ସକାଳେ ବିବାହ ସନ୍ଧ୍ୟାରେ ଛାଡପତ୍ର

ସକାଳେ ବିବାହ ସନ୍ଧ୍ୟାରେ ଛାଡପତ୍ର
Ipsita Picture
By: Ipsita
Published On

 

ହିମାଚଳ ପ୍ରଦେଶର ଏକ ଆଶ୍ଚର୍ଯ୍ୟଜନକ ଘଟଣା  ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।  ସୂଚନା ଅନୁସାରେ ସକାଳେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ହୋଇଥିବା ଏକ ବିବାହ ମାତ୍ର କେଇଟା ଘଣ୍ଟା ମଧ୍ୟରେ ଅର୍ଥାତ୍ ସନ୍ଧ୍ୟା ସୁଦ୍ଧା ଭାଙ୍ଗିଯାଇଛି । ପୋଲିସ ଉପସ୍ଥିତିରେ ଦୁଇ ପରିବାର ମଧ୍ୟରେ ବିବାହ ବିଚ୍ଛେଦ ହେବାର ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ,  ସ୍ଥାନୀୟ ଏକ ମନ୍ଦିରରେ ଉକ୍ତ ଯୁବକ ଓ ଯୁବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା, କିନ୍ତୁ ବିବାହ ସରିବାର ତୁରନ୍ତ ପରେ କନ୍ୟା ଜଣକ ଶାଶୁଘରକୁ ଯିବାକୁ ମନା କରିଦେଇଥିଲେ । ଯାହାପରେ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ବିବାଦ ସୃଷ୍ଟି ହୋଇ ମାମଲା ପୋଲିସ ଥାନାରେ ପହଞ୍ଚିଥିଲା । ସେଠାରେ ବର ପକ୍ଷର ଯୁକ୍ତି ଥିଲା ଯେ ଯଦି କନ୍ୟା ବିବାହ ପରେ ତୁରନ୍ତ ଶାଶୁଘରକୁ ଯିବାକୁ ଚାହୁଁନାହିଁ, ତେବେ ଏହି ସମ୍ପର୍କକୁ ଆଗକୁ ନେବା ସମ୍ଭବପର ନୁହେଁ । ଯାହା ଫଳରେ ଶେଷରେ ଦୁଇ ପରିବାର ଆପୋଷ ସହମତି ପ୍ରକାଶ କରି ପରସ୍ପରଠାରୁ ଅଲଗା ହେବାକୁ ରାଜି ହୋଇଥିଲେ। ତେବେ  ଏହି ବିବାହ ଭାଙ୍ଗିବାର କାରଣ ସମ୍ପର୍କରେ ଦୁଇ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତଥାପି ସ୍ଥାନୀୟ ସ୍ତରରେ ଚର୍ଚ୍ଚା ହେଉଛି ଯେ କନ୍ୟାଙ୍କୁ ବିବାହରେ ନକଲି ଗହଣା ଦିଆଯାଇଥିଲା, କାରଣ ବର ପକ୍ଷର ଲୋକେ କନ୍ୟା ଉପରେ ପୂର୍ବରୁ ସନ୍ଦେହ କରୁଥିଲେ । ତେଣୁ ସେମାନେ ଅସଲି ଅଳଙ୍କାର ବଦଳରେ ନକଲି ଗହଣା ପିନ୍ଧାଇଥିଲେ, ଯାହା ଏହି ଛାଡ଼ପତ୍ର ପଛର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

Tags: