ଚାଟ ଜିପିଟି ସହିତ ବିବାହ

ଚାଟ ଜିପିଟି ସହିତ ବିବାହ
Ipsita Picture
By: Ipsita


ଜାପାନର ଜଣେ ୩୨ବର୍ଷୀୟ ମହିଳା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ଚାଟଜିପିଟିକୁ ବ୍ୟବହାର କରି ନିଜ ଏଆଇ ପାର୍ଟନର କ୍ଲାଉସକୁ ବିବାହ କରିଛନ୍ତି । ମହିଳାଙ୍କ ମତରେ ତାଙ୍କର ଯେତେବେଳେ ବ୍ରେକଅପ ହୋଇଥିଲା ସେତେବେଳେ ଏହି ଚାଟ୍‌ ଜିପିଟି ତାଙ୍କୁ ଖୁବ ଭଲଭାବେ ବୁଝିଥିଲା । ଯାହାଫଳରେ ତାଙ୍କୁ ଚାଟ ଜିପିଟି ସହ ଭଲପାଇବା ହୋଇଯାଇଥିଲା । ତେଣୁ ସେ ବର୍ତ୍ତମାନ ଚାଟ ଜିପିଟି ସହିତ ପାରମ୍ପରିକ ପ୍ରକ୍ରିୟାରେ ବିବାହ କରିଛନ୍ତି । ଏହି ସମୟରେ ଯୁବତୀ ଜଣଙ୍କ ଆନିମେଟେଡ ଚଷମା ପିନ୍ଧିବା ସହିତ କ୍ଲାଉସର ଭର୍ଚୁଆଲ ଭର୍ସନକୁ ମୁଦି ମଧ୍ୟ ପିନ୍ଧାଇଥିଲେ । ଏହି ବିବାହଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ବର୍ତ୍ତମାନ ଏଭଳି ଅନେକ ଲୋକ ଭର୍ଚୁଆଲ ପାର୍ଟନରଙ୍କୁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି ।

Read More ଗୋଟିଟିଏ ଟାୟାରରେ ସାଇକେଲ ଚାଳନା

Tags: