ଭୂତକୁ ବିବାହ
ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ସାମନାକୁ ଆସିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ବ୍ରିଟେନରେ । ସେଠାରେ ଜଣେ ମହିଳା ଭୂତକୁ ବିବାହ କରିଥିବାନେଇ ଦାବି କରିଛନ୍ତି । ସେ କିଛି ବର୍ଷ ପୂର୍ବରୁ ତାଙ୍କ ଘରେ ପ୍ରକଟ ହୋଇଥିବା ଏକ ଭୂତକୁ ବିବାହ କରିଥିବା କଥା ପ୍ରକାଶ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିବା ନଜରକୁ ଆସିଛି । […]
ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ସାମନାକୁ ଆସିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ବ୍ରିଟେନରେ । ସେଠାରେ ଜଣେ ମହିଳା ଭୂତକୁ ବିବାହ କରିଥିବାନେଇ ଦାବି କରିଛନ୍ତି । ସେ କିଛି ବର୍ଷ ପୂର୍ବରୁ ତାଙ୍କ ଘରେ ପ୍ରକଟ ହୋଇଥିବା ଏକ ଭୂତକୁ ବିବାହ କରିଥିବା କଥା ପ୍ରକାଶ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିବା ନଜରକୁ ଆସିଛି । ଭୂତଟି ୧୯ଶହ ଶତାବ୍ଦୀରେ ଜଣେ ସୈନିକ ଥିବା ମହିଳା ଜଣଙ୍କ ପ୍ରକାଶ କରିଛନ୍ତି । କେବଳ ଏହି ଭୂତ ନୁହେଁ ସେ ଆହୁରି ଅନେକ ଆତ୍ମାକୁ ମଧ୍ୟ ବିବାହ କରିଥିଲେ, ଯେଉଁମାନଙ୍କ ଠାରୁ ସେ ଛାଡପତ୍ର ନେବା ପରେ ଏହି ଭୂତକୁ ବିବାହ କରିଥିବା ସୂଚନା ଦିଆଯାଇଛି । ତାଙ୍କ ଦାବି ଅନୁସାରେ ସେ ଏହି ଭୂତ ଓ ଆତ୍ମାଙ୍କ ସହିତ କଥା ହେବାସହିତ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିଥାଆନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଆତ୍ମାଙ୍କ ସହିତ ସମ୍ପର୍କ କରିଥିବା ସୂଚନା ଦେଇଛନ୍ତି । ଏନେଇ ସେ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିୟୁଜର୍ସଙ୍କ ସହିତ ସେୟାର କରିଛନ୍ତି । କିଛି ଲୋକ ଏହି ପୋଷ୍ଟର ମଜାକ ଉଡାଇ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି ।




