ମୋବାଇଲ ଲାଇବ୍ରେରୀ

ମୋବାଇଲ ଲାଇବ୍ରେରୀ
Ipsita Picture
By: Ipsita
Published On

 

କର୍ଣ୍ଣାଟକର ଜଣେ ଅଟୋ ଚାଳକ ନିଜ ଅଟୋରିକ୍ସାକୁ ଏକ ଚଳନ୍ତି ଗ୍ରନ୍ଥାଗାର ବା ମୋବାଇଲ୍ ଲାଇବ୍ରେରୀରେ ପରିଣତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ଅଭିନବ ପ୍ରୟାସର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଅଟୋର ସିଟ୍ ପଛପଟେ ଏକ ଛୋଟ ର୍ୟାକ୍ ପ୍ରସ୍ତୁତ କରାଯାଇ ବିଭିନ୍ନ ପ୍ରକାରର ବହି ରଖାଯାଇଛି, ଯାହାଦ୍ୱାରା ଯାତ୍ରୀମାନେ ଯାତ୍ରା ସମୟରେ ମୋବାଇଲ୍ରେ ବ୍ୟସ୍ତ ନରହି ବହି ପଢାର ଆନନ୍ଦ ନେଇପାରିବେ । କେବଳ ବହି ନୁହେଁ, ଯାତ୍ରାକୁ ଅଧିକ ମଜାଦାର କରିବା ପାଇଁ ଚାଳକ ଜଣକ ଯାତ୍ରୀମାନଙ୍କ ପାଇଁ କ୍ୟାଣ୍ଡି ବା ଚକୋଲେଟର ଏକ ଜାର୍ ମଧ୍ୟ ରଖିଛନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ୧୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୟୁଜରମାନେ ଏହାକୁ ମାନବିକତା ଓ ଜ୍ଞାନର ଅଟୋ କହି ପ୍ରଶଂସା କରୁଛନ୍ତି । ଲୋକଙ୍କୁ ପୁଣିଥରେ ବହି ପଢ଼ିବା ଅଭ୍ୟାସକୁ ଫେରାଇ ଆଣିବା ପାଇଁ ଏହା ଏକ ନିଆରା ପଦକ୍ଷେପ ବୋଲି ସବୁଠି ଚର୍ଚ୍ଚା ହେଉଛି ।

Tags: