ମରାଜୋର ଯମ ମିଲେଟ୍ରୀ
ହିନ୍ଦୁଧର୍ମରେ ମଇଁଷିକୁ ଯମରାଜଙ୍କ ବାହାନ କୁହାଯାଏ । ସେଥିପାଇଁ ଗୋ’ମାତାଙ୍କ ସହିତ ଆମ ଜୀବନରେ ମଇଁଷୀଙ୍କର ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି । ହେଲେ ବ୍ରାଜିଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ଏଠାରେ ମଇଁଷୀ ପିଠିରେ ଯମରାଜ ନୁହନ୍ତି, ଏଠାକାର ମିଲେଟ୍ରୀ ଯବାନ ବସି ଘୋଡ଼ାପରି ଦଉଡାଉଥିବାର ଦେଖିବାକୁ ମିଳେ । ଉତ୍ତର ବ୍ରାଜିଲର ମରାଜୋ ଦ୍ୱୀପରେ ଆମଜନ ନଦୀ ଓ ଆଟ୍ଲାଣ୍ଟିକ୍ ମହାସାଗର ମିଳିତ ହୋଇଛି । ଏହି ଦ୍ୱୀପର ଆକାର ସ୍ୱିଜରଲାଣ୍ଡ ଭଳି […]
ହିନ୍ଦୁଧର୍ମରେ ମଇଁଷିକୁ ଯମରାଜଙ୍କ ବାହାନ କୁହାଯାଏ । ସେଥିପାଇଁ ଗୋ’ମାତାଙ୍କ ସହିତ ଆମ ଜୀବନରେ ମଇଁଷୀଙ୍କର ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି । ହେଲେ ବ୍ରାଜିଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ଏଠାରେ ମଇଁଷୀ ପିଠିରେ ଯମରାଜ ନୁହନ୍ତି, ଏଠାକାର ମିଲେଟ୍ରୀ ଯବାନ ବସି ଘୋଡ଼ାପରି ଦଉଡାଉଥିବାର ଦେଖିବାକୁ ମିଳେ । ଉତ୍ତର ବ୍ରାଜିଲର ମରାଜୋ ଦ୍ୱୀପରେ ଆମଜନ ନଦୀ ଓ ଆଟ୍ଲାଣ୍ଟିକ୍ ମହାସାଗର ମିଳିତ ହୋଇଛି । ଏହି ଦ୍ୱୀପର ଆକାର ସ୍ୱିଜରଲାଣ୍ଡ ଭଳି । ଏଠାକାର ପୋଲିସିଂ ଶୈଳୀ ସାରା ଦୁନିଆରେ ଚର୍ଚ୍ଚାରେ ରହିଆସିଛି । ମରାଜୋ ଦ୍ୱୀପର ମିଲେଟ୍ରୀ ପୋଲିସ ସଡ଼କ ଓ କ୍ଷେତରେ ଘୋଡ଼ା କିମ୍ବା ଗାଡ଼ିରେ ବସି ନୁହେଁ, ଏସିୟାନ ୱାଟର ବୁଫାଲୋ (ଜଳପ୍ରିୟ ମଇଁଷି) ପିଠିରେ ବସି ପ୍ରହରା ଦେଇଥାନ୍ତି । ଏହି ଦ୍ୱୀପର ସିଂହଭାଗ ଅଞ୍ଚଳ ପାଣିକାଦୁଅରେ ପୂର୍ଣ୍ଣ ହୋଇଥିବାରୁ ଅପରାଧୀଙ୍କୁ ଧରିବାରେ ସହଜ ହେବା ଉଦ୍ଦେଶ୍ୟରେ ମଇଁଷୀଙ୍କୁ ବ୍ୟବହାର କରାଯାଏ । ଏଥିପାଇଁ ମଇଁଷୀ ଓ ଯବାନମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଏ । ସାଧାରଣ ଏହି ମଇଁଷି ଭାରତ ଓ ଦକ୍ଷିଣପୂର୍ବ ଏସିଆରେ ଦେଖାଯାଉଥିବା ବେଳେ ମରାଜୋ କିଭଳି ପହଞ୍ଚିଲେ ତାହା ଏବେବି ରହସ୍ୟମୟ । ତେବେ ଫ୍ରେଞ୍ଚ ଗୁଏନାରୁ ଫେରାର କଏଦୀମାନେ ହିଁ ମଇଁଷିରେ ଏଠାକୁ ଚାଲସିଆସିଥିବା ଲୋକକଥା ରହିଛି । ଆଶ୍ଚର୍ଯ୍ୟକର କଥା ଏବେ ମରାଜୋର ଜନସଂଖ୍ୟା ୪.୪୦ ଲକ୍ଷ ହୋଇଥିବା ବେଳେ ମଇଁଷଙ୍କ ସଂଖ୍ୟା ୫ ଲକ୍ଷ । ମଇଁଷିଙ୍କୁ ଏଠାରେ ଖୁବ୍ ମହତ୍ତ୍ୱ ଦିଆଯାଏ । ସୁରକ୍ଷା ବ୍ୟବସ୍ଥା ଛଡ଼ା ମଇଁଷିମାନଙ୍କୁ କୃଷିକ୍ଷେତ୍ରରେ, ଦୌଡ଼ ପ୍ରତିଯୋଗିତାରେ ବ୍ୟବହାର କରାଯାଏ । ଏପରିକି ମାଂସ ମଧ୍ୟ ଖିଆଯାଏ । ୧୯ଶହ ଶତାବ୍ଦୀରେ ଆମେରିକୀ ଆର୍ମିରେ ଏକ ରେଜିମେଣ୍ଟ ଥିଲା । ଏହାର ନାମ ରଖାଯାଇଥିଲା ବଫଲୋ ସୋଲ୍ଜର୍ସ ଅଫ ମରାଜୋ । ଏଠାରେ ପ୍ରଥମେ ମଇଁଷିମାନଙ୍କ ବ୍ୟବହାର ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର ଲାଗି କରାଯାଉଥିଲା । ବାଲି, ପାଣି ହେଉ କିମ୍ବା କାଦୁଅ ମଇଁଷିମାନେ ଅନାୟାସରେ ପିଠିରେ ବହୁ ଭାର ବୋହିନେଉଥିବାରୁ ସମୟ କ୍ରମେ ଏମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦେଇ ସେନାରେ ସାମିଲ କରାଯାଇଥିଲା ।




