ମହାକାଶରେ ମୂଷା

ଚୀନର ସ୍ପେସ ଏଜେନ୍ସି ୪ଟି ମୂଷାଙ୍କୁ ସ୍ପେସ ମିଶନରେ ପଠାଇଛି । ଯେଉଁଥିରେ ଦୁଇଟି ମାଈ ଓ ଦୁଇଟି ଅଣ୍ଡିରା ମୂଷା ଅଛନ୍ତି । ୩୧ ଅକେଫାବର ରାତିରେ ଚୀନ ଏହି ଯାତ୍ରୀଙ୍କୁ ମହାକାଶକୁ ପ୍ରେରିତ କରିଛି । ତିୟାଁଙ୍ଗୋଗାର ସ୍ପେସ ଷ୍ଟେସନରୁ ଏହି ଅନ୍ତରୀକ୍ଷ ଯାତ୍ରୀମାନେ ନିଜ ଉଡାଣ ଆରମ୍ଭ କରିଛନ୍ତି । ପ୍ରଥମଥର ପାଇଁ ଚୀନ ମହାକାଶକୁ ପରୀକ୍ଷା ପାଇଁ ମୂଷା ପ୍ରେରିତ କରିଛି । ଏହି ମିଶନରେ ଜିରୋ ଗ୍ରାଭିଟି ଓ କମ […]

ମହାକାଶରେ ମୂଷା
Samaya Live Picture
Published On

ଚୀନର ସ୍ପେସ ଏଜେନ୍ସି ୪ଟି ମୂଷାଙ୍କୁ ସ୍ପେସ ମିଶନରେ ପଠାଇଛି । ଯେଉଁଥିରେ ଦୁଇଟି ମାଈ ଓ ଦୁଇଟି ଅଣ୍ଡିରା ମୂଷା ଅଛନ୍ତି । ୩୧ ଅକେଫାବର ରାତିରେ ଚୀନ ଏହି ଯାତ୍ରୀଙ୍କୁ ମହାକାଶକୁ ପ୍ରେରିତ କରିଛି । ତିୟାଁଙ୍ଗୋଗାର ସ୍ପେସ ଷ୍ଟେସନରୁ ଏହି ଅନ୍ତରୀକ୍ଷ ଯାତ୍ରୀମାନେ ନିଜ ଉଡାଣ ଆରମ୍ଭ କରିଛନ୍ତି । ପ୍ରଥମଥର ପାଇଁ ଚୀନ ମହାକାଶକୁ ପରୀକ୍ଷା ପାଇଁ ମୂଷା ପ୍ରେରିତ କରିଛି । ଏହି ମିଶନରେ ଜିରୋ ଗ୍ରାଭିଟି ଓ କମ ସ୍ଥାନରେ ଜୀବମାନଙ୍କ ଉପରେ କଣ ପ୍ରଭାବ ପଡିବ ଏହା ଉପରେ ପରୀକ୍ଷଣ କରାଯିବ । ୨୦୩୦ ସୁଦ୍ଧା ଚୀନ ମଣିଷଙ୍କୁ ଚନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରୁଛି । ଏଥିପାଇଁ ଅଧିକ ଗବେଷଣା ଜାରି ରହିଛି । ସେହିଭଳି ଚନ୍ଦ୍ରରେ ଖୁବଶୀଘ୍ର ଲୁନାର ବେସ ମଧ୍ୟ ଚୀନ ପ୍ରସ୍ତୁତ କରିବ ବୋଲି ପ୍ଲାନିଂ କରୁଛି । ଏହି ମିଶନରେ ମୂଷାଙ୍କ ସହିତ ତିନିଜଣ ଅନ୍ତରୀକ୍ଷ ଯାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି ।

Tags: