ଦିନକୁ କରୁଥିଲେ ୧୦୦ ଥର ଫୋନ୍
ଅନେକ ସମୟରେ ଦେଖିବାକୁ ମିଳିଥାଏ ଭଲପାଇବାରେ ଲୋକମାନେ ବିଭିନ୍ନ ପ୍ରକାର ଅଜବ ଅଜବ କାର୍ଯ୍ୟ କରିଥାଆନ୍ତି । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନର ଜଣେ ୧୮ ବର୍ଷୀୟ ବାଳିକା ନିଜ ପ୍ରେମିକଙ୍କୁ ଦିନକୁ ୧୦୦ ଥର ଫୋନ କରୁଥିବାର ଜଣା ପଡିଛି । ତେବେ ଏହି କଣ୍ଡିସନକୁ ଡାକ୍ତରୀ ଭାଷାରେ ‘ଲଭ୍ ବ୍ରେନ୍’ ବୋଲି କୁହାଯାଇଥାଏ । ତେବେ ଯେତେବେଳେ ଯୁବତୀ ଜଣଙ୍କ ନିଜ ୟୁନିଭର୍ସିଟିର ପ୍ରଥମ […]
ଅନେକ ସମୟରେ ଦେଖିବାକୁ ମିଳିଥାଏ ଭଲପାଇବାରେ ଲୋକମାନେ ବିଭିନ୍ନ ପ୍ରକାର ଅଜବ ଅଜବ କାର୍ଯ୍ୟ କରିଥାଆନ୍ତି । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନର ଜଣେ ୧୮ ବର୍ଷୀୟ ବାଳିକା ନିଜ ପ୍ରେମିକଙ୍କୁ ଦିନକୁ ୧୦୦ ଥର ଫୋନ କରୁଥିବାର ଜଣା ପଡିଛି । ତେବେ ଏହି କଣ୍ଡିସନକୁ ଡାକ୍ତରୀ ଭାଷାରେ ‘ଲଭ୍ ବ୍ରେନ୍’ ବୋଲି କୁହାଯାଇଥାଏ । ତେବେ ଯେତେବେଳେ ଯୁବତୀ ଜଣଙ୍କ ନିଜ ୟୁନିଭର୍ସିଟିର ପ୍ରଥମ ବର୍ଷରେ ଥିଲେ ସେତେବେଳେ ତାଙ୍କର ଏହି କଣ୍ଡିସନ ଦେଖିବାକୁ ମିଳିଥିଲା । ତେବେ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହେବା ପରେ ସେ ମାନସିକ ସ୍ତରରେ ତାଙ୍କ ଉପରେ ଅଧିକ ନିର୍ଭର କରିବା ଆରମ୍ଭ କରିଥିଲେ । ସବୁବେଳେ ନିଜ ପ୍ରେମିକଙ୍କୁ ନିଜ ଆଖପାଖରେ ଦେଖିବାକୁ ଚାହୁଁଥିଲେ । କେବଳ ତାଙ୍କର ଉପସ୍ଥିତି ନୁହେଁ ସେ ପ୍ରେମିକଙ୍କୁ ବାରମ୍ବାର ଫୋନ କରିବା ସହିତ ମେସେଜ୍ ମଧ୍ୟ ପଠାଉଥିଲେ । ସେ ପ୍ରେମିକଙ୍କ ଠାରୁ ସବୁସମୟରେ ଉତ୍ତର ମଧ୍ୟ ଆଶା କରୁଥିଲେ । ହେଲେ ଯୁବତୀଙ୍କର ଏହି ବ୍ୟବହାର ତାଙ୍କ ପ୍ରେମିକଙ୍କୁ ସମସ୍ୟାରେ ପକାଇଥିଲା । ଧୀରେଧୀରେ ପ୍ରେମିକ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ । ତେବେ ଏହି ଲଭ୍ ବ୍ରେନ୍ କାରଣରୁ ଯୁବତୀ ହିଂସା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯାହାଫଳରେ ପୋଲିସ ଯୁବତୀଙ୍କ ଘରକୁ ଆସିବାକୁ ପଡିଥିଲା । ତେବେ ଏହାପରେ ତାଙ୍କୁ ଡାକ୍ତରଖାନାରେ ଆଡମିଟ୍ କରାଯାଇଥିଲା, ଯେଉଁଠି ଲଭ୍ ବ୍ରେନ୍ କଣ୍ଡିସନ ବିଷୟରେ ଜଣା ପଡିଥିଲା । ତେବେ ଏହି କଣ୍ଡିସନ କାରଣରୁ ଅନ୍ୟ ମାନସିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ, ଯେପରି ଡିପ୍ରେସନ୍, ଆଙ୍ଗଜାଇଟି, ବାଇପୋଲାର ଡିସ୍ଅର୍ଡର ଆଦି । ତେବେ ଏହାର କାରଣ ଡାକ୍ତରମାନେ ପିଲାଦିନର ସମ୍ପର୍କ ବୋଲି ମତ ଦେଇଛନ୍ତି । ଯେଉଁ ପିଲାମାନଙ୍କର ପିଲାଦିନେ ନିଜ ବାପାମାଆଙ୍କ ସହିତ ଭଲ ସମ୍ପର୍କ ନଥାଏ, ସେମାନେ ଲଭ୍ ବ୍ରେନ୍ରେ ପୀଡିତ ହେବାର ଅଧିକ ଆଶଙ୍କା ରହିଥାଏ ।




