ବନ୍ୟଜନ୍ତୁଙ୍କ ଫଟୋ ବଦଳରେ ମିଳୁଛି ଅର୍ଥ

ବନ୍ୟଜନ୍ତୁଙ୍କ ଫଟୋ ବଦଳରେ ମିଳୁଛି ଅର୍ଥ
Ipsita Picture
By: Ipsita
Published On

 

ଇଣ୍ଡୋନେସିଆର ବୋର୍ନିଓରେ ସ୍ଥାନୀୟ ଗ୍ରାମବାସୀମାନେ ଜଙ୍ଗଲରେ ବନ୍ୟଜନ୍ତୁଙ୍କୁ ଦେଖିଲେ ଶିକାର ପାଇଁ ଅସ୍ତ୍ରଶସ୍ତ୍ର ଉଠାଇବା ପରିବର୍ତ୍ତେ ବର୍ତ୍ତମାନ ନିଜ ମୋବାଇଲ୍ ଫୋନ ଉଠାଉଛନ୍ତି । ବର୍ତ୍ତମାନ ସ୍ଥାନୀୟବାସିନ୍ଦା ମୋବାଇଲରେ ସେମାନଙ୍କର ଫଟୋ ଓ ଶବ୍ଦ ରେକର୍ଡ କରି ପାରିଶ୍ରମିକ ରୂପେ ଟଙ୍କା ରୋଜଗାର କରୁଛନ୍ତି । ଏହି ଅଭିନବ ପ୍ରକଳ୍ପ ଅଧୀନରେ ଓରାଙ୍ଗଉଟାନ୍ , ମାଙ୍କଡ଼ ଏବଂ ପକ୍ଷୀମାନଙ୍କର ଫଟୋ ବା ଶବ୍ଦ ପଠାଇଲେ ସ୍ଥାନୀୟ ଲୋକଙ୍କୁ ଅର୍ଥ ପ୍ରଦାନ କରାଯାଉଛି । ଯେଉଁଥିରେ ସାଧାରଣ ପକ୍ଷୀର ଫଟୋ ପାଇଁ ୨୭ ଟଙ୍କା ଏବଂ ଓରାଙ୍ଗଉଟାନ୍ର ଫଟୋ ପାଇଁ ସର୍ବାଧିକ ୭୦୦ଟଙ୍କା ପର୍ଯ୍ୟନ୍ତ ମିଳୁଛି । ପଶ୍ଚିମ କାଲିମାନ୍ତାନର ନଅଟି ଗ୍ରାମରେ ଚାଲିଥିବା 'କେହାତିକୁ' ନାମକ ଏହି ବନ୍ୟଜନ୍ତୁ ସଂରକ୍ଷଣ ଅଭିଯାନ ଯୋଗୁଁ ଅନେକ ଗ୍ରାମବାସୀ ମାସକୁ ୫୪,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯାହା ଜଣେ ଦିନମଜୁରିଆଙ୍କ ହାରାହାରି ଆୟଠାରୁ ଯଥେଷ୍ଟ ଅଧିକ । ଏହି ପ୍ରକଳ୍ପର ସଫଳତାରେ ପ୍ରଭାବିତ ହୋଇ ଅନ୍ୟ ଦୁଇଟି ଗ୍ରାମ ମଧ୍ୟ ଶିକାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୩.୫ ଲକ୍ଷରୁ ଅଧିକ ପଶୁପକ୍ଷୀଙ୍କ ଫଟୋ ଓ ଅଡିଓ ରେକର୍ଡିଂ ଦାଖଲ ହୋଇସାରିଥିବା ବେଳେ ତଦାରଖ ପରେ ସେଥିମଧ୍ୟରୁ ପ୍ରାୟ ଅଧା ଦାବିର ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଇସାରିଛି ।

Tags: