ମ୍ୟାଗି ମିଲ୍କସେକ୍
ଅନେକ ପ୍ରକାରର ଅଜବ ଖାଦ୍ୟ ଇଣ୍ଟରନେଟ୍ରେ ଭାଇରାଲ ହୋଇଥାଏ । ତେବେ ଏଥିରେ କେତେକ ଏଭଳି ଥାଏ ଯାହାକୁ ଲୋକ ପସନ୍ଦ କରନ୍ତି ନାହିଁ । ଏହି ଖାଦ୍ୟଗୁଡିକର କମ୍ବିନେସନ୍ ବହୁତ ଅଜବ ଧରଣର ହୋଇଥାଏ । ସେହିଭଳି ଏକ ଖାଦ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଗି ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । ସମସ୍ତେ ମ୍ୟାଗି ଖାଇବାକୁ ଭଲ ପାଇଥାଆନ୍ତି । ହେଲେ ମ୍ୟାଗିସହ ମିଲ୍କସେକ୍ ପିଇବାକୁ କେହି ଇଚ୍ଛା […]
ଅନେକ ପ୍ରକାରର ଅଜବ ଖାଦ୍ୟ ଇଣ୍ଟରନେଟ୍ରେ ଭାଇରାଲ ହୋଇଥାଏ । ତେବେ ଏଥିରେ କେତେକ ଏଭଳି ଥାଏ ଯାହାକୁ ଲୋକ ପସନ୍ଦ କରନ୍ତି ନାହିଁ । ଏହି ଖାଦ୍ୟଗୁଡିକର କମ୍ବିନେସନ୍ ବହୁତ ଅଜବ ଧରଣର ହୋଇଥାଏ । ସେହିଭଳି ଏକ ଖାଦ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଗି ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । ସମସ୍ତେ ମ୍ୟାଗି ଖାଇବାକୁ ଭଲ ପାଇଥାଆନ୍ତି । ହେଲେ ମ୍ୟାଗିସହ ମିଲ୍କସେକ୍ ପିଇବାକୁ କେହି ଇଚ୍ଛା କରିବେନି । ଇଣ୍ଟରନେଟ୍ରେ ଭାଇରାଲ ହୋଇଥିବା ଭିଡିଓରେ ଏକ କ୍ରିମ୍ ମିáସେକ୍ରେ ମ୍ୟାଗି ମିଶାଯାଇ ପ୍ରସ୍ତୁତ ହୋଇଛି । ତେବେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି । କେତେକଙ୍କୁ ଏହା ଭଲ ଲାଗୁଥିବା ବେଳେ କେତେକଙ୍କୁ ଏହା ଜମାରୁ ପସନ୍ଦ ଆସିନାହିଁ । କେତେକ ଏହାକୁ ଭିନ୍ନଧରଣର ନୂଆ ଡିସ୍ କହି ପ୍ରଂଶସା କରୁଥିବା ବେଳେ କେତେକ ଅଜବ କମ୍ବିନେସନ୍ କହି ଟ୍ରୋଲ କରିଛନ୍ତି ।




