ତରଳ ସୌରଶକ୍ତି
ସୌରଶକ୍ତିକୁ ସଂରକ୍ଷିତ କରି ରଖିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ଉପାୟ ଅବଲମ୍ଭନ କରୁଛନ୍ତି । ତେବେ ସ୍ୱିଡେନ୍ର କିଛି ଗବେଷକ ମିଶି ଏକ ଏଭଳି ଉପାୟ ବାହାର କରିଛନ୍ତି, ଯାହାକୁ ବ୍ୟବହାର କରି ସୌରଶକ୍ତିକୁ ତରଳ ଅବସ୍ଥାରେ ଷ୍ଟୋର କରି ରଖିହେବ । ଏହି ତରଳକୁ ପାଖାପାଖି ୧୮ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିହେବା ସହ ବ୍ୟବହାର ମଧ୍ୟ କରିହେବ । ଏହାକୁ ବ୍ୟବହାର କରି ବିଜୁଳି ଶକ୍ତି ମଧ୍ୟ ନିର୍ମାଣ କରିହେବ ବୋଲି ସେମାନେ ମତ ଦେଇଛନ୍ତି । ସି୍ୱଡେନ୍ର ଚାଲମରସ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ମଲିକୁଲାର ସୋଲାର ଥର୍ମାଲ ସିଷ୍ଟମ ନିର୍ମାଣ କରିଛନ୍ତି, ଯାହାର ସହାୟତାରେ ଏହା ସମ୍ଭବ ହୋଇପାରିବ । ସେହିଭଳି ଏକ କମ୍ପାକଫ ଥର୍ମୋଇେáଟ୍ରିକ ଜେନେରେଟରର ମଧ୍ୟ ଉଦ୍ଭୁାବନ ହୋଇଛି, ଯାହା ଏହି ସଂରକ୍ଷିତ ସୌରଶକ୍ତିକୁ ପୁନଃବ୍ୟବହାର କରିବ । ସ୍ୱତନ୍ତ୍ର ଭାବେ ନିର୍ମାଣ ହୋଇଥିବା ଏହି ସିଷ୍ଟମରେ କାର୍ବନ, ହାଇଡ୍ରୋଜେନ୍ ଓ ନାଇଟ୍ରୋଜେନ୍କୁ ସାମିଲ କରାଯାଇଛି । ଯେତେବେଳେ ଏହି ସଲ୍ୟୁସନ୍ ସୂର୍ଯ୍ୟକିରଣ ସହ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସେ ଏହା ଭିତରେ ରସାୟନିକ ପରିବର୍ତ୍ତନ ଘଟିଥାଏ, ଯାହା ଏହାକୁ ସୌରଶକ୍ତିର ତରଳ ଭାବେ ପ୍ରସ୍ତୁତ କରିଥାଏ । ଏହି ତରଳକୁ ଥର୍ମୋଇେáଟ୍ରିକ୍ ଜେନେରେଟର ସହ ମିଶାଇ ଏକ ଅଲଫ୍ରା ଥିନ୍ ଚିପ୍ ନିର୍ମାଣ କରାଯାଇଛି । ଯାହାକୁ ବ୍ୟବହାର କରି ସ୍ମାର୍ଟ ଓ୍ୱାଚ୍, ହେଡଫୋନ୍ ଭଳି ସାମଗ୍ରୀ ଚାର୍ଜ କରାଯାଇପାରିବ । ବର୍ତ୍ତମାନ ଏହାକୁ ବ୍ୟବହାର କରି ଅଳ୍ପ ପରିମାଣରେ ବିଦ୍ୟୁତ୍ଶକ୍ତି ଉତ୍ପାଦନ କରାଯାଉଛି । ତେବେ ଆଗକୁ ଏହାକୁ ଅଧିକ କାର୍ଯ୍ୟକ୍ଷମ କରାଯିବା ନେଇ ଯୋଜନା ରହିଥିବା ଗବେଷକମାନେ ପ୍ରକାଶ କରିଛନ୍ତି । ତେବେ ଏହି ଉଦ୍ଭୁାବନ ଫଳରେ ବର୍ତ୍ତମାନ ସୌରଶକ୍ତିକୁ ଯେ କୌଣସି ସମୟରେ ବି ବ୍ୟବହାର କରିହେବ ।




