ମିସ୍‌ ଏଆଇ

ଏଆଇର ବ୍ୟବହାର ବର୍ତ୍ତମାନ ଏକ ପ୍ରକାର ରିଭୋଲ୍ୟୁସନ ଆଣିଛି । ଏହାକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ତେବେ ନିକଟରେ ଏଆଇ ଦ୍ୱାରା ପ୍ରସ୍ତୁତ ମଡେଲଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୱାର୍ଲଡ ଏଆଇ କ୍ରିଏଟର ଆୱାର୍ଡସ ପକ୍ଷରୁ ଆୟୋଜନ ହୋଇଛି ମିସ୍‌ ଏଆଇ ପ୍ରତିଯୋଗିତା । ଏହି ପ୍ରୋଗ୍ରାମ ସମ୍ପୂର୍ଣ୍ଣଭାବେ ଏଆଇ ବେସ୍‌ ହେବ ବୋଲି ଜଣା ପଡିଛି । ଏଥିରେ ବ୍ୟବହାର ସମସ୍ତ ଟୁଲ୍‌ସ ଏଆଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦରକାର […]

Samaya Live Picture
Published On

ଏଆଇର ବ୍ୟବହାର ବର୍ତ୍ତମାନ ଏକ ପ୍ରକାର ରିଭୋଲ୍ୟୁସନ ଆଣିଛି । ଏହାକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ତେବେ ନିକଟରେ ଏଆଇ ଦ୍ୱାରା ପ୍ରସ୍ତୁତ ମଡେଲଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୱାର୍ଲଡ ଏଆଇ କ୍ରିଏଟର ଆୱାର୍ଡସ ପକ୍ଷରୁ ଆୟୋଜନ ହୋଇଛି ମିସ୍‌ ଏଆଇ ପ୍ରତିଯୋଗିତା । ଏହି ପ୍ରୋଗ୍ରାମ ସମ୍ପୂର୍ଣ୍ଣଭାବେ ଏଆଇ ବେସ୍‌ ହେବ ବୋଲି ଜଣା ପଡିଛି । ଏଥିରେ ବ୍ୟବହାର ସମସ୍ତ ଟୁଲ୍‌ସ ଏଆଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦରକାର । ସେହିଭଳି ଏଥିରେ ଭାଗ ନେଇଥିବା ଏଆଇ ମଡେଲ ପୂରାପୁରି ଶତ ପ୍ରତିଶତ ଏଆଇ ଦ୍ୱାରା ପ୍ରସ୍ତୁତ ହେବା ଦରକାର । ଏହି ପ୍ରତିଯୋଗିତା ପାଇଁ କ୍ୟାସ ପ୍ରାଇଜ୍‌ ମଧ୍ୟ ଘୋଷଣା କରାଯାଇଛି । ପ୍ରଥମ ପୁରସ୍କାର ୫ହଜାର ଡଲାର, ମେଣ୍ଟରସିପ୍‌ ପାଇଁ ୩ହଜାର ଡଲାର, ପିଆର୍‌ ସପୋର୍ଟ ପାଇଁ ୫ ହଜାର ଡଲାର ଘୋଷଣା କରାଯାଇଛି । ସେହିଭଳି ଦ୍ୱିତୀୟ ସ୍ଥାନରେ ଯିଏ ରହିବ ତାଙ୍କୁ ୫ ହଜାର ଡଲାର ଏବଂ ତୃତୀୟ ସ୍ଥାନ ପାଇଁ ୨ ହଜାର ଡଲାରର ପୁରସ୍କାର ରାଶି ରହିଛି । ଏହି ପ୍ରତିଯୋଗିତାର ବିଜେତାଙ୍କ ନାମ ମେ ୧୦ରେ ଅନ୍‌ଲାଇନ୍‌ ଘୋଷଣା ହେବ ବୋଲି ସୂଚନା ରହିଛି । ସେହିଭଳି ଏହି ପ୍ରତିଯୋଗିତାରେ ଯେଉଁମାନେ ଭାଗ ନେବେ ସେମାନଙ୍କର ସୌନ୍ଦର୍ଯ୍ୟ, ପୋଜ୍‌ ଏବଂ ସେମାନଙ୍କର ପ୍ରଶ୍ନ ଉତ୍ତର ଦକ୍ଷତା ଦେଖି ବିଜେତା ଚୟନ କରାଯିବ । ସୋସିଆଲ ମିଡିଆରେ ଏହି ପ୍ରତିଯୋଗିତା ବିଷୟରେ ଜଣା ପଡିବା ପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏଭଳି ୟୁନିକ୍‌ କମ୍ପିଟିସନର ପ୍ରଶଂସା କରିବାରେ ଲାଗିଛନ୍ତି ।

Tags: