ବୋହୂଙ୍କୁ ମୋବାଇଲ ମନା

ବୋହୂଙ୍କୁ ମୋବାଇଲ ମନା
Ipsita Picture
By: Ipsita


ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ଅଜବ ନିୟମ ସାମନାକୁ ଆସିଛି । ଏଠାରେ ଥିବା ପାଖାପାଖି ୧୫ଟି ଗାଁରେ ବୋହୂ ଓ ଝିଅମାନଙ୍କ କ୍ୟାମେରା ଥିବା ମୋବାଇଲ ଉପରେ ବ୍ୟାନ ଲଗାଯାଇଛି । ନିକଟରେ ସେଠାକାର ଏକ ପଞ୍ଚାୟତରେ ଏଭଳି ନିଷ୍ପତ୍ତି ନିଆଯାଇଛି, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିୟମଟି ୨୦୨୬ ଜାନୁଆରୀ ମାସରୁ ଲାଗୁହେବ । କେବଳ ଘରେ ପାଠ ପଢା ପାଇଁ ମୋବାଇଲ ବ୍ୟବହାର କରିପାରିବେ । ହେଲେ ସାର୍ବଜନିକ ସମାରୋହରେ ସେମାନଙ୍କୁ ମୋବାଇଲ ନେବା ପାଇଁ ବାରଣ କରାଯାଇଛି । ପିଲାଙ୍କ ପାଖରେ ମୋବାଇଲ ରହିବାରୁ ସେମାନ ବ୍ୟବହାର କରୁଛନ୍ତି, ତେଣୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଛି । ତେଣୁ ଏଭଳି ନିଷ୍ପତ୍ତି ପଞ୍ଚାୟତରେ ନିଆଯାଇଛି । ହେଲେ ସୋସିଆଲ ମିଡିଆରେ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଉଛି ।

ସମ୍ବନ୍ଧିତ ଖବର ବିଶ୍ବ ବ୍ରେଲ ଦିବସ

Tags:

Related Posts

ସୁପରଫୁଡ

ସୁପରଫୁଡ

ଓଜନ ହ୍ରାସ

ଓଜନ ହ୍ରାସ