ସ୍ତ୍ରୀର ଜନ୍ମଦିନ ଭୁଲିଗଲେ ଜେଲ୍
ପଲିନେସିଆ : ଦୁନିଆର ବିଭିନ୍ନ ଦେଶ ନିଜସ୍ୱ ନିୟମ ଅନୁସରଣ କରନ୍ତି । କେତେକ ଦେଶର ବିଚିତ୍ର ଆଇନ ମଧ୍ୟ ଦେଖିବାକୁ ମିଳେ । କେଉଁଠି ନିୟମ ଅତ୍ୟନ୍ତ କଠୋର ହୋଇଥିବା ବେଳେ କେତେକ ସ୍ଥାନରେ ଏପରି ନିୟମ ଅଛି ଯାହାକୁ ଆପଣ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବ । ପ୍ରଶାନ୍ତ ମହାସାଗରର ପଲିନେସିଆ ଅଞ୍ଚଳରେ ରହିଥିବା ସାମୋଆରରେ ଏଭଳି ଅଦ୍ଭୁତ ନିୟମ ପ୍ରଚଳିତ ରହିଛି । ଏଠାରେ ସ୍ତ୍ରୀର ଜନ୍ମଦିନ ଭୁଲିଯିବାକୁ ଏକ ବଡ଼ ଅପରାଧ […]
ପଲିନେସିଆ : ଦୁନିଆର ବିଭିନ୍ନ ଦେଶ ନିଜସ୍ୱ ନିୟମ ଅନୁସରଣ କରନ୍ତି । କେତେକ ଦେଶର ବିଚିତ୍ର ଆଇନ ମଧ୍ୟ ଦେଖିବାକୁ ମିଳେ । କେଉଁଠି ନିୟମ ଅତ୍ୟନ୍ତ କଠୋର ହୋଇଥିବା ବେଳେ କେତେକ ସ୍ଥାନରେ ଏପରି ନିୟମ ଅଛି ଯାହାକୁ ଆପଣ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବ । ପ୍ରଶାନ୍ତ ମହାସାଗରର ପଲିନେସିଆ ଅଞ୍ଚଳରେ ରହିଥିବା ସାମୋଆରରେ ଏଭଳି ଅଦ୍ଭୁତ ନିୟମ ପ୍ରଚଳିତ ରହିଛି । ଏଠାରେ ସ୍ତ୍ରୀର ଜନ୍ମଦିନ ଭୁଲିଯିବାକୁ ଏକ ବଡ଼ ଅପରାଧ ଭାବେ ବିବେଚନା କରାଯାଏ ।

ତେବେ ସ୍ୱାମୀ-ସ୍ତ୍ରୀ ସଂପର୍କରେ କୌଣସି ନା କୌଣସି କଥାକୁ ନେଇ ସର୍ବଦା ମତଭେଦ ରହିଥାଏ କି;ୁ ସ୍ୱାମୀ ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଯିବା, ବିବାହବାର୍ଷିକୀ ତାରିଖ ଭୁଲିଯିବା କିମ୍ବା ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ ଭୁଲିଯିବା ସେମାନଙ୍କ କଳିର ସାଧାରଣ ଓ ବଡ଼ କାରଣ ହୋଇଥାଏ । ହେଲେ ସାମୋଆରେ ଆପଣଙ୍କର ଏହି ସାମାନ୍ୟ ଭୁଲ୍ ପାଇଁ ଜେଲ୍ ଦଣ୍ଡ ମିଳିପାରେ । ଏଠାରେ ଯଦି ଜଣେ ସ୍ୱାମୀ ହଠାତ୍ ନିଜ ପତ୍ନୀଙ୍କ ଜନ୍ମଦିନ ଭୁଲିଯାଆନ୍ତି, ତେବେ ତାଙ୍କୁ ଦଣ୍ଡ ଭାବରେ ଜେଲ୍ ଯିବାକୁ ପଡିଥାଏ ।

ସାମୋଆର ନିୟମ ଅନୁଯାୟୀ, ଯଦି ସ୍ୱାମୀ କିଛି ଗୁରୁତ୍ୱପୂର୍ଣ୍ଣ ତାରିଖ ଭୁଲିଯାଆନ୍ତି, ତେବେ ଏହା ଅପରାଧ ବର୍ଗରେ ଆସେ । ଏହାକୁ ନେଇ ଯଦି ପତ୍ନୀ ପୋଲିସ ନିକଟରେ ଅଭିଯୋଗ କରନ୍ତି, ତେବେ ସ୍ୱାମୀଙ୍କୁ ଜେଲ୍ ହାଜତକୁ ଯିବାକୁ ପଡିପାରେ । ହେଲେ ସ୍ୱାମୀ ତାଙ୍କ ଭୁଲକୁ ସଂଶୋଧନ କରିବା ପାଇଁ ଆଇନଗତ ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରଥମ ଥର ପାଇଁ ପତ୍ନୀଙ୍କ ଜନ୍ମଦିନ ଭୁଲିଥିବା ସ୍ୱାମୀମାନଙ୍କୁ ପୋଲିସ ପରବର୍ତ୍ତୀ ସମୟରେ ଏପରି କରିବା ଉଚିତ ନୁହେଁ ବୋଲି ଚେତାବନୀ ଦେଇଥାଏ । ପରବର୍ତ୍ତୀ ସମୟରେ ଯଦି ସେ ପୁଣି ସମାନ ଭୁଲ କରନ୍ତି, ତେବେ ଦଣ୍ଡ ଜେଲ ଆକାରରେ ଦିଆଯାଏ ।




