ଦୀର୍ଘାୟୁ  ଠେକୁଆ

ଦୀର୍ଘାୟୁ  ଠେକୁଆ
Ipsita Picture
By: Ipsita
Published On

 

ବ୍ରିଟେନର ଏକ ଦମ୍ପତିଙ୍କ ପୋଷା ଠେକୁଆ 'ହର୍ବି' ଦୀର୍ଘାୟୁ ହେବା କ୍ଷେତ୍ରରେ ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଠେକୁଆର ବୟସ ୧୫ ବର୍ଷ ୮୨ ଦିନ ବୋଲି ଗିନିଜ୍ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସାଧାରଣତଃ ଠେକୁଆମାନେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚୁନଥିବା ବେଳେ ହର୍ବି ନିଜର ସାଧାରଣ ଆୟୁଷଠାରୁ ପ୍ରାୟ ଦୁଇଗୁଣା ଅଧିକ ବଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାତ୍ର ୮ ସପ୍ତାହରୁ ସେ ଉକ୍ତ ମାଲିକଙ୍କ ପାଖେ ରହୁଥିବା ଜଣା ପଡିଛି । ତେବେ ହର୍ବିର ଏହି ଦୀର୍ଘଆୟୁରେ ଦମ୍ପତିଙ୍କ ଯତ୍ନ ଏବଂ ଭଲପାଇବାର ପୂର୍ଣ୍ଣ  ଯୋଗଦାନ ରହିଛି । ଠେକୁଆଟିକୁ ଦୁନିଆର ସବୁଠାରୁ ବୟସ୍କ ଠେକୁଆର ମାନ୍ୟତା ଦିଆଯାଇଛି । ସୋସିଆଲ ମିଡିଆରେ ଘଟଣାଟି ଖୁବ ଭାଇରାଲ ହେବାରେ ଲାଗିଛି ।

Tags: