କୁମାର ପୂର୍ଣ୍ଣମୀରେ ପଡୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ୨୮ ରେ ପଡୁଛି ପବିତ୍ର କୁମାର ପୂର୍ଣ୍ଣିମା I କିନ୍ତୁ କୁମାର ପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏହା ହେଉଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ତେଣୁ ପୂଜା ବିଧିରେ ପରିବର୍ତ୍ତନ ହୋଇଛି I ଜାଣିରଖନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ । ଅକ୍ଟୋବର ୨୮ ରେ ପବିତ୍ର କୁମାର ପୂର୍ଣ୍ଣିମା ଦିନ ହେବ ଚଳିତବର୍ଷର ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ସୂଚନା ଅନୁସାରେ, ଗ୍ରହଣର […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ୨୮ ରେ ପଡୁଛି ପବିତ୍ର କୁମାର ପୂର୍ଣ୍ଣିମା I କିନ୍ତୁ କୁମାର ପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏହା ହେଉଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ତେଣୁ ପୂଜା ବିଧିରେ ପରିବର୍ତ୍ତନ ହୋଇଛି I ଜାଣିରଖନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ । ଅକ୍ଟୋବର ୨୮ ରେ ପବିତ୍ର କୁମାର ପୂର୍ଣ୍ଣିମା ଦିନ ହେବ ଚଳିତବର୍ଷର ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ସୂଚନା ଅନୁସାରେ, ଗ୍ରହଣର ସ୍ପର୍ଶ ରାତି ଗୋଟାଏ ୩୧ ମିନିଟ ର ସେକେଣ୍ଡରେ ଆରମ୍ଭ ହେବ I ଏବଂ ସର୍ବମୋକ୍ଷ ରାତି ୨ଟା ୨୪ମିନିଟ୍ ୨ ସେକେଣ୍ଡରେ । ଅର୍ଥାତ ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ୍ । ସେହିପରି ଚନ୍ଦ୍ର ଗ୍ରହଣ ରାତି ୪ ଟା ୩୧ ମିନିଟ ୪୧ ସେକେଣ୍ଡରେ ସର୍ବମୋକ୍ଷ ହେବ I ତେଣୁ ଅପରାହ୍ନ ୪ ଟାରୁ ଦେବନୀତି ଓ ପାକ ନିଷେଧ ପାଇଁ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି I

ତେବେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ବିଧି । ଅର୍ଥାତ୍ ଅକ୍ଟୋବର ୨୮ ଅପରାହ୍ଣ ୪ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତି ୨ ଟା ୨୪ ମିନିଟ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ । ଜ୍ୟୋତିର୍ବିଦ କହିଛନ୍ତି ଏହି ଚନ୍ଦ୍ର ଗ୍ରହଣ ୬ଟି ରାଶି ପାଇଁ ଶୁଭ ଓ ୬ଟି ପାଇଁ ଅଶୁଭ ଫଳଦାୟକ । ଏହା ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଅଶୁଭ । ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ପାଇଁ ଶୁଭ ।

Tags: