପାହାଡ଼ର କିଛି ଅଂଶକୁ ବର୍ତ୍ତମାନ ଏକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି, ଯାହାଫଳରେ ପର୍ଯ୍ୟଟକମାନେ ପ୍ରାଣୀମାନଙ୍କର ଅତି ନିକଟତର ହୋଇ ସେମାନଙ୍କୁ ବିରକ୍ତ କରିପାରିବେ ନାହିଁ। ଏହି ନିଷ୍ପତ୍ତି ମାଙ୍କଡ଼ମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଏବଂ ଆରାମଦାୟକ ପରିବେଶ ଯୋଗାଇବା ପାଇଁ ନିଆଯାଇଛି । ବର୍ତ୍ତମାନ ପର୍ଯ୍ୟଟକମାନେ ଧାଡ଼ିରେ ଠିଆ ହୋଇ ଅତି ଶୃଙ୍ଖଳିତ ଭାବେ ପ୍ରାଣୀମାନଙ୍କୁ ଦେଖୁଥିବାରୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ପୋଷ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ଭାଇରାଲ୍ ହୋଇଥିବା ଭିଡିଓରେ ଏକ ବଡ଼ ମାଙ୍କଡ଼ ଅନ୍ୟ ଏକ ଛୋଟ ମାଙ୍କଡ଼କୁ  ଆପଣାଇବା ପାଇଁ ପ୍ରତ୍ୟାଖାନ କରିଥିଲା । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇାଲ ହେବାସହିତ ଛୋଟ ମାଙ୍କଡଟି ଅନେକ ସମବେଦନା ସାଉଁଟିଥିଲା । ତେବେ ଚିଡିଆଖାନା ପକ୍ଷରୁ ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ, ମାମାଙ୍କଡ଼ଟି ନିଜ ଛୁଆକୁ ଅନ୍ୟ ଏକ ମାଙ୍କଡ଼ କବଳରୁ ରକ୍ଷା କରିବାକୁ ଯାଇ ଏପରି ବ୍ୟବହାର ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ପର୍ଯ୍ୟଟକଙ୍କ ଗହଳି ଯୋଗୁଁ ଯେପରି ପ୍ରାଣୀମାନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ନଆସେ, ସେଥିପାଇଁ ଏହି କଟକଣା ଲାଗୁ କରାଯାଇଛି ।

Tags: