ଦୁଗ୍ଧରୁ ପ୍ରସ୍ତୁତ ହେବ ପୋଷାକ

ଦୁଗ୍ଧରୁ ପ୍ରସ୍ତୁତ ହେବ ପୋଷାକ
Ipsita Picture
By: Ipsita


ଶୀତଦିନେ ସାଧାରଣତଃ ଊଲ କିମ୍ବା ରେଶମରୁ ପ୍ରସ୍ତୁତ ହେଉଥିବା ପୋଷାକ ପିନ୍ଧିବାକୁ ମିଳିଥାଏ । ହେଲେ ବର୍ତ୍ତମାନର ସୂଚନା ଅନୁଯାୟୀ ଜର୍ମାନୀର ଏକ କମ୍ପାନୀ ଦୁଗ୍ଧରୁ ମଧ୍ୟ ପୋଷାକ ପ୍ରସ୍ତୁତ ହୋଇପାରିବ ଏବଂ ଏହାକୁ ଥଣ୍ଡାଦିନେ ପିନ୍ଧାଯାଇ ପାରିବ ବୋଲି ଦାବି କରିଛି । ଏହାକୁ ମିଲ୍କ ଫାବ୍ରିକ ନାମରେ ଜଣାଯାଇଥାଏ । ଏହି ଫାବ୍ରିକର କପଡା ଖୁବ ମହଙ୍ଗା ହୋଇଥାଏ । ପ୍ରଥମେ ଖରାପ ହୋଇଯାଉଥିବା ଦୁଗ୍ଧରୁ କେସିନ ପ୍ରୋଟିନ ବାହାର କରାଯାଇଥିଲା । ଏହି ପ୍ରୋଟିନକୁ ପାଣିରେ ମିଶାଯାଇ ସ୍ପିନିଂ ମେସିନରେ ରେଶମ ଭଳି ସୂତା କଢାଯାଇଥାଏ । ଏହି ପୋଷାକ ଶତ ପ୍ରତିଶତ ବାୟୋ ଡିଗ୍ରେଡେବଲ ଓ ଚର୍ମ ପାଇଁ ସୁରକ୍ଷିତ ହୋଇଥାଏ ବୋଲି ଜଣା ପଡିଛି । ଏହି ପୂରା ପ୍ରକ୍ରିୟାରେ କୌଣସି କେମିକାଲ ବ୍ୟବହାର ହୋଇନଥାଏ ବୋଲି ଦାବି କରାଯାଇଛି । ଏହି ଫାଇବର ରେଶମ ଠାରୁ ୩ଗୁଣ ଅଧିକ ନରମ ହୋଇଥାଏ । ସେହିଭଳି ଏହି ଫାବ୍ରିକ ଆଣ୍ଟି ବ୍ୟାକ୍ଟେରିଆଲ ହୋଇଥିବାରୁ ଝାଳ ବୋହିଲେ ଦୁର୍ଗନ୍ଧ ହୋଇନଥାଏ । ସେହିଭଳି ଏହି ପୋଷାକ ଥର୍ମୋ ରେଗୁଲେଟିଂ ହୋଇଥାଏ, ଯାହା ଥଣ୍ଡା ଦିନେ ଗରମ ଓ ଗରମ ଦିନେ ଥଣ୍ଡା ରଖିଥାଏ । ତେବେ ଗୋଟିଏ ଟିସାର୍ଟକୁ ପ୍ରସ୍ତୁତ କରିବା ପାଇଁ ୬୦ ରୁ ୭୦ ଲିଟର ଦୁଗ୍ଧ ଆବଶ୍ୟକ ହୋଇଥାଏ, କାରଣ ଗୋଟିଏ ଲିଟର ଦୁଗ୍ଧରୁ ୧୦ ଗ୍ରାମ ମିଲ୍କ ଫାବ୍ରିକ ବାହାର କରାଯାଇଥାଏ । ୧୯୩୦ରେ ଇଟାଲୀରେ ଏହି ପ୍ରକ୍ରିୟାକୁ ବ୍ୟବହାର କରି ପୋଷାକ ପ୍ରସ୍ତୁତ କରାଯାଉଥିଲା । ଯେଉଁ ପୁରୁଣା ପ୍ରକ୍ରିୟାକୁ ବର୍ତ୍ତମାନ ଜର୍ମାନୀର ଏହି କମ୍ପାନୀ ବ୍ୟବହାର କରି ମିଲ୍କ ଫାବ୍ରିକ ପ୍ରସ୍ତୁତ କରୁଛନ୍ତି ।

Read More କଞ୍ଚାଲଙ୍କା ଖାଉଛନ୍ତି ମାଛ

Related Posts