ଲକଡାଉନ ବଢାଇଛି ସୃଜନତା
କରୋନା ସମୟ ସମସ୍ତଙ୍କ ପାଇଁ ବେଶ କଠିନ ଥିଲା । ଅନେକ ସେହି ସମୟରେ ଜୀବିକା ହରାଇଥିବା ବେଳେ ଅଧିକାଂଶ ନିଜର ପ୍ରିୟଜନଙ୍କୁ ମଧ୍ୟ ହରାଇଥିଲେ । ଅନେକ ଲୋକଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା । ତେବେ ବିଭିନ୍ନ ଅନୁଷ୍ଠାନ କୋଭିଡ୍ର ପ୍ରଭାବକୁ ନେଇ ନିଜର ଗବେଷଣା ଜାରି ରଖିଛନ୍ତି । ଯେଉଁଥିରୁ ଅନେକ ତଥ୍ୟା ସାମନାକୁ ଆସୁଛି । କୋଭିଡ ସମୟରେ ଲକ୍ଡାଉନ୍ ପ୍ରଭାବ ସାଧାରଣ ଜୀବନ ଉପରେ କିଭଳି ପଡୁଛି ଏହାକୁ ନେଇ […]
କରୋନା ସମୟ ସମସ୍ତଙ୍କ ପାଇଁ ବେଶ କଠିନ ଥିଲା । ଅନେକ ସେହି ସମୟରେ ଜୀବିକା ହରାଇଥିବା ବେଳେ ଅଧିକାଂଶ ନିଜର ପ୍ରିୟଜନଙ୍କୁ ମଧ୍ୟ ହରାଇଥିଲେ । ଅନେକ ଲୋକଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା । ତେବେ ବିଭିନ୍ନ ଅନୁଷ୍ଠାନ କୋଭିଡ୍ର ପ୍ରଭାବକୁ ନେଇ ନିଜର ଗବେଷଣା ଜାରି ରଖିଛନ୍ତି । ଯେଉଁଥିରୁ ଅନେକ ତଥ୍ୟା ସାମନାକୁ ଆସୁଛି । କୋଭିଡ ସମୟରେ ଲକ୍ଡାଉନ୍ ପ୍ରଭାବ ସାଧାରଣ ଜୀବନ ଉପରେ କିଭଳି ପଡୁଛି ଏହାକୁ ନେଇ ମଧ୍ୟ ଗବେଷଣା ହେଉଛି । ତେବେ ଅନେକ ରିପୋର୍ଟରେ ଏହାର ନକରାତ୍ମକତା ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ ଏକ ରିପୋର୍ଟ ସାମନାକୁ ଆସିଛି, ଯାହା ଲକ୍ଡାଉନର ସକରାତ୍ମକତାକୁ ଲୋକଲୋଚକୁ ଆଣିଛି ।

ପ୍ୟାରିସରେ ହୋଇଥିବା ଏକ ସର୍ଭେ ଅନୁସାରେ ଲକ୍ଡାଉନ ଅନେକଙ୍କର ସୃଜନଶୀଳତାକୁ ଏକ ନୂତନ ଦିଗ ଦେଖାଇଛି । ଲୋକ ଏହି ଲକଡାଉନ୍ ସମୟକୁ ବ୍ୟବହାର କରି ଅଧିକ କ୍ରିଏଟିଭ ହୋଇଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି । ଏହି ସର୍ଭେ ପ୍ରାୟ ୪୦୦ ଜଣଙ୍କୁ ନେଇ କରାଯାଇଥିଲା । ଏହି ସର୍ଭେ ସମୟରେ ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରାଯାଇ ସେମାନଙ୍କର ମତ ନିଆଯାଇଥିଲା । ସେମାନଙ୍କୁ ଲକଡାଉନ ସମୟରେ ସେମାନେ କରୁଥିବା କାର୍ଯ୍ୟ, ରହିବାଶୈଳୀ ଆଦିକୁ ନେଇ ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଏହି ସର୍ଭେ ଅନୁସାରେ ଅଧିକାଂଶ ଲୋକ ନିଜର ଖାଲି ସମୟକୁ ବେଶ ଭଲ କାମରେ ବ୍ୟବହାର କରିଥିଲେ, ଯାହା ସେମାନଙ୍କର କ୍ରିଏଟିଭିଟିକୁ ବଢିବାରେ ସାହାଯ୍ୟ କରିଥିଲା । ସେମାନଙ୍କର ଆଗ ଅପେକ୍ଷା କିଛି କରିବାର ଆଗ୍ରହ ମଧ୍ୟ ବଢିଛି । ସେମାନଙ୍କ ଭିତରେ କିଛି କରିବା ପାଇଁ ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ଦେଖାଯାଇଥିବା ପ୍ରକାଶ କରିଛନ୍ତି । ସେହିଭଳି ସେମାନେ ବିଗତ ପାଞ୍ଚବର୍ଷ ମଧ୍ୟରେ ଏତେ ସମୟ ଧରି କୌଣସି ବି ଭିନ୍ନ କାମରେ ନିଜକୁ ନିୟୋଜିତ କରିନଥିଲେ, ଯାହା ସେମାନଙ୍କ ସୃଜନଶୀଳତାକୁ ବଢାଇବ । ଗବେଷକ ମାନେ ସେମାନଙ୍କୁ ବିଭିନ୍ନ ପ୍ରକାରର ଆକଫିଭିଟି କରିବାକୁ ମଧ୍ୟ ଦେଇଥିଲେ । ସେଥିରୁ ଜଣା ପଡିଥିଲା କି ସେମାନଙ୍କ କାର୍ଯ୍ୟଦକ୍ଷତାରେ ବୃଦ୍ଧି ଆସିଛି ।




