ଟ୍ରଫି ବଦଳରେ ଆମ୍ବ
ସିଙ୍ଗାପୁରରେ ଆୟୋଜିତ ଏକ ସାଂସ୍କୃତିକ ମହୋତ୍ସବରେ କଳାକାରମାନଙ୍କୁ ପାରମ୍ପରିକ ଟ୍ରଫି କିମ୍ବା ମୋମେଣ୍ଟୋ ପରିବର୍ତ୍ତେ ଭାରତୀୟ ଆମ୍ବ ବାକ୍ସ ଦେଇ ସମ୍ମାନିତ କରାଯିବାର ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ ଆମ୍ବର ରପ୍ତାନିକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ ଉତ୍ତର-ପୂର୍ବ ସିଙ୍ଗାପୁରର ନି ସୁନ୍ ପବ୍ଲିକ ହାଉସିଂ ଇଷ୍ଟେଟ୍ରେ ଆୟୋଜିତ ‘ଥ୍ରେଡସ୍ ଅଫ୍ ଇଣ୍ଡିଆନ୍ ଟ୍ରେଡିସନ୍’ ମହୋତ୍ସବରେ ଗୀତ, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିବା କଳାକାରମାନଙ୍କୁ ଭାରତର ବିଭିନ୍ନ ରାଜ୍ୟର ସୁଆଦିଆ ଆମ୍ବ ଭେଟି ଦିଆଯାଇଛି । ଚଳିତ ମାସରେ ଏହା ହେଉଛି ଦ୍ୱିତୀୟ ‘ମ୍ୟାଙ୍ଗୋ ପ୍ରମୋସନ ଫେଷ୍ଟିଭାଲ’ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମେ ୧ ରୁ ୩ ତାରିଖ ମଧ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୬୦୦୦ରୁ ଅଧିକ ଲୋକ ୧୦ ପ୍ରକାରର ଭାରତୀୟ ଆମ୍ବର ସ୍ୱାଦ ଚାଖିଥିଲେ ।
Tags:



