ଝିଟିପିଟି ବର୍ଷା !

ଝିଟିପିଟି ବର୍ଷା !
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଭିନ୍ନ ସ୍ଥାନ ଭିନ୍ନ ହୋଲି

ନିକଟରେ ଆମେରିକାର ଫ୍ଲୋରିଡା ସହରରେ ଝିଟିପିଟି ବର୍ଷା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ନିକଟରେ ଏଠାରେ ପାଗରେ ଅଚାନକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଖୁବ ଅଧିକ ଥଣ୍ଡା ପଡିଥିବାରୁ ଏହି ଝିଟିପିଟି ଗୁଡିକ ଗଛରୁ ପଡୁଥିବା ଜଣା ପଡିଛି । ଫ୍ଲୋରିଡାରେ ଇଗୁଆନା ନାମକ ଏକ ଝିଟିପିଟି ମିଳିଥାଆନ୍ତି, ଯେଉଁମାନଙ୍କର ରକ୍ତ ଥଣ୍ଡା ହୋଇଥାଏ । ତେବେ ଯେତେବେଳେ ତାପମାତ୍ରା କମିଥାଏ ଏମାନେ ବରଫ ପାଲଟିଯାଇଥାଆନ୍ତି, ଯେଉଁ କାରଣରୁ ଏମାନେ ଥଣ୍ଡାରେ ଯମି ଯାଇଥାଆନ୍ତି । ଏପରିକି ସେମାନେ ହଲି ମଧ୍ୟ ପାରନ୍ତି ନାହିଁ । ତେଣୁ ଗଛରେ ସେମାନେ ରହି ନପାରିବାରୁ ତଳକୁ ଖସି ପଡନ୍ତି, ଯାହାକୁ ଝିଟିପିଟି ବର୍ଷାର ନାମ ଦିଆଯାଉଛି । ତେବେ ଏହି ପ୍ରଜାତି ଆମେରିକାରେ ବାହାର ସ୍ଥାନରୁ ଅଣାଯାଇଥାଏ ତେଣୁ ଏଗୁଡିକ ଖୁବ ବିରଳ ହୋଇଥାଆନ୍ତି ।

ସମ୍ବନ୍ଧିତ ଖବର ବିରଳ ରୋଗ ଦିବସ

Tags: