ସହିଦ ଦିବସ

ପ୍ରତିବର୍ଷ ମାର୍ଚ୍ଚ ମାସ ୨୩ ତାରିଖକୁ ସହିଦ ଦିବସ ରୂପେ ପାଳନ କରାଯାଇଥାଏ । ୧୯୩୧ ମସିହା ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ତେଣୁ ଏହି ତିନିଜଣ ବାହାଦୂର ସଂଗ୍ରାମୀଙ୍କ ସ୍ମରଣାର୍ଥେ ଦେଶବ୍ୟାପୀ ସହିଦ ଦିବସ ପାଳନ କରାଯାଏ । ୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ଲାଗି ସାଇମନ କମିଶନ ନାମକ ଏକ […]

Samaya Live Picture
Published On

ପ୍ରତିବର୍ଷ ମାର୍ଚ୍ଚ ମାସ ୨୩ ତାରିଖକୁ ସହିଦ ଦିବସ ରୂପେ ପାଳନ କରାଯାଇଥାଏ । ୧୯୩୧ ମସିହା ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ତେଣୁ ଏହି ତିନିଜଣ ବାହାଦୂର ସଂଗ୍ରାମୀଙ୍କ ସ୍ମରଣାର୍ଥେ ଦେଶବ୍ୟାପୀ ସହିଦ ଦିବସ ପାଳନ କରାଯାଏ । ୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ଲାଗି ସାଇମନ କମିଶନ ନାମକ ଏକ ଦଳକୁ ଭାରତ ପଠାଇଥିଲେ । ହେଲେ ଏହାକୁ ଅନେକ ରାଜନୈତିକ ଦଳ ବହିଷ୍କାର କରିବା ସହିତ ଦେଶସାରା ଏହି କମିଶନକୁ ତୀବ୍ର ବିରୋଧ କରାଯାଇଥିଲା । ସେହିବର୍ଷ ଅକେଫାବର ୩୦ରେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିବା ସମୟରେ ଲାଲା ଲଜପତ ରାୟ ମଧ୍ୟ ଏହା ବିରୋଧରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନକୁ ପ୍ରଶମିତ କରିବାକୁ ଶତ ଚେଷ୍ଟା କରାଯାଇଥିବା ସତ୍ତେ୍ୱ ପରେ ଏହା ହିଂସାର ରୂପ ଧାରଣ କରିଥିଲା । ଉପସ୍ଥିତ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟ୍‌ ଲାଠି ଚାଳନାର ଆଦେଶ ଦେଇଥିଲେ ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ । ଯାହାଫଳରେ ନଭେମ୍ବର ୧୭ରେ ଲାଲାଜୀଙ୍କର ମୃତୁ୍ୟ ଘଟିଥିଲା । ମାତ୍ର ବ୍ରିଟିଶ ପାର୍ଲିଆମେଣ୍ଟରେ ଲାଲାଜୀଙ୍କ ମୃତୁ୍ୟ ପ୍ରସଙ୍ଗ ପଡ଼ିବା ମାତ୍ରକେ ଏଥିରେ ବ୍ରିଟିଶ ସରକାରଙ୍କ କିଛି ହାତ ନଥିବା କୁହାଯାଇ ଏହି ପ୍ରସଙ୍ଗକୁ ଏଡ଼ାଇ ଦିଆଗଲା । ଯେଉଁଥିରେ ପ୍ରତିଶୋଧ ପରାୟଣ ହୋଇ ସୁଖଦେବ, ରାଜଗୁରୁ ଓ ଚନ୍ଦ୍ରଶେଖର ଆଜାଦଙ୍କ ସହିତ ମିଶି ଭଗତ ସିଂହ ଜେମ୍ସ ଏ. ସ୍କଟ୍‌ଙ୍କୁ ମାରିବାକୁ ବ୍ୟବସ୍ଥା କଲେ । ହେଲେ ଭୁଲବଶତଃ ତାଙ୍କ ସ୍ଥାନରେ ଜନ୍‌ ପି. ସନ୍ଦର୍ଶ ନାମକ ଜଣେ ଆସିଷ୍ଟାଣ୍ଟ୍‌ ଏସ୍‌ପିଙ୍କୁ ମାରିଦେଲେ । ତେଣୁ ୧୯୩୦ ମସିହା ଅକେଫାବର ୭ ତାରିଖରେ ବ୍ରିଟିଶ ସରକାର ଏହି ତିନିଜଣଙ୍କୁ ସନ୍ଦର୍ଶଙ୍କ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଦେଇଥିଲେ ।

Tags: