ଶରୀରକୁ ବିପଦ ମାଇକ୍ରୋପ୍ଲାଷ୍ଟିକ୍
ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ସମସ୍ତ ସାମଗ୍ରୀରେ ପ୍ଲାଷ୍ଟିକ୍ର ମିଶ୍ରଣ ଯୋଗୁଁ ଏହା ଆମ ପାଟି ଦେଇ ସିଧାସଳଖ ରକ୍ତରେ ମିଶିଥାଏ । ତେଣୁ ରକ୍ତରେ ଥିବା ଏହି ମାଇକ୍ରୋପ୍ଲାଷ୍ଟିକ୍ କାରଣରୁ ମସ୍ତିଷ୍କରେ ବିଭିନ୍ନ ସସମ୍ୟା ସୃଷ୍ଟି ହେଉଛି ବୋଲି ଜଣାପଡିଛି । ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବର୍ତ୍ତମାନ ଏହି ମାଇକ୍ରୋପ୍ଲାଷ୍ଟିକ୍ ମସ୍ତିଷ୍କରେ ଥିବା ବ୍ଲଡ୍ ବ୍ରେନ୍ ବାରିୟର୍କୁ କ୍ଷତି ପହଞ୍ଚାଉଛି । ଯେଉଁ କାରଣରୁ ଆମ ମସ୍ତିଷ୍କ ପ୍ରଭାବିତ ହେଉଛି । ଏହି ମାଇକ୍ରୋପ୍ଲାଷ୍ଟିକ୍ ବ୍ଲଡ୍ ବ୍ରେନ୍ […]
ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ସମସ୍ତ ସାମଗ୍ରୀରେ ପ୍ଲାଷ୍ଟିକ୍ର ମିଶ୍ରଣ ଯୋଗୁଁ ଏହା ଆମ ପାଟି ଦେଇ ସିଧାସଳଖ ରକ୍ତରେ ମିଶିଥାଏ । ତେଣୁ ରକ୍ତରେ ଥିବା ଏହି ମାଇକ୍ରୋପ୍ଲାଷ୍ଟିକ୍ କାରଣରୁ ମସ୍ତିଷ୍କରେ ବିଭିନ୍ନ ସସମ୍ୟା ସୃଷ୍ଟି ହେଉଛି ବୋଲି ଜଣାପଡିଛି । ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବର୍ତ୍ତମାନ ଏହି ମାଇକ୍ରୋପ୍ଲାଷ୍ଟିକ୍ ମସ୍ତିଷ୍କରେ ଥିବା ବ୍ଲଡ୍ ବ୍ରେନ୍ ବାରିୟର୍କୁ କ୍ଷତି ପହଞ୍ଚାଉଛି । ଯେଉଁ କାରଣରୁ ଆମ ମସ୍ତିଷ୍କ ପ୍ରଭାବିତ ହେଉଛି । ଏହି ମାଇକ୍ରୋପ୍ଲାଷ୍ଟିକ୍ ବ୍ଲଡ୍ ବ୍ରେନ୍ ବାରିୟର୍କୁ ଭାଙ୍ଗି ସିଧାସଳଖ ଆମ ମସ୍ତିଷ୍କ ଭିତରେ ପ୍ରବେଶ କରିପାରେ ।, ଯାହାଦ୍ୱାରା ବ୍ରେନ୍ର ବିଭିନ୍ନ ସେଲ୍ଗୁଡିକ ମରିଯାଇପାରେ ବୋଲି ମଧ୍ୟ କୁହାଯାଇଛି । ତେବେ ମସ୍ତିଷ୍କ ଭିତରେ ସୁରକ୍ଷା ପାଇଁ ଏକ ଲେୟାର୍ ରହିଥାଏ, ଯାହାକୁ ଡାକ୍ତରୀ ଭାଷାରେ ବ୍ଲଡ୍ ବ୍ରେନ୍ ବାରିୟର୍ ବୋଲି କୁହାଯାଏ । ନ୍ୟାସ୍ନାଲ ଓସେନିକ ଆଣ୍ଡ୍ ଆଟମୋସ୍ପିଅରିକ୍ ଆଡ୍ମିନିଷ୍ଟ୍ରେସନ୍ର ରିପୋର୍ଟ ମୁତାବକ, ମାଇକ୍ରୋପ୍ଲାଷ୍ଟିକ୍ ୫ ମିଲିମିଟର କିମ୍ବା ଏଠାଠାରୁ ବି ସୂକ୍ଷ୍ମ ହୋଇଥାଏ । ଯାହା ସାଧାରଣତଃ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ପୋଷାକ, ସିଗାରେଟ୍, କସ୍ମେଟିକ୍ସ ଆଦି ଭଳି ସାମଗ୍ରୀରେ ରହିଥାଏ । ଏହା ଏତେ ସୂକ୍ଷ୍ମ ହୋଇଥାଆନ୍ତି ଯେ ମାଗ୍ନିଫାଇଙ୍ଗ୍ ଗ୍ଲାସ୍ ବିନା ଏହାକୁ ଦେଖାଯିବା ସମ୍ଭବ ନୁହେଁ । ଆମେରିକାରେ ପ୍ଲାଷ୍ଟିକ୍ ଓସେନ୍ ଏନ୍ଜିଓର ତଥ୍ୟ ମୁତାବକ, ପ୍ରତି ସପ୍ତାହରେ ମାଇକ୍ରୋପ୍ଲାଷ୍ଟିକ୍ର ୧୭୬୯ଟି କଣିକା କେବଳ ପିଇବା ପାଣିରୁ ହିଁ ଜଣେ ବ୍ୟକ୍ତିଙ୍କ ଶରୀରକୁ ଯାଇଥାଏ । ଏନ୍ଭାରିଆମେଣ୍ଟାଲ୍ ସାଇନ୍ସ ଆଣ୍ଟ୍ ଟେକ୍ନୋଲୋଜି ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ପ୍ରତିବର୍ଷ ୩୯ ହଜାରରୁ ୫୨ ହଜାର ଲୋକ ମାଇକ୍ରୋପ୍ଲାଷ୍ଟିକ୍ କଣିକାକୁ ନିଜ ଶରୀର ମଧ୍ୟକୁ ନେଉଛନ୍ତି । କେବଳ ଏତିକି ନୁହେଁ, ପ୍ରତି ସପ୍ତାହରେ ପ୍ଲାଷ୍ଟିକ୍ର ୨୦୦୦ ପାର୍ଟିକିଲ୍ସ ଖାଦ୍ୟ କିମ୍ବା ନିଃଶ୍ୱାସ ଜରିଆରେ ମନୁଷ୍ୟ ଶରୀରରେ ପ୍ରବେଶ କରିଥାଏ ବୋଲି ୱାଲïର୍ ୱାଇଲïଲାଇଫ୍ ଫେଡେରେସନ୍ ୨୦୧୯ର ଏକ ରିପୋର୍ଟରେ ପ୍ରକାଶ କରାଯାଇଥିଲା । ବୈଜ୍ଞାନିକଙ୍କ ମତାନୁସାରେ ଖାଦ୍ୟପେୟ ଜରିଆରେ ଏହି ମାଇକ୍ରୋପ୍ଲାଷ୍ଟିକ୍ ଆମ ଲିଭର୍ ପର୍ଯ୍ୟନ୍ତ ପହଞ୍ଚିଯାଏ ଏବଂ ସେଠାରୁ ପାଚନପ୍ରକ୍ରିୟା ଜରିଆରେ ଏହା ରକ୍ତରେ ମିଶିଥାଏ । ଏହାବ୍ୟତୀତ ନିଃଶ୍ୱାସ ନେବା ସମୟରେ ଅନେକ ଥର ବାୟୁରେ ଥିବା ମାଇକ୍ରୋପ୍ଲାଷ୍ଟିକ୍ ଆମ ହାର୍ଟ ପର୍ଯ୍ୟନ୍ତ ପହଞ୍ଚିଥାଏ । ସେଠାରେ ଫୁସ୍ଫୁସ୍ରେ ରହି କ୍ରମଶଃ ରକ୍ତରେ ମିଶିଥାଏ ।
୨୦୨୨ ମାର୍ଚ୍ଚରେ ପ୍ରଥମ ଥର ପାଇଁ ମଣିଷ ରକ୍ତରେ ପ୍ଲାଷ୍ଟିକ୍ ପଦାର୍ଥ ବାହାର କରାଯାଇଥିଲା । ନେଦରଲ୍ୟାଣ୍ଡ୍ର ବୈଜ୍ଞାନିକମାନେ ୨୨ ଜଣଙ୍କ ବ୍ଲଡ୍ ସାମ୍ପଲ୍କୁ ନେଇ ଗବେଷଣା କରିବା ପରେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ରକ୍ତରେ ପ୍ଲାଷ୍ଟିକ୍ ପଦାର୍ଥ ବାହାରିଥିଲା । ଗବେଷଣାରେ ଏମାନଙ୍କ ରକ୍ତରୁ ପଲିମିଥାଇଲ୍ ମାଥେକ୍ରିଲେଟ୍, ପଲିପ୍ରୋପାଇଲିନ୍, ପଲିଷ୍ଟାଇନିନ୍, ପଲିଇଥାଇଲିନ୍ ଏବଂ ପଲିଇଥାଇଲିନ୍ ଟେରେଫଲେଟେଡ୍ ଆଦି ୫ ପ୍ରକାରର ପ୍ଲାଷ୍ଟିକ୍ ମିଳିଥିଲା । ଏହାବାଦ୍ ୨୩ ପ୍ରତିଶତ ଲୋକଙ୍କ ରକ୍ତରେ ପଲିଇଥାଇଲିନ୍ ମିଳିଥିଲା, ଯାହା ପ୍ଲାଷ୍ଟିକ୍ ବ୍ୟାଗ୍ରେ ରହିଥାଏ । ତେବେ ରକ୍ତରେ ଅଧିକ ମାତ୍ରାର ମାଇକ୍ରୋପ୍ଲାଷ୍ଟିକ୍ ରହିବା କାରଣରୁ ଆଲର୍ଜି, ଥାଇରଏଡ୍, କ୍ୟାନ୍ସର ସହିତ ମୃତୁ୍ୟ ହେବାର ବିପଦ ମଧ୍ୟ ରହିଥାଏ ।




