ବଜାରରେ ମିଳୁଛନ୍ତି ବରକନ୍ୟା
ସାଧାରଣତଃ ବିବାହ ଆଗରୁ ଘରର ବଡମାନେ ବରକନ୍ୟା ଖୋଜାର ଦାୟିତ୍ୱ ନେଇଥାଆନ୍ତି । ସେମାନେ ବୁଝି ବିଚାରି ବିବାହ କରାଇଥାଆନ୍ତି, ଯାହା ସେମାନେ ନିଜ ବନ୍ଧୁବାନ୍ଧବରେ କିମ୍ବା ମଧ୍ୟସ୍ଥିଙ୍କ ସାହାଯ୍ୟରେ ଖୋଜିଥାଆନ୍ତି । ସେହିଭଳି ସ୍ଥଳେ ସ୍ଥଳେ ପ୍ରେମ ବିବାହ ମଧ୍ୟ ହୋଇଥାଏ, ହେଲେ ଚୀନରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଅଜବ ପ୍ରକ୍ରିୟା । ଚୀନର ଏକ ପାର୍କରେ ମ୍ୟାରେଜ୍ ମାର୍କେଟର ଆୟୋଜନ କରାଯାଉଛି । ଏଠାରେ ପ୍ରତି ଶନିବାର ଓ ରବିବାର ନିଜ […]
ସାଧାରଣତଃ ବିବାହ ଆଗରୁ ଘରର ବଡମାନେ ବରକନ୍ୟା ଖୋଜାର ଦାୟିତ୍ୱ ନେଇଥାଆନ୍ତି । ସେମାନେ ବୁଝି ବିଚାରି ବିବାହ କରାଇଥାଆନ୍ତି, ଯାହା ସେମାନେ ନିଜ ବନ୍ଧୁବାନ୍ଧବରେ କିମ୍ବା ମଧ୍ୟସ୍ଥିଙ୍କ ସାହାଯ୍ୟରେ ଖୋଜିଥାଆନ୍ତି । ସେହିଭଳି ସ୍ଥଳେ ସ୍ଥଳେ ପ୍ରେମ ବିବାହ ମଧ୍ୟ ହୋଇଥାଏ, ହେଲେ ଚୀନରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଅଜବ ପ୍ରକ୍ରିୟା । ଚୀନର ଏକ ପାର୍କରେ ମ୍ୟାରେଜ୍ ମାର୍କେଟର ଆୟୋଜନ କରାଯାଉଛି । ଏଠାରେ ପ୍ରତି ଶନିବାର ଓ ରବିବାର ନିଜ ପିଲାଙ୍କ ପାଇଁ ବରକନ୍ୟା ଖୋଜିବାକୁ ବାପାମାଆମାନେ ଯାଇଥାଆନ୍ତି । ଏହି ପାର୍କକୁ ସ୍ଥାନୀୟଲୋକମାନେ ମ୍ୟାଚମେକିଂ ପାର୍କ ନାମରେ ଜଣା ଯାଇଥାଏ । ଏହା ବର୍ତ୍ତମାନ ସେଠିକାର ଏକ ଅଫ୍ଲାଇନ ଡେଟିଂ ଆପ ପାଲଟିଛି । ପୂରା ପାର୍କରେ ଛୋଟବଡ ହୋଡିଂ ଓ ପୋଷ୍ଟର ଏଠାରେ ମରାଯାଇଥାଏ । ଗୋଲାପି ରଙ୍ଗର କାଗଜ ଝିଅ ପିଲାଙ୍କ ପାଇଁ ଓ ନୀଳ ରଙ୍ଗର କାଗଜ ପୁଅଙ୍କ ପାଇଁ ହୋଇଥାଏ । ବାପାମାଆମାନେ ଏଠାରେ ନିଜ ପିଲାଙ୍କ ପ୍ରସ୍ତାବ ନେଇ ଅପେକ୍ଷାରେ ରହିଥାଆନ୍ତି । ଏହା ଏଠାରେ ଅନେକ ବର୍ଷଧରି ପାଳନ ହୋଇ ଆସୁଛି । ତେବେ ଏହି ମାର୍କେଟ ସେଠିକାର ବାସିନ୍ଦାଙ୍କ ପାଇଁ ଖୁବ ସହାୟକ ହେଉଛି ବୋଲି ସ୍ଥାନୀୟଲୋକ ମତ ଦେଉଛନ୍ତି ।




