ମାଇକ୍ରୋ ନେସନ୍‌ ‘ସିଲ୍ୟାଣ୍ଡ’

ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠୁ ଛୋଟ ଦେଶ କିଏ, ତାହେଲେ ଆପଣଙ୍କ ଉତ୍ତର ହେବ ଭାଟିକାନ ସିଟି । କିନ୍ତୁ ଯଦି ଆପଣଙ୍କୁ କହିବୁ ଯେ ଦୁନିଆରେ ଏପରି ଏକ ଛୋଟ ଦେଶ ଅଛି, ଯେଉଁଠାରେ ମାତ୍ର ୫୦ ଜଣ ଲୋକ ବସବାସ କରନ୍ତି, ତେବେ ଆପଣ ନିଶ୍ଚିତ ଭାବେ ଆଚମ୍ବିତ ହୋଇଯିବେ । ତେବେ ବିଶ୍ୱରେ ଏପରି ଏକ ଦେଶ ରହିଛି ଯାହାକୁ ମାଇକ୍ରୋ ନେସନ୍‌ କୁହାଯାଏ । ଏହି ଦେଶର ନାମ ହେଉଛି […]

Samaya Live Picture
Published On

ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠୁ ଛୋଟ ଦେଶ କିଏ, ତାହେଲେ ଆପଣଙ୍କ ଉତ୍ତର ହେବ ଭାଟିକାନ ସିଟି । କିନ୍ତୁ ଯଦି ଆପଣଙ୍କୁ କହିବୁ ଯେ ଦୁନିଆରେ ଏପରି ଏକ ଛୋଟ ଦେଶ ଅଛି, ଯେଉଁଠାରେ ମାତ୍ର ୫୦ ଜଣ ଲୋକ ବସବାସ କରନ୍ତି, ତେବେ ଆପଣ ନିଶ୍ଚିତ ଭାବେ ଆଚମ୍ବିତ ହୋଇଯିବେ । ତେବେ ବିଶ୍ୱରେ ଏପରି ଏକ ଦେଶ ରହିଛି ଯାହାକୁ ମାଇକ୍ରୋ ନେସନ୍‌ କୁହାଯାଏ । ଏହି ଦେଶର ନାମ ହେଉଛି ସିଲ୍ୟାଣ୍ଡ୍‌ ।
ଏହା ଇଂଲଣ୍ଡର ସଫୋá ସମୁଦ୍ର ଉପକୂଳେ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଏହା କ୍ଷୟ ହୋଇଯାଇଥିବା ସମୁଦ୍ର ଦୁର୍ଗ ଉପରେ ରହିଛି, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ଦ୍ୱାରା ନିର୍ମାଣ କରାଯାଇଥିଲା ଏବଂ ପରେ ଖାଲି ହୋଇଯାଇଥିଲା । ତେବେ ଏହି ଦେଶକୁ ଅନ୍ତର୍ରାଷ୍ଟ୍ରୀୟ ମାନ୍ୟତା ମିଳିନାହିଁ ।
ମାଇକ୍ରୋ ନେସନ୍‌ ‘ସିଲ୍ୟାଣ୍ଡ’

ମାଇକ୍ରୋ ନେସନ୍‌ ‘ସିଲ୍ୟାଣ୍ଡ’

ସେଥିପାଇଁ ଏହାକୁ ‘ମାଇକ୍ରୋ ନେସନ୍‌’ କୁହାଯାଉଛି । ସିଲ୍ୟାଣ୍ଡର କ୍ଷେତ୍ରଫଳ ମାତ୍ର ୨୫୦ ମିଟର ଅର୍ଥାତ୍‌ ଏକ ଚତୁର୍ଥାଂଶ କିଲୋମିଟର । ଏହି ଦୁର୍ଗକୁ ‘ରଫ୍‌ ଫୋର୍ଟ’ ନାମରେ ମଧ୍ୟ ଜଣାଶୁଣା । ସିଲ୍ୟାଣ୍ଡ୍‌ ବିଭିନ୍ନ ଲୋକଙ୍କ ଦ୍ୱାରା ଦଖଲ କରାଯାଇଥିଲା । ତେବେ ଅକେଫାବର ୨୦୧୨ରେ, ରଏ ବେଟ୍ସ ନାମକ ଜଣେ ବ୍ୟକ୍ତି ନିଜକୁ ସିଲ୍ୟାଣ୍ଡର ପ୍ରିନ୍ସ ଘୋଷଣା କରିଥିଲେ । ରଏଙ୍କ ଦେହାନ୍ତ ପରେ ତାଙ୍କ ପୁଅ ପ୍ରିନ୍ସ ମାଇକେଲଙ୍କ ଶାସନ ଏଠାରେ ଚାଲିଛି ।

ମାଇକ୍ରୋ ନେସନ୍‌ ‘ସିଲ୍ୟାଣ୍ଡ’
ପ୍ରିନ୍ସ ମାଇକେଲ

ସିଲ୍ୟାଣ୍ଡରେ ଜୀବନଜୀବିକାର କୌଣସି ମାଧ୍ୟମ ନାହିଁ । ୨୦୧୧ ଜନଗଣନା ଅନୁଯାୟୀ, ଏଠାରେ ଜନସଂଖ୍ୟା ମାତ୍ର ୨୭ ରେକର୍ଡ କରାଯାଇଥିଲା । ପ୍ରଥମ ଥର ପାଇଁ ଯେତେବେଳେ ଲୋକମାନେ ଏହି ମାଇକ୍ରୋ ନେସନ୍‌ ସମ୍ପର୍କରେ ଜାଣିଲେ, ଲୋକମାନେ ବହୁତ ଦାନ ଦେଲେ ଏବଂ ଏଠାକାର ଲୋକମାନେ ବହୁତ ସାହାଯ୍ୟ ପାଇଲେ । ପରେ ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ମଧ୍ୟ ଏଠାରେ ପହଞ୍ଚିବା ଆରମ୍ଭ କରିଥିଲେ । ଏହି ଛୋଟ ଦେଶ ବିଷୟରେ ଏକ େୱବସାଇଟ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ‘ପ୍ରିନ୍ସିପୋଲିଟି ଅଫ୍‌ ସିଲ୍ୟାଣ୍ଟ୍‌’ େୱବସାଇଟକୁ ଯାଇ ଆପଣ ଏ ଦେଶ ବିଷୟରେ ଅଧିକ ଜାଣିପାରିବେ । ଏହି େୱବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଦେଶର ନିଜସ୍ୱ ଜାତୀୟ ପତାକା, ଜାତୀୟ ସଂଗୀତ ଏବଂ ଏପରିକି ନିଜସ୍ୱ ମୁଦ୍ରା ମଧ୍ୟ ରହିଛି ।
ମାଇକ୍ରୋ ନେସନ୍‌ ‘ସିଲ୍ୟାଣ୍ଡ’

ଏହି ଦେଶ ଏତେ ଛୋଟ ଯେ ଏହାକୁ ଗୁଗୁଲ୍‌ ମ୍ୟାପରେ ଖୋଜିବା ବହୁତ କଷ୍ଟକର । ତେଣୁ ସିଲ୍ୟାଣ୍ଡ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ନୁହେଁ । ଏହି କାରଣରୁ ଅନେକ ଜିନିଷ ଏଠାରେ ଏକ ଦେଶ ଭାବରେ ଲାଗୁ ହୋଇନାହିଁ ।