ଔଷଧୀୟ ବୃକ୍ଷ ଗଙ୍ଗଶିଉଳି
ଜ୍ୟୋତିଷ ଶାସ୍ତ୍ର ଏବଂ ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗଶିଉଳି ଗଛକୁ ବେଶ୍ ଉପକାରୀ ଗଛ ରୂପେ ମନେ କରାଯାଏ । ଏହି ଗଛରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥିବାରୁ ଏହା ଯେକୌଣସି ହୃଦ୍ରୋଗକୁ ସମାପ୍ତ କରିପାରେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସେହିପରି ଏହାଦ୍ୱାରା ଅନ୍ୟ କେତେକ ରୋଗର ଚିକିତ୍ସା ମଧ୍ୟ କରାଯାଇପାରିବ । ଏହି ଗଛର ବିଭିନ୍ନ ଅଂଶରେ ଆୟୁର୍ବେଦିକ ତଥା ହୋମୋପାଥିକ ଗୁଣ ଭରି ହୋଇରହିଛି । ଫଳରେ ସାଇଟିକା, ଆର୍ଥରିଟିସ୍, […]
ଜ୍ୟୋତିଷ ଶାସ୍ତ୍ର ଏବଂ ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗଶିଉଳି ଗଛକୁ ବେଶ୍ ଉପକାରୀ ଗଛ ରୂପେ ମନେ କରାଯାଏ । ଏହି ଗଛରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥିବାରୁ ଏହା ଯେକୌଣସି ହୃଦ୍ରୋଗକୁ ସମାପ୍ତ କରିପାରେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସେହିପରି ଏହାଦ୍ୱାରା ଅନ୍ୟ କେତେକ ରୋଗର ଚିକିତ୍ସା ମଧ୍ୟ କରାଯାଇପାରିବ । ଏହି ଗଛର ବିଭିନ୍ନ ଅଂଶରେ ଆୟୁର୍ବେଦିକ ତଥା ହୋମୋପାଥିକ ଗୁଣ ଭରି ହୋଇରହିଛି । ଫଳରେ ସାଇଟିକା, ଆର୍ଥରିଟିସ୍, ଜ୍ୱର, କୋଷ୍ଠକାଠିନ୍ୟତା, ଏଡେମା, କଫ, ରୁପି ଏବଂ ଇଣ୍ଟେଷ୍ଟିନାଲ୍ ୱର୍ମ ବା କୃମି ଆଦି ଭଳି ବିଭିନ୍ନ ରୋଗ କ୍ଷେତ୍ରରେ ଏହି ଗଛ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ମୁଣ୍ଡବିନ୍ଧା ହେଉଥିଲେ ଗଙ୍ଗଶିଉଳିର ୫ରୁ ୬ଟି ଫୁଲ ଆଣି ହାତରେ ମଳି ଏହାକୁ ଶୁଙ୍ଘିଲେ ତତ୍କ୍ଷଣାତ୍ ଉପସମ ମିଳିଥାଏ । ସେହିପରି ମ୍ୟାଲେରିଆ ଜ୍ୱର ହେଲେ ଗଙ୍ଗଶିଉଳି ପତ୍ରକୁ ୭ଟି ଗୋଲ ମରିଚ ସହିତ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ପିଇଲେ ଏହା ଭଲ ହୋଇଥାଏ । ଏହାବ୍ୟତୀତ ଟନସିଲ୍ ବା ଗଳାରୋଗ, କାନରୋଗ ଆଦିକୁ ଭଲ କରିଥାଏ । ସମସ୍ତପ୍ରକାରର କୃମିକୁ ନାଶ କରିଥାଏ । ଅଣ୍ଟା ତଥା ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ଗଙ୍ଗଶିଉଳି ପତ୍ର ବେଶ୍ ଉପକାରୀ ହୋଇଥାଏ । ଏସିଡିଟି, ତୁଣ୍ଡ ଘା ଓ ଅଜୀର୍ଣ୍ଣ ରୋଗ ପାଇଁ ବି ଏହା ବେଶ୍ ଉପଯୋଗୀ ।ଗଙ୍ଗଶିଉଳି ଗଛର ଫୁଲ କିମ୍ବା ପତ୍ରରେ ଯେ କେବଳ ଔଷଧୀୟ ଗୁଣ ଭରି ହୋଇ ରହିଛି ତାହା ନୁହେଁ, ବରଂ ଏହାର ମୂଳ ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।




