ରୋବଟ୍‌ କହୁଛି ୪୭ ଭାଷା

ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପ୍ରତିଦିନ ନୂଆ ନୂଆ ପରୀକ୍ଷଣ ଏବଂ ଗବେଷଣା ହେବାରେ ଲାଗିଛି । ଯାହା ଦ୍ୱାରା ବିଭିନ୍ନ ପ୍ରକାରର ନୂଆ ନୂଆ ଗ୍ୟାଜେଟ୍‌ ସାମ୍ନାକୁ ଆସୁଛି । ଟେକ୍ନଲୋଜିର ବିନିଯୋଗ ଯୋଗୁଁ ଅନେକ କ୍ଷେତ୍ରରେ ରୋବଟ୍‌ର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି । ଦିନକୁ ଦିନ ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ଲଗାତର ଭାବରେ ଉନ୍ନତ ରୋବଟ୍‌ ନିର୍ମାଣ କରିବାରେ ଲାଗିଛନ୍ତି । ଏପରି ରୋବଟ୍‌ ତିଆରି କରୁଛନ୍ତି ଯାହା ଅବିକଳ ମଣିଷ […]

Samaya Live Picture
Published On

ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପ୍ରତିଦିନ ନୂଆ ନୂଆ ପରୀକ୍ଷଣ ଏବଂ ଗବେଷଣା ହେବାରେ ଲାଗିଛି । ଯାହା ଦ୍ୱାରା ବିଭିନ୍ନ ପ୍ରକାରର ନୂଆ ନୂଆ ଗ୍ୟାଜେଟ୍‌ ସାମ୍ନାକୁ ଆସୁଛି । ଟେକ୍ନଲୋଜିର ବିନିଯୋଗ ଯୋଗୁଁ ଅନେକ କ୍ଷେତ୍ରରେ ରୋବଟ୍‌ର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି । ଦିନକୁ ଦିନ ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ଲଗାତର ଭାବରେ ଉନ୍ନତ ରୋବଟ୍‌ ନିର୍ମାଣ କରିବାରେ ଲାଗିଛନ୍ତି ।

Meet Mumbai's Shalu, a humanoid robot which speaks 47  language

ଏପରି ରୋବଟ୍‌ ତିଆରି କରୁଛନ୍ତି ଯାହା ଅବିକଳ ମଣିଷ ପରି ଦେଖାଯାଉଛନ୍ତି । ନିକଟରେ ମହାରାଷ୍ଟ୍ରର ଜଣେ ଶିକ୍ଷକ ୪୭ଟି ଭାଷାରେ କଥାବାର୍ତ୍ତା କରୁଥିବା ଏକ ରୋବଟ୍‌ ପ୍ରସ୍ତୁତ କରିଛନ୍ତି । ଆଇଆଇଟି ବମ୍ବେ କ୍ୟାମ୍ପସରେ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏକ ରୋବଟ୍‌ ଡିଜାଇନ କରିଛନ୍ତି ଯାହା ୪୭ଟି ଭାଷା କହିପାରେ । ମନୁଷ୍ୟ ପରି ଦେଖାଯାଉଥିବା ଏହି ରୋବଟ୍‌ର ନାମ ଶାଲୁ ରଖାଯାଇଛି । ଏହାକୁ ପ୍ରସ୍ତୁତ କରିଥିବା ଦିନେଶ ପଟେଲ କହିଛନ୍ତି ଯେ ଏହି ରୋବଟ୍‌ ହିନ୍ଦୀ, ଇଂରାଜୀ, ମରାଠୀ, ଭୋଜପୁରି, ଜର୍ମାନ ଏବଂ ଫ୍ରେଞ୍ଚ୍‌ ସମତେ ୪୭ଟି ଦେଶୀ-ବିଦେଶୀ ଭାଷାରେ କଥା କହିପାରିବ । ଶାଲୁ ୯ଟି ଭାରତୀୟ ଏବଂ ୩୮ଟି ବିଦେଶୀ ଭାଷା କହିପାରିବ । ଦିନେଶ ପଟେଲ କହିଛନ୍ତି ଏହାକୁ କରିବା ପାଇଁ ତାଙ୍କୁ ୩ ବର୍ଷ ସମୟ ଲାଗିଥିଲା । ଏହା ସଂପୂର୍ଣ୍ଣ ଭାବରେ ମେଡ୍‌ ଇନ୍‌ ଇଣ୍ଡିଆ ଏବଂ ଏଥିରେ ଲାଗିଥିବା ସମସ୍ତ ଉପକରଣ ଲୋକାଲ ମାର୍କେଟରୁ କିଣାଯାଇଛି । ଶାଲୁ ଲୋକଙ୍କୁ ଚିହ୍ନିବା ସହ ସମସ୍ତଙ୍କ ନାଁ ମଧ୍ୟ ମନେ ରଖିପାରିବ । ଏଥିସହ ସାଧାରଣ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରେ । ଖୁବଶୀଘ୍ର ଏହାର ସଂସ୍କରଣ ୨ କରିବେ ବୋଲି କହିଛନ୍ତି ଶିକ୍ଷକ ଦିନେଶ ।