ଦୋଷ କାଟିବାକୁ କୁକୁରକୁ ବିବାହ

ଦୋଷ କାଟିବାକୁ କୁକୁରକୁ ବିବାହ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଯୌତୁକରେ ରସୁଣ

ବେଳେ ସମାଜରେ ଏଭଳି ଘଟଣା ଘଟିଥାଏ ଯାହା ବିଶ୍ବାସ କରିବା କଷ୍ଟ ହୋଇଥାଏ । ଝାରଖଣ୍ଡର ସେହିଭଳି ଏକ ବିବାହ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏଠାରେ ଦୁଇଜଣ ଛୋଟ ପିଲାଙ୍କୁ କୁକୁର ସହିତ ବିବାହ କରାଯାଇଛି । ଏହି ବିବାହ ଥଟ୍ଟା ମଜା ନୁହେଁ ବରଂ ପୁରା ରୀତିନୀତିରେ କରାଯାଇଛି । ସ୍ଥାନୀୟ ପରମ୍ପରା ଅନୁସାରେ ଯଦି କୌଣସି ପିଲାର କ୍ଷୀର ଦାନ୍ତ ଉପରେ ଅନ୍ୟ ଦାନ୍ତ ଆଗୁଆ ଉଠିଯାଏ ତେବେ ଏହା ଅଶୁଭ ହୋଇଥାଏ । ବିଶ୍ବାସ କରାଯାଏ କି ଉକ୍ତ ପିଲାର ଭବିଷ୍ୟତରେ କିଛି ଅଶୁଭ ହେବ ସେଥିପାଇଁ ଏହି ବିବାହର ଆୟୋଜନ କରାଯାଇଥାଏ । ଉକ୍ତ ପିଲାକୁ କୁକୁର ସହିତ ବିବାହ କରାଇଲେ ଏହି ଦୋଷ କଟିଯାଇଥାଏ ବୋଲି ସ୍ଥାନୀୟ ଲୋକ ବିଶ୍ବାସ କରନ୍ତି । ପୁରା ରୀତିନୀତିରେ ଏହି ବିବାହକୁ ସମ୍ପାଦନ କରାଯାଇଥାଏ । ଏଠାରେ ଅନେକ ଅଞ୍ଚଳରେ ଏହି ବିବାହର ଆୟୋଜନ କରାଯାଉଥିବାର ଦେଖିବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର ଜାତିମୁକ୍ତ ଗାଁ

Tags: