ପଶୁଙ୍କ ଶରୀରରେ ସୂକ୍ଷ୍ମ ପ୍ଲାଷ୍ଟିକ୍ କଣିକା
ଆଜିକାଲି ପ୍ଲାଷ୍ଟିକ୍ ସମସ୍ତଙ୍କ ପାଇଁ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ପ୍ଲାଷ୍ଟିକ୍କୁ ନେଇ ସବୁଦିନ କିଛି ନା କିଛି ତଥ୍ୟ ସାମନାକୁ ଆସୁଛି । ସେହିଭଳି ଏକ ତଥ୍ୟ ବର୍ତ୍ତମାନ ଜଣାପଡିଛି, ଯାହା ବେଶ୍ ଗୁରୁତର । ବୈଜ୍ଞାନିକଙ୍କ ଦାବି ଅନୁସାରେ, ବର୍ତ୍ତମାନ ଗାଈ ଓ ଘୁଷୁରୀଙ୍କ ରକ୍ତରେ ପ୍ଲାଷ୍ଟିକର ସୂକ୍ଷ୍ମ କଣିକା ମିଳିଛି, ଯାହା ବେଶ୍ ବିପଦପୂର୍ଣ୍ଣ । ଯଦି ପଶୁଙ୍କ ଶରୀରରେ ଏହା ମିଳୁଛି ତେବେ ମଣିଷ ଶରୀରରେ ମଧ୍ୟ […]
ଆଜିକାଲି ପ୍ଲାଷ୍ଟିକ୍ ସମସ୍ତଙ୍କ ପାଇଁ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ପ୍ଲାଷ୍ଟିକ୍କୁ ନେଇ ସବୁଦିନ କିଛି ନା କିଛି ତଥ୍ୟ ସାମନାକୁ ଆସୁଛି । ସେହିଭଳି ଏକ ତଥ୍ୟ ବର୍ତ୍ତମାନ ଜଣାପଡିଛି, ଯାହା ବେଶ୍ ଗୁରୁତର । ବୈଜ୍ଞାନିକଙ୍କ ଦାବି ଅନୁସାରେ, ବର୍ତ୍ତମାନ ଗାଈ ଓ ଘୁଷୁରୀଙ୍କ ରକ୍ତରେ ପ୍ଲାଷ୍ଟିକର ସୂକ୍ଷ୍ମ କଣିକା ମିଳିଛି, ଯାହା ବେଶ୍ ବିପଦପୂର୍ଣ୍ଣ । ଯଦି ପଶୁଙ୍କ ଶରୀରରେ ଏହା ମିଳୁଛି ତେବେ ମଣିଷ ଶରୀରରେ ମଧ୍ୟ ଏହା ରହିବା ସ୍ୱଭାବିକ । କାରଣ ଗାଈ ଓ ମଇଁଷଙ୍କ ଠାରୁ ମଣିଷ ଖାଦ୍ୟ ଗ୍ରହଣ କରିଥାଏ । ଯାହା ସାହାଯ୍ୟରେ ମଣିଷ ଶରୀରକୁ ପ୍ଲାଷ୍ଟିକ୍ର ସୂକ୍ଷ୍ମ କଣିକା ଯିବାର ସମ୍ଭାବନା ରହିଛି ।

ଆମଷ୍ଟ୍ରଡମ୍ ସହରରେ ଥିବା ବ୍ରିଜେ ବିଶ୍ୱବିଦ୍ୟାଳୟର ଗବେଷକ ଗୋଟିଏ ଫାର୍ମରେ ଥିବା ୧୨ ଗାଈ ଓ ୬ଟି ଘୁଷୁରୀକୁ ନେଇ ଗବେଷଣା କରିଥିଲେ । ଯେଉଁଥିରୁ ଏହି ଫଳାଫଳ ମିଳିଛି । ଗବେଷଣା ସମୟରେ ସେମାନଙ୍କ ରକ୍ତରୁ ପ୍ଲାଷ୍ଟିକ୍ର କଣିକା ମିଳିଛି, ଯାହା ଭବିଷ୍ୟତରେ ପଶୁଙ୍କ ସହ ମଣିଷଙ୍କ ପାଇଁ ମଧ୍ୟ କ୍ଷତିକାରକ । ମାଟିରେ ଥିବା ପ୍ଲାଷ୍ଟିକ୍ କଣିକା ଖାଦ୍ୟ ସାହାଯ୍ୟରେ ପଶୁଙ୍କର ପେଟରେ ପହଞ୍ଚୁଛି, ଯାହା ହଜମ ହୋଇନଥାଏ । ତେଣୁ ଏହା ସେମାନଙ୍କ ଶରୀରରେ ରହୁଛି । ତାଙ୍କ ଶରୀରରୁ ଏହା ମଣିଷ ଶରୀରକୁ ସେମାନଙ୍କ କ୍ଷୀର କିମ୍ବା ମାଂସ ସାହାଯ୍ୟରେ ଆସିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ପ୍ଲାଷ୍ଟିକର ସୂକ୍ଷ୍ମ କଣିକାର ଆକାର ୫ ଏମ୍ଏମ୍ ହୋଇଥାଏ, ଯାହା ଖାଲି ଆଖିରେ ଦେଖାଯାଇନଥାଏ । ତେବେ ଏହା କୌଣସି ବି ଉପାୟରେ ମଧ୍ୟ ଶରୀରରେ ପ୍ରବେଶ କରିପାରେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ତେବେ ଏହି ପ୍ଲାଷ୍ଟିକ୍ ଶରୀରରେ ପ୍ରବେଶ କଲେ ଏଥିରେ ଥିବା କେମିକାଲ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।




