କୁହୁକ ରେନକୋଟ
ଆଈମାଙ୍କ କାହାଣୀପେଡିରେ ଏଭଳି ଅନେକ ମନୋରଞ୍ଜନ ଧର୍ମୀ କାହାଣୀ ରହିଛି ଯାହା ମଜାରେ ମଜାରେ ଜୀବନର ଅନେକ ନୀତିଶିକ୍ଷା ଆମକୁ ପ୍ରଦାନ କରିଥାଏ । ସେହିଭଳି ଏକ କାହାଣୀ ହେଲା କୁହୁକ ରେନକୋଟ ।
ଏକ ସବୁଜ ସୁନ୍ଦର ଗାଁରେ ଜଣେ ଗରିବ ବିଧବା ମାଆ ଏବଂ ତାଙ୍କର ଏକମାତ୍ର ଛୋଟ ପୁଅ ବାସ କରୁଥିଲେ । ଯେଉଁମାନଙ୍କର ଦିନ ମଜୁରିଆ କାମରୁ ଯାହା ରୋଜଗାର ହେଉଥିଲା ସେଥିରେ ଅତି କଷ୍ଟରେ ସଂସାର ଚଳୁଥିଲା । ବର୍ଷାଦିନ ଆସିବା ମାତ୍ରେ ଗାଁର ଅନ୍ୟ ପିଲାମାନଙ୍କ ପରି ସେହି ଛୋଟ ପିଲାଟି ମଧ୍ୟ ବର୍ଷାରେ ପାଣିରେ ଖେଳିବା ପାଇଁ ଏକ ସୁନ୍ଦର ନୂଆ ରେନକୋଟ୍ ଜିଦ୍ ଧରି ବସିଥିଲା । କିନ୍ତୁ ଘରେ ପଇସା ନଥିବାରୁ ମାଆ ବହୁତ ଦୁଃଖୀ ହୋଇଥିଲେ । ହେଲେ ପୁଅର ଜିଦ୍ ଆଗରେ ହାର ମାନି ନିଜର ଭଙ୍ଗା ପାତ୍ର ଓ କିଛି ଅଳ୍ପ ସଞ୍ଚୟ ପଇସାକୁ ଯୋଗାଡ଼ କରି ମାର୍କେଟରୁ ଗୋଟିଏ ସାଧାରଣ ନୀଳ ରଙ୍ଗର ରେନକୋଟ୍ କିଣି ଆଣି ତାହାକୁ ଦେଇଥିଲେ । ଯାହାକୁ ପିନ୍ଧି ପୁଅଟି ଅତ୍ୟନ୍ତ ଖୁସି ହୋଇଗଲା ଏବଂ ସେହିଦିନୁ ସେ ପ୍ରତିଦିନ ସେହି ରେନକୋଟ୍ ପିନ୍ଧି ସ୍କୁଲକୁ ଯିବାକୁ ଓ ବାହାରେ ବୁଲିବାକୁ ଲାଗିଲା । ମାତ୍ର କିଛି ଦିନ ପରେ ସେ ଜାଣିବାକୁ ପାଇଲା ଯେ ଏହା କୌଣସି ସାଧାରଣ ରେନକୋଟ୍ ନୁହେଁ ବରଂ ଏକ ଚମତ୍କାରୀ କୁହୁକ ରେନକୋଟ୍ ଥିଲା । ଯାହା ତାକୁ କେବଳ ବର୍ଷା ଓ ଥଣ୍ଡାରୁ ରକ୍ଷା କରୁନଥିଲା ବରଂ ଅନ୍ୟ ଶକ୍ତି ମଧ୍ୟ ଦେଉଥିଲା । ତାର ଅସହାୟ ମାଆଙ୍କର କଷ୍ଟକୁ ଦୂର କରିବା ପାଇଁ ତା ମନରେ ସାହସ, ପରୋପକାର ଭାବ ଏବଂ ଅଲୌକିକ କର୍ମ କରିବାର ଶକ୍ତି ଭରିଦେଉଥିଲା । ସେହି ରେନକୋଟ୍ ର କୁହୁକ ପ୍ରଭାବରେ ସେ ଗାଁର ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହିତ ବିପଦରେ ପଡ଼ିଥିବା ସାଙ୍ଗମାନଙ୍କୁ ରକ୍ଷା କରିବାରେ ଲାଗିଲା । ଯାହା ଫଳରେ ସମସ୍ତ ଗ୍ରାମବାସୀ ତାକୁ ଏବଂ ତାଙ୍କ ମାଆଙ୍କୁ ଆଦର ଓ ସମ୍ମାନ ଦେବାକୁ ଲାଗିଲେ ଏବଂ ସେମାନଙ୍କ ଦୁଃଖର ଦିନ ସବୁ ଚିରଦିନ ପାଇଁ ଦୂର ହୋଇଗଲା ।




