ଦୁଗ୍ଧ ପୋଖରୀ !

ଆମେରିକାର ନ୍ୟୁ ମେକ୍ସିକୋରେ ଏକ ରହସ୍ୟମୟୀ ଦୁଗ୍ଧ ପୋଖରୀର ସନ୍ଧାନ କରାଯାଇଛି । ଏହି ପୋଖରୀଟି ଲେଚୁଗୁଏଲା ଗୁମ୍ଫାରେ କାର୍ଲ୍ସବାଡ୍‌ କାଭର୍ଣ୍ଣସ୍‌ ନ୍ୟାସନାଲ୍‌ ପାର୍କରୁ ୭୦୦ ଫୁଟ ତଳେ ରହିଥିବା ଜଣାପଡିଛି । ଏହି ଗୁମ୍ଫା ବିଶ୍ୱର ସର୍ବବୃହତ୍‌ ତଥା ସବୁଠୁ ଗଭୀର ଭୂତଳ ଗୁମ୍ଫା ମଧ୍ୟରେ ଅନ୍ୟତମ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଅଦ୍ଭୁତ ଦୁଗ୍ଧ ପୋଖରୀ ପର୍ଯ୍ୟନ୍ତ କୌଣସି ମାନବ ପହଞ୍ଚି ପାରିନଥିଲେ । ଅର୍ଥାତ୍‌ ଏହାକୁ କୌଣସି ମଣିଷ ଛୁଇଁନଥିଲେ ବୋଲି […]

Samaya Live Picture
Published On

ଆମେରିକାର ନ୍ୟୁ ମେକ୍ସିକୋରେ ଏକ ରହସ୍ୟମୟୀ ଦୁଗ୍ଧ ପୋଖରୀର ସନ୍ଧାନ କରାଯାଇଛି । ଏହି ପୋଖରୀଟି ଲେଚୁଗୁଏଲା ଗୁମ୍ଫାରେ କାର୍ଲ୍ସବାଡ୍‌ କାଭର୍ଣ୍ଣସ୍‌ ନ୍ୟାସନାଲ୍‌ ପାର୍କରୁ ୭୦୦ ଫୁଟ ତଳେ ରହିଥିବା ଜଣାପଡିଛି । ଏହି ଗୁମ୍ଫା ବିଶ୍ୱର ସର୍ବବୃହତ୍‌ ତଥା ସବୁଠୁ ଗଭୀର ଭୂତଳ ଗୁମ୍ଫା ମଧ୍ୟରେ ଅନ୍ୟତମ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଅଦ୍ଭୁତ ଦୁଗ୍ଧ ପୋଖରୀ ପର୍ଯ୍ୟନ୍ତ କୌଣସି ମାନବ ପହଞ୍ଚି ପାରିନଥିଲେ । ଅର୍ଥାତ୍‌ ଏହାକୁ କୌଣସି ମଣିଷ ଛୁଇଁନଥିଲେ ବୋଲି ପ୍ରକାଶ କରାଯାଇଛି । ଯାହାଫଳରେ ଏହି ପୋଖରୀକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ରିପୋର୍ଟ ମୁତାବକ, କାର୍ଲ୍ସବାଡ୍‌ କାଭର୍ଣ୍ଣସ୍‌ ନ୍ୟାସନାଲ୍‌ ପାର୍କରେ ମିଳିଥିବା ଏହି ପୋଖରୀଟି ବହୁ ପ୍ରାଚୀନ ହୋଇଥିବାବେଳେ ଏହା ଧଳା ରଙ୍ଗର ବରଫାବୃତ ପାହାଡରେ ଘେରି ହୋଇ ରହିଛି । ମାତ୍ର ଏହା ପଛର ରହସ୍ୟ ହେଉଛି ଏହି ପୋଖରୀଟି ପ୍ରକୃତରେ ଦୁଗ୍ଧରେ ପରିପୂର୍ଣ୍ଣ ହୋଇନାହିଁ, ବରଂ ଏହା ଅପଫିକାଲ୍‌ ଇଲୁଜନ୍‌ ବା ଦୃଷ୍ଟିଭ୍ରମ ବୋଲି କୁହାଯାଇଛି । ଅର୍ଥାତ୍‌ ଏହା ଦୁଗ୍ଧ ପରି ପ୍ରତୀୟମାନ ହୋଇଥିଲେ ହେଁ ଏହା ଦୁଗ୍ଧ ନୁହେଁ ଭ୍ରମ ବୋଲି ପ୍ରକାଶ କରାଯାଇଛି । ଏହି ପୋଖରୀର ପାଣି ବର୍ଷାଜଳରୁ ଆସିଥିବାବେଳେ ଚୂନପଥର ଦେଇ ବର୍ଷା ଜଳ ଏହି ପୋଖରୀରେ ପଡୁଥିବାରୁ ଏହାର ରଙ୍ଗ ଧଳା ଭଳି ଦେଖାଯାଉଛି । ତେବେ ୧୯୯୩ ମସିହାରେ ଲିକୁ୍ୟଇଡ୍‌ ସ୍କାଏ ଲେକ୍‌ର ସନ୍ଧାନ କରାଯାଇଥିଲା ଏବଂ ଏହାକୁ ନେଇ ବିଭିନ୍ନ ପ୍ରକାରର ଗବେଷଣା କରାଯିବା ସମୟରେ ଏହି ପୋଖରୀର ସନ୍ଧାନ କରାଯାଇଛି । ଏହି ପୋଖରୀଟି ପ୍ରାୟ କୋଟି କୋଟି ବର୍ଷ ପୂର୍ବର ହୋଇଥିବା ଅନୁମାନ କରାଯାଉଛି ବୋଲି କାର୍ଲ୍ସବାଡ୍‌ କାଭର୍ଣ୍ଣସ୍‌ର ଗବେଷକ ରାଡ୍‌ନୀ ହରୋକ୍ସ କହିଛନ୍ତି । ସେହିପରି ୨୦୧୨ ମସିହାରେ ଏକ ବିଶାଳ ସୁଡଙ୍ଗର ଠାବ କରାଯାଇଥିଲା, ଯାହା ପ୍ରାୟ ୬୦୦ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଉଚ୍ଚବିଶିଷ୍ଟ ରହିଥିଲା । ଏହି ସୁଡଙ୍ଗ ସିଧାସଳଖ ଭାବେ ଏକ ଘର ସହିତ ସଂଯୋଗ ହୋଇଥିଲା ।

Tags: