ମକର ସଂକ୍ରାନ୍ତି
ପ୍ରତି ବର୍ଷ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ୧୨ ଟି ସଂକ୍ରାନ୍ତି ପଡିଥାଏ I ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ସେହି ଦିନକୁ ମକର ସଂକ୍ରାନ୍ତି କୁହାଯାଏ I ଏଠି ମଧ୍ୟରୁ ଦୁଇଟି ସଂକ୍ରାନ୍ତି ମୁଖ୍ୟ ହୋଇଥାଏ ଗୋଟିଏ ମକର ସଂକ୍ରାନ୍ତି ଅନ୍ୟଟି କର୍କଟ ସଂକ୍ରାନ୍ତି I ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଂକୁ ଉପାସନା କଲେ ବିଶେଷ ଲାଭ ମିଳିଥାଏ I ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ […]
ପ୍ରତି ବର୍ଷ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ୧୨ ଟି ସଂକ୍ରାନ୍ତି ପଡିଥାଏ I ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ସେହି ଦିନକୁ ମକର ସଂକ୍ରାନ୍ତି କୁହାଯାଏ I ଏଠି ମଧ୍ୟରୁ ଦୁଇଟି ସଂକ୍ରାନ୍ତି ମୁଖ୍ୟ ହୋଇଥାଏ ଗୋଟିଏ ମକର ସଂକ୍ରାନ୍ତି ଅନ୍ୟଟି କର୍କଟ ସଂକ୍ରାନ୍ତି I ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଂକୁ ଉପାସନା କଲେ ବିଶେଷ ଲାଭ ମିଳିଥାଏ I

ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ଜାନୁୟାରୀ ୧୪ ରେ ପ୍ରତିବର୍ଷ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ ଇ ତେବେ ତିଥି ଗଣନା ଅନୁଯାୟୀ କେବେ କେବେ ଏହି ସଂକ୍ରାନ୍ତି ଜାନୁୟାରୀ ୧୩ କିମ୍ବା ୧୫ ତାରିଖରେ ମଧ୍ୟ ପଡିଥାଏ I ସେହିପରି ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁୟାରୀ ୧୫ ତାରିଖରେ ପଡୁଛି I ୧୫ ଜାନୁୟାରୀ ସକାଳ ୭ ଟାରୁ ୧୫ ମିନିଟ୍ରୁ ଆରମ୍ଭ ହୋଇ ସନ୍ଧ୍ୟା ୫. ୪୬ ପର୍ଯ୍ୟନ୍ତ ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ ରହୁଛି I ମକର ସଂକ୍ରାନ୍ତି ର ମହାପୂଣ୍ୟକାଳ ସକାଳ ୭ ତା ୧୪ ରୁ ସକାଳ ୮.୫୯ ମିନିଟ ପର୍ଯ୍ୟନ୍ତ ରହୁଛି I




