ଲବଷ୍ଟର ବ୍ୟାଗ
ସେଲିବ୍ରିଟି ଫ୍ୟାସନ୍ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୋସିଆଲ ମିଡିଆ ସେନସେସନ୍ ଓରି ନିକଟରେ 'ଲାଫ୍ଟର ସେଫ୍ସ'ର ସେଟ୍ରେ ନିଜର ଏକ ନିଆରା ଓ ଅଦ୍ଭୁତପୂର୍ବ ଶୈଳୀ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ଶୋରେ ସେ ପ୍ରାୟ ୧୮,୦୦୦ ଆମେରିକୀୟ ଡଲାର (ପ୍ରାୟ ୧୬.୯୯ ଲକ୍ଷ ଟଙ୍କା) ମୂଲ୍ୟର ଏକ ଲଗଜୁରୀ 'ଲୁଇ ଭିଟନ ଲବଷ୍ଟର ୱେୟାରେବଲ୍ ୱାଲେଟ୍' (କଙ୍କଡ଼ା ଆକୃତିର ବ୍ୟାଗ୍) ଧରି ପହଞ୍ଚିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରସିଦ୍ଧ ବ୍ରାଣ୍ଡ୍ ଲୁଇ ଭିଟନର ଆଇକନିକ୍ ମୋନୋଗ୍ରାମ , ଚମଡ଼ାର ପ୍ୟାଡେଡ୍ ନଖ ଏବଂ ଛୋଟ ଛୋଟ ଗୋଡ଼ ସାଙ୍ଗକୁ ସୁନା ରଙ୍ଗର ହାର୍ଡୱେର୍ରେ ସଜ୍ଜିତ ଏହି ବ୍ୟାଗ୍ଟି ଦେଖିବାକୁ ବେଶ୍ ଆକର୍ଷଣୀୟ ଓ ଏକ ପ୍ରକୃତ କଙ୍କଡ଼ା ଭଳି ମନେହେଉଥିଲା । ଏହି ନିଆରା ଆକ୍ସେସରିଜ୍ ସହ ମେଳ ରଖି ଓରି ମଧ୍ୟ ନିଜର ଡ୍ରେସକୁ ଡିଜାଇନ କରିଛନ୍ତି । ତେବେ ତାଙ୍କର ଏହି ନିଆରା ବ୍ୟାଗଟି ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟୁଥିବା ଦେଖିବାକୁ ମିଳୁଛି ।




