ଆମ୍ବ କେଜି ୩ଲକ୍ଷ

ଆମ୍ବ କେଜି ୩ଲକ୍ଷ
Ipsita Picture
By: Ipsita
Published On

 

ଓଡ଼ିଶାର ମାଲକାନଗିରି ଜଣେ ଚାଷୀ ବର୍ତ୍ତମାନ ପୁରା ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାମସା ଗ୍ରାମର ଜଣେ ଚାଷୀ ଦେବା ପାଢ଼ିଆମୀ ବିଶ୍ୱର ସବୁଠାରୁ ଦାମୀ ଆମ୍ବ ପ୍ରଜାତି ଜାପାନୀ ମିୟାଜାକିସଫଳତାର ସହ ଚାଷ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଆମ୍ବର ଆନ୍ତର୍ଜାତୀୟ ବଜାର ମୂଲ୍ୟ କିଲୋଗ୍ରାମ ପ୍ରତି ପ୍ରାୟ ୩ ଲକ୍ଷ ଟଙ୍କା । ପ୍ରାୟ ଚାରି ବର୍ଷ ପୂର୍ବେ ଜଣେ ସମାଜସେବୀଙ୍କଠାରୁ ଏହି ଆମ୍ବ ଗଛର ଚାରା ପାଇବା ପରେ ଅତି ଯତ୍ନ ଓ ଧୈର୍ଯ୍ୟର ସହ ଗଛର ଯତ୍ନ ନେଇଥିଲେ । ଏବେ ଏହି ଗଛରେ ଫଳ ଆସିବା ଆରମ୍ଭ ହୋଇଛି । ଏହି ଆମ୍ବ ଏହାର ଗାଢ଼ ନାଲି ରଙ୍ଗ, ସ୍ୱତନ୍ତ୍ର ରୂପ ଏବଂ ମିଠା ସ୍ୱାଦ ପାଇଁ ବେଶ୍ ଜଣାଶୁଣା, ଯାହାର ଓଜନ ପ୍ରାୟ ୩୫୦ ଗ୍ରାମରୁ ଅଧିକ ହୋଇଥାଏ ।  ଜାପାନରେ ସମସ୍ତ କଠିନ ଗୁଣବତ୍ତା ମାନଦଣ୍ଡ ପୂରଣ କରୁଥିବା ଏହି ପ୍ରିମିୟମ୍ ଆମ୍ବକୁ "ସୂର୍ଯ୍ୟର ଅଣ୍ଡା" ମଧ୍ୟ କୁହାଯାଏ । ଏହି ଆମ୍ବର ଚୋରି ଭୟ ଥିବାରୁ ଏହାକୁ ଜଗିବାକୁ ଚାଷୀ ଜଣଙ୍କ ଗଛତଳେ ହିଁ ଶୋଉଥିବା ପ୍ରକାଶ କରିଛନ୍ତି ।

Tags: