ବିବାହରେ ଫାଟ
ରାଜନୀତି ସହିତ ଫିଲ୍ମ କ୍ୟାରିୟରେ ଏତେ ସଫଳତା ପାଇଥିବା ବିଜୟଙ୍କର ପରିବାରରେ କିନ୍ତୁ କିଛି ଓଲଟା ପରିସ୍ଥିତି ଦେଖିବାକୁ ମିଳିଥିଲା । ବିବାହର ୨୬ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ବିଜୟ, ଯାହା ସେତେବେଳ ଖୁବ ଆଲୋଚନାର ବିଷୟ ପାଲଟିଥିଲା । ତେବେ ବିଜୟଙ୍କର ପ୍ରେମ କାହାଣୀ ଥିଲା ଖୁବ ଭିନ୍ନ । ପ୍ରଂଶସିକାରୁ ପ୍ରେମିକା ଓ ପରେ ପତ୍ନୀ ପାଲଟିଥିଲେ ସଙ୍ଗୀତା ସୋର୍ଣ୍ଣେଲିଙ୍ଗମ । ସୂଚନା ଅନୁସାରେ ୧୯୯୬ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ପୁଭେ ଉନ୍ନକ୍କାଗା'ର ସଫଳତା ପରେ ବିଜୟଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସେହି ସମୟରେ ଚେନ୍ନାଇରେ ଶୁଟିଂ ସମୟରେ ବ୍ରିଟେନରୁ ଆସିଥିବା ଜଣେ ପ୍ରଶଂସିକା ସଙ୍ଗୀତା ସୋର୍ଣ୍ଣଲିଙ୍ଗମଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ବନ୍ଧୁତା ଓ ପ୍ରେମରେ ପରିଣତ ହୋଇଥିଲା । ପ୍ରାୟ ତିନି ବର୍ଷର ଡେଟିଂ ପରେ ପରିବାରର ସମ୍ମତିକ୍ରମେ ୨୫ ଅଗଷ୍ଟ ୧୯୯୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟଙ୍କର ଏକ ପୁଅ (୨୦୦୦ ମସିହାରେ ଜନ୍ମିତ) ଓ ଏକ ଝିଅ (୨୦୦୫ ମସିହାରେ ଜନ୍ମିତ) ମଧ୍ୟ ଅଛନ୍ତି । ତେବେ ବିବାହର ୨୬ ବର୍ଷ ପରେ ୨୦୨୫ରେ ସଙ୍ଗୀତା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଏବଂ ୨୦୨୬ରେ ଏକ ନୂତନ ଆବେଦନ ମାଧ୍ୟମରେ ବିଜୟ ତାଙ୍କୁ ଘରେ ପଶିବାକୁ ଦେଉନାହାନ୍ତି ବୋଲି ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ଉଭୟଙ୍କ ଭିତରେ ସବୁକିଛି ଠିକ ଚାଲିନଥିବା ନେଇ ଜଣା ପଡିଥିଲା । ସଙ୍ଗୀତାଙ୍କ ଆବେଦନ ପରେ ବିଜୟଙ୍କର ଅନ୍ୟ ଜଣେ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସହ ସମ୍ପର୍କ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଏହି ବିବାଦ ନେଇ କେବେ ତ୍ରିଶା କିମ୍ବା ବିଜୟ କୌଣସି ମନ୍ତବ୍ୟ ଦେଇନଥିଲେ ।




