ଲଭ ଇନ୍ସୁରାନ୍ସ କଲା ଲକ୍ଷପତି
By: Ipsita
ସମ୍ବନ୍ଧିତ ଖବର ସନ୍ଧ୍ୟାରେ ବାହାରିଥିଲା ପ୍ରଥମ ପ୍ୟାରେଡ୍
ଚୀନର ଜଣେ ମହିଳା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଉକ୍ତ ଯୁବତୀ ଜଣଙ୍କ ନିଜ ଭଲପାଇଭାର ବୀମା କରାଇଥିଲେ, ଯେଉଁ କାରଣରୁ ସେ ବର୍ତ୍ତମାନ ଲକ୍ଷପତି ପାଲଟିଛନ୍ତି । ସେ ଏହି ବୀମା ମାତ୍ର ୨୩୦୦ ଟଙ୍କାରେ କିଣିଥିଲେ । ସୂଚନା ଅନୁସାରେ ଚୀନର ଲାଇଫ ପ୍ରପଟି ଆଣ୍ଡ କାଜୁଆଲ୍ଟି ଇନ୍ସୁରାନ୍ସ କମ୍ପାନି ୨୦୧୭ରେ ଲଭ ଇନ୍ସୁରାନ୍ସ ବିକ୍ରି କରୁଥିଲା । ସର୍ତ ଅନୁସାରେ ବୀମା କିଣିବାର ୧୦ବର୍ଷ ଭିତରେ ଯଦି କୌଣସି କପଲଙ୍କ ବିବାହ କରୁଛନ୍ତି ତେବେ ତାଙ୍କୁ ଏହି ଇନ୍ସୁରାନ୍ସର ଫାଇଦା ମିଳିବ । ଉକ୍ତ ମହିଳା ଜଣଙ୍କ ବର୍ତ୍ତମାନ ଅର୍ଥାତ ୧୦ ବର୍ଷ ପରେ ବିବାହ ପାଇଁ ରେଜିଷ୍ଟ୍ରି କରିଛନ୍ତି, ଯାହାଫଳରେ ତାଙ୍କୁ ବର୍ତ୍ତମାନ ଇନସୁରାନ୍ସର ଫାଇଦା ମିଳିଛି । ତାଙ୍କୁ ୧.୩୦ ଲକ୍ଷ ଟଙ୍କାର କ୍ୟାସ ବର୍ତ୍ତମାନ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଛି ।
ସମ୍ବନ୍ଧିତ ଖବର ପ୍ରଥମଥର ପତାକା ଉତ୍ତୋଳନ
Tags:



