ମଙ୍ଗଳାଗୌରୀ ବ୍ରତ କଥା
ଶ୍ରାବଣ ମାସରେ ଦେବୀ ପାର୍ବତୀଙ୍କର ପୂଜାର୍ଚ୍ଚନା କରିବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳାଗୌରୀ ବ୍ରତ ରଖାଯାଏ । ଶ୍ରାବଣର ପ୍ରତି ସୋମବାର ଯେଉଁଭଳି ଭାବେ ମହାଦେବଙ୍କୁ ସମର୍ପଣ କରାଯାଏ,ଠିକ୍ ସେହିଭଳି ପ୍ରତି ମଙ୍ଗଳବାର ଦେବୀ ପାର୍ବତୀଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଏ । ତେଣୁ ପ୍ରତି ମଙ୍ଗଳବାର ସଧବା ନାରୀମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ତଥା ସ୍ୱାମୀଙ୍କର ଦୀର୍ଘ ଆୟୂଷ ପାଇଁ ଏହି ବ୍ରତ ରଖନ୍ତି । ଦେବୀ ପାର୍ବତୀଙ୍କୁ ପୂଜା କରିବା ସହିତ ଏହି […]
ଶ୍ରାବଣ ମାସରେ ଦେବୀ ପାର୍ବତୀଙ୍କର ପୂଜାର୍ଚ୍ଚନା କରିବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳାଗୌରୀ ବ୍ରତ ରଖାଯାଏ । ଶ୍ରାବଣର ପ୍ରତି ସୋମବାର ଯେଉଁଭଳି ଭାବେ ମହାଦେବଙ୍କୁ ସମର୍ପଣ କରାଯାଏ,ଠିକ୍ ସେହିଭଳି ପ୍ରତି ମଙ୍ଗଳବାର ଦେବୀ ପାର୍ବତୀଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଏ । ତେଣୁ ପ୍ରତି ମଙ୍ଗଳବାର ସଧବା ନାରୀମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ତଥା ସ୍ୱାମୀଙ୍କର ଦୀର୍ଘ ଆୟୂଷ ପାଇଁ ଏହି ବ୍ରତ ରଖନ୍ତି । ଦେବୀ ପାର୍ବତୀଙ୍କୁ ପୂଜା କରିବା ସହିତ ଏହି ଦିନରେ ଭଗବାନ ଶିବଙ୍କର ବି ପୂଜା କରାଯାଏ । ସନ୍ତାନ ସୁଖ ପ୍ରାପ୍ତି ପାଇଁ ମଧ୍ୟ ଏହି ବ୍ରତ ରଖାଯାଏ । କୁହାଯାଏ ଏହି ବ୍ରତ କରିବା ଦ୍ୱାରା ଦେବୀ ପାର୍ବତୀ ପ୍ରସନ୍ନ ହୁଅନ୍ତି ଏବଂ ସଦୈବ ସୌଭାଗ୍ୟଶାଳୀ ରହିବା ପାଇଁ ଆଶୀର୍ବାଦ ଦିଅନ୍ତି ।

ଚଳତବର୍ଷ ଅଧିମାସ କାରଣରୁ ଯୋଡା ଶ୍ରାବଣ ପଡୁଛି । ତେଣୁ ଏହି ମାସରେ ମୋଟ ୯ଟି ମଙ୍ଗଳାଗୌରା ବ୍ରତ ପଡୁଛି । ସନାତନ ଧର୍ମରେ ଏହି ବ୍ରତର ବିଶେଷ ମହତ୍ତ୍ୱ ରହିଛି । ସଧବା ନାରୀମାନେ ସକାଳ ପ୍ରହରରୁ ଉଠି ସ୍ନାନ କରିସାରିବା ପରେ ମା’ଙ୍କର ପୂଜାର୍ଚ୍ଚନା କରନ୍ତି । ପୂଜା ସମୟରେ ସବସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ସ୍ତୁତି ଜପିଲେ ସୁଫଳ ମିଳିଥାଏ ବୋଲି ମାନ୍ୟତା ରହିଛି । ସଧବା ନାରୀଙ୍କ ବ୍ୟତୀତ ଅବିବାହିତା ଝିଅମାନେ ବି ଏହି ବ୍ରତ ରଖନ୍ତି । ଏଭଳି କରିବା ଦ୍ୱାରା ବିବାହରେ ଆସୁଥିବା ସମସ୍ୟା ଦୂର ହେବା ସହିତ ଖିବ୍ଶୀଘ୍ର ବିବାହ ଯୋଗ ଫିଟିଥାଏ ଏବଂ ମନଚାହæô ବର ମିଳିଥାଏ । ଏହାସହ କୁଣ୍ଡଳୀରେ ମଙ୍ଗଳ ଦୋଷ ଦୂର ହୋଇଥାଏ । ଏହାଛଡା ଏହି ବ୍ରତ କରିବା ଦ୍ୱାରା ଉଭୟ ପତି-ପନିୀଙ୍କ ମଧ୍ୟରେ ବୈବାହିକ ଜୀବନ ସୁଖମୟ ହୋଇଥାଏ । ସେହିପରି ସନ୍ତାନ ନଥିବା ମହିଳାମାନେ ଏହି ବ୍ରତ ରଖିଲେ ଦେବୀ ମା’ ପ୍ରସନ୍ନ ହୁଅନ୍ତି ଏବଂ ଖୁବ୍ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହୁଏ ।

ପୂଜାବିଧି- ମଙ୍ଗଳାଗୌରୀ ବ୍ରତ କରୁଥିବା ମହିଳାମାନେ ଏହି ଦିନ ପ୍ରାତଃରୁ ଉଠି ସ୍ନାନାଦି ସାରି ସଫା ଓ ସବୁଜ, ଗୋଲାପି, ହଳଦିଆ, ଲାଲ୍ ଆଦି ଭଳି ଶୁଭ ରଙ୍ଗର ପୋଷାକ ପରିଧାନ କରନ୍ତି । ଏହାପରେ ପୂଜା ଓ ବ୍ରତ ପାଇଁ ସଂକଳ୍ପ ନିଅନ୍ତି । ପୂଜା ପାଇଁ ସଫା ସ୍ଥାନରେ କିମ୍ବା ଠାକୁର ଘରେ ଏକ ଚଉକି ସ୍ଥାପନ କରି ଏହି ଚଉକିକୁ ଲାଲ୍ ରଙ୍ଗର କପଡା ଆବଦ୍ଧ କରନ୍ତି । ଏହାପରେ ଦେବୀ ପାର୍ବତୀ ଏବଂ ଭଗବାନ ଶୀବଙ୍କର ପ୍ରତିମା କିମ୍ବା ମୂର୍ତ୍ତି ସ୍ଥାପନ କରି ଦେବୀମାଆଙ୍କୁ ସିନ୍ଦୁର, ଚନ୍ଦନ ଓ ଫୁଲ ଅର୍ପଣ କରନ୍ତି । ଏହାସହ ୧୬ ଶୃଙ୍ଗାର ସାମଗ୍ରୀ ଅର୍ପଣ କରିଥାଆନ୍ତି । ଏହାପରେ ଧୂପ, ଦୀପ ନୈବେଦ୍ୟ ଦେଇ ମଙ୍ଗଳାଗୌରୀ ବ୍ରତ କଥା ପାଠ କରନ୍ତି । ଏହାପରେ ମନ୍ତ୍ର ଜପ ସହିତ ଆଳତୀ କରି ପୂଜା ଶେଷ କରନ୍ତି । ଏହି ବ୍ରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ୧୬ ଶୃଙ୍ଗାର ସାମଗ୍ରୀ, ଯେଉଁଥିରେ ପାନ, ଗୁଆ, ଲବଙ୍ଗ, ଅଳେଇଚ, ଫଳ, ଲzୁ, ଶଙ୍ଖା, ସିନ୍ଦୁର ଆଦି ରହିଥାଏ ।




