ଶାଢୀ ପାଇଁ ଭାଙ୍ଗିଲା ବିବାହ
ଉତ୍ତର ପ୍ରଦେଶର ବଲିଆ ଜିଲ୍ଲା ଅନ୍ତର୍ଗତ ଗାୟଘାଟ ଗ୍ରାମର ପଞ୍ଚରୁଖୀ ଦେବୀ ମନ୍ଦିରରେ ଗତ ମେ’ ୧୧ ତାରିଖରେ ଏକ ବିବାହ ଅନୁଷ୍ଠିତ ହେଉଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ଶୋଭାଯାତ୍ରା ପହଞ୍ଚିବା ପରେ ରୀତିନୀତି ଆରମ୍ଭ ହୋଇଥିଲା, କିନ୍ତୁ ବରପକ୍ଷରୁ ପଠାଯାଇଥିବା ଶାଢ଼ୀଟି କନ୍ୟାଙ୍କୁ ପସନ୍ଦ ଆସିନଥିଲା । ତେବେ ଏହି ଶାଢୀ ପସନ୍ଦ ନଆସିବାରୁ ସେ ବିବାହ କରିବାକୁ ମନା କରିଦେଇଥିବା ଜଣାପଡିଛି । ଏହି ସାମାନ୍ୟ କଥାକୁ ନେଇ ବିବାଦ ଏତେ ବଢ଼ିଯାଇଥିଲା ଯେ ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା । ଯେଉଁଥିରେ କନ୍ୟାର ଭାଇ, ମାଆ ଏବଂ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି। ଶେଷରେ ହଙ୍ଗାମା ଯୋଗୁଁ ବିବାହ କାର୍ଯ୍ୟ ଅଧାରୁ ବନ୍ଦ ହୋଇଯାଇଥିଲା ଏବଂ ବରଯାତ୍ରୀ ଦଳ ବିନା କନ୍ୟାରେ ଫେରିବାକୁ ବାଧ୍ୟ ହୋଇଥିଲେ। ସୋସିଆଲ ମିଡିଆରେ ଘଟଣାଟି ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
Tags:



